ପୁଣି ମୋ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଆହତ
Advertisement
Article Detail0/zeeodisha/odisha2191891

ପୁଣି ମୋ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଆହତ

Mo Bus Accident News: ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ବସଟି ଏକ ନାଳ ମଧ୍ୟରେ ପସିଯାଇଛି । ଭାରସାମ୍ୟ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସରେ ଅନେକ ଯାତ୍ରୀ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୫ରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ପୁଣି ମୋ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଆହତ

ଭୁବନେଶ୍ୱର: ପୁଣିଥରେ ମୋ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ବସଟି ଏକ ନାଳ ମଧ୍ୟରେ ପସିଯାଇଛି । ଭାରସାମ୍ୟ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସରେ ଅନେକ ଯାତ୍ରୀ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୫ରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଅନେକ ସମୟରେ 'ମୋ ବସ୍' ଦୁର୍ଘଟଣା ଘଟାଉଥିବା ଚିତ୍ର ସାମ୍ନାକୁ ଆସୁଛି । ନିକଟରେ ରାଜଧାନୀରେ 'ମୋ ବସ୍' ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା । ସୌଭାଗ୍ୟବଶତଃ ଅଟୋଟି ଦୁର୍ଘଟଣାର ସମ୍ମୁକୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡିଥିଲେ । ସେହିପରି ଫେବୃଆରୀ ୪ ତାରିଖ ଦିନ ରାତି ୮ଟା ସମୟରେ ଶିଖରଚଣ୍ଡୀ ବିହାର ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା 'ମୋ ବସ୍' । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିଥିଲେ । ସେହିପରି ଜାନୁଆରୀ ୧୬ ତାରିଖ ଦିନ ଏକ କାର ସହିତ 'ମୋ ବସ୍' ଧକ୍କା ହେବା ଫଳରେ କାରଟିର କିଛି ଅଂଶ ଭାଙ୍ଗି ଯାଇଥିଲା । ବାରଙ୍ଗ ପୋଲିସ ଉଭୟ କାର୍ ସମେତ ବସକୁ ଜବତ କରିଥିଲା । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !