ମେଣ୍ଢାଶାଳ ସ୍ଥିତ ଫାଣ୍ଡି ହେଲା ‘ଶିଳ୍ପାଞ୍ଚଳ ଥାନା’
Advertisement
Article Detail0/zeeodisha/odisha2159428

ମେଣ୍ଢାଶାଳ ସ୍ଥିତ ଫାଣ୍ଡି ହେଲା ‘ଶିଳ୍ପାଞ୍ଚଳ ଥାନା’

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମେଣ୍ଢାଶାଳ ସ୍ଥିତ ଫାଣ୍ଡି ହେଲା ‘ଶିଳ୍ପାଞ୍ଚଳ ଥାନା’

ଭୁବନେଶ୍ବର: ସହରର ବର୍ଦ୍ଧିତ ଜନସଂଖ୍ୟା ଓ ମେଣ୍ଢାଶାଳ ଅଞ୍ଚଳରେ ବଢ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେଣ୍ଢାଶାଳରେ ଥିବା ଫାଣ୍ଡିକୁ ଥାନାର ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ଏହା ଏଣିକି ଶିଳ୍ପାଞ୍ଚଳ ଥାନା ଭାବେ ପରିଚିତ ହେବ। ଏଥିରେ ୪୧ଜଣ ଅଧିକାରୀ ଓ ପୁଲିସ କର୍ମଚାରୀ ନୟୋଜିତ ହେବେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂତନ ପୋଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ ବିଏମ୍‍ସିର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ।
ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ। ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସ୍‌.ପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ। ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ ।

ଏହି ୩୪ଟି ନୂତନ ପଦବୀ ଗୁଡିକ ହେଉଛି – ଗୋଟିଏ ଇନ୍‌ସପେକ୍ଟର, ୪ଟି ସବ୍‌ଇନ୍‌ସିପେକ୍ଟର, ୬ଟି ଏ.ଏସ୍‌.ଆଇ, ୨ଟି ହାବିଲଦାର ଓ ୨୧ଟି  କନେଷ୍ଟବଳ । ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍‌ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ।

Also Read- Budh Uday: ବୁଧଙ୍କ ପ୍ରଭାବରୁ କ୍ଷତିଗ୍ରସ୍ତ ହେବେ ୩ଟି ରାଶି !

Also Read- Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ