ଅକ୍ଷୟ ତୃତୀୟାରେ ଆସିଲା ଆଜ୍ଞାମାଳ, ଆରମ୍ଭ ହେଲା ରଥ କାମ
Advertisement
Article Detail0/zeeodisha/odisha2242985

ଅକ୍ଷୟ ତୃତୀୟାରେ ଆସିଲା ଆଜ୍ଞାମାଳ, ଆରମ୍ଭ ହେଲା ରଥ କାମ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ଆଜି ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା । ରାତି ୩ ଟା ୪୫ ସମୟରେ ଆଜି ମହାପ୍ରଭୁଙ୍କ ଦ୍ୱାରଫିଟା ନିତି ଅନୁଷ୍ଠିତ ହୋଇଥିଲା । ଏହାପରେ ଯଥାବିଧିରେ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା ।

ଅକ୍ଷୟ ତୃତୀୟାରେ ଆସିଲା ଆଜ୍ଞାମାଳ, ଆରମ୍ଭ ହେଲା ରଥ କାମ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ଆଜି ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା । ରାତି ୩ ଟା ୪୫ ସମୟରେ ଆଜି ମହାପ୍ରଭୁଙ୍କ ଦ୍ୱାରଫିଟା ନିତି ଅନୁଷ୍ଠିତ ହୋଇଥିଲା । ଏହାପରେ ଯଥାବିଧିରେ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା ।

ଆଜି ଅପରାହ୍ମରେ ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ, ଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଭଉଣୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ କାମ ଅନୁକୂଳ ହୋଇଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ପହଞ୍ଚିବା ପରେ ୩ଟି ଯାକ ରଥର ମୁଖ୍ୟ ମହାରଣା ଆଜ୍ଞାମାଳ ଗ୍ରହଣ କରିଥିଲେ । ପଣ୍ଡିତମାନେ ରଥ କାଠକୁ ଯଥାବିଧିରେ ପୂଜା କରିଥିଲେ । ଏହାପରେ ସୁନା ଏବଂ ରୂପା କୁରାଢୀରେ ମହାରଣାଙ୍କ ଦ୍ୱାରା ରଥକାମର ଶୁଭାରମ୍ଭ ହୋଇଛି । ଅନ୍ୟପଟେ ଆଜିଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହୋଇଥିବା ସମୟରେ ଏହା ୨୧ ଦିନ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ। ନନ୍ଦା ଓ ଭଦ୍ରା ନୌକରେ ବିଜେ କରି ଜଳକ୍ରୀଡ଼ା କରିବା ସହ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯିବ। ଆଜି ପରି ଦିନରେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ଦେଖିବାକୁ ମିଳିଥିଲା ।

Also Read- ଦୁଇଟି ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୧୨ ଗୁରୁତର

Also Read- ଆଜିଠାରୁ ମେଷ ରାଶିରେ 'ବୁଦ୍ଧାଦିତ୍ୟ ଯୋଗ', ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ଏହି ଲାଭ