ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧିକ୍ରିୟାରେ ବୁଡିଗଲେ ନାତି
Advertisement
Article Detail0/zeeodisha/odisha2193362

ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧିକ୍ରିୟାରେ ବୁଡିଗଲେ ନାତି

ହାତୀଗଡ଼ା ମହାନଦୀ ଘାଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ୨୧ ବର୍ଷୀୟ ଯୁବକଙ୍କ ନାମ ରୂପକ ବାନାର୍ଜୀ ବୋଲି ଜଣାପଡିଛି । ଜେଜେଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ ରୂପକ । କିନ୍ତୁ ଗଣ୍ଡରେ ଗୋଡ ଖସିଯିବା କାରଣରୁ ସେ ନଦୀରେ ବୁଡିଯାଇଥିଲେ ।

ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧିକ୍ରିୟାରେ ବୁଡିଗଲେ ନାତି

କଟକ:  ତୁଳସୀପୁର ହାତୀଗଡ଼ା ମହାନଦୀ ଘାଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ୨୧ ବର୍ଷୀୟ ଯୁବକଙ୍କ ନାମ ରୂପକ ବାନାର୍ଜୀ ବୋଲି ଜଣାପଡିଛି । ଜେଜେଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ ରୂପକ । କିନ୍ତୁ ଗଣ୍ଡରେ ଗୋଡ ଖସିଯିବା କାରଣରୁ ସେ ନଦୀରେ ବୁଡିଯାଇଥିଲେ ।

ମିଳିଥିବା ସୂଚନା ମୁତାବକ, ରୂପକଙ୍କ ଘର କଟକର ସିଡିଏ-୬ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ ପଢୁଥିଲେ । ୧୦ ଦିନ ତଳେ ତାଙ୍କ ଜେଜେଙ୍କ ମୃତ୍ୟୁ ହୋଇଥିଲା । ଆଜି ଦଶାହରେ ନଦୀ ତୁଠରେ ଶୁଦ୍ଧିକ୍ରିୟା ପରେ ସମ୍ପର୍କୀୟମାନଙ୍କ ସହିତ ରୂପକ ମଧ୍ୟ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଏକ ଉଚ୍ଚ ସ୍ଥାନରୁ ଖାଲକୁ ଡେଇଁଥିଲେ ରୂପକ ଆଉ ତାପରେ ତାଙ୍କର ପତ୍ତା ମିଳିନଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ରୂପକଙ୍କ ମୃତଦେହ ମିଳିଥିଲା ।

Also Read- Top 10 News Today: ବିଜେଡିରେ ମିଶିଲେ ଲେଖାଶ୍ରୀ ଏବଂ ଗଣେଶ୍ୱର, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Also Read- Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ