Puri News: ଶ୍ରୀମନ୍ଦିର ବେରିକେଡରେ (srimandir barricade) ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଜଣେ ମାଆ ନିଜ ମୃତ ଶିଶୁକୁ କୋଳରେ ଧରି ଅଜାଡି ଦେଉଛନ୍ତି ମାଆର ମମତା। ଛାତିରେ ଜାବୁଡି ଧରି କ୍ଷୀର ଦେଉଛି। ତାହା ଛୁଆ ଦେହରେ ବି ମାଛି ବସେଇ ଦେଉନି।
Trending Photos
Puri News: ଶ୍ରୀମନ୍ଦିର ବେରିକେଡରେ (srimandir barricade) ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଜଣେ ମାଆ ନିଜ ମୃତ ଶିଶୁକୁ କୋଳରେ ଧରି ଅଜାଡି ଦେଉଛନ୍ତି ମାଆର ମମତା। ଛାତିରେ ଜାବୁଡି ଧରି କ୍ଷୀର ଦେଉଛି। ତାହା ଛୁଆ ଦେହରେ ବି ମାଛି ବସେଇ ଦେଉନି। ତଳକୁ ଖସିଗଲେ କୋଳକୁ କୋଳେଇ ନେଉଛି। କିନ୍ତୁ ନିଜ ଛୁଆକୁ ସେ ନିଜଠୁ କ୍ଷଣିକ ପାଇଁ ଦୂରେଇ ଦେଉନି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭକ୍ତଙ୍କ ଲାଗି ଥିବା ଶ୍ରୀମନ୍ଦିର ସ୍ୱତନ୍ତ୍ର ବେରିକେଡରେ। ତେବେ ଏଠାରେ ଆମେ ଜଣେ ମାଙ୍କଡ଼ ଓ ତାର କୁନି ଛୁଆ ବିଷୟରେ କହୁଛୁ। ସେ ପଶୁ ହେଉକି ମଣିଷ , ମାର ମମତା ସମସ୍ତଙ୍କ ପାଇଁ ବେଶ୍ ଅଧିକ ଥାଏ।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ (lord Jagannath) ଦର୍ଶନ ଚାଲିଥିଲା। ଭକ୍ତମାନଙ୍କ ଗହଳି ଥିଲା। କୌଣସି କାରଣରୁ ବେରିକେଡରେ ଏକ ଛୁଆ ହନୁର ମୃତ୍ୟୁ ଘଟିଥିଲା ( baby monkey death at srimandir barricade) । ଆଉ ତାପରେ ମନ୍ଦିର ସାରାର ମାଙ୍କଡ଼ ସେଠାରେ ଗହଳି ଜମାଇଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ମାଆ ହନୁଟି ଆଖିରୁ ଲୁହ ଶୁଖି ନ ଥିଲା। ମଲା ଛୁଆକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ମଧ୍ୟ କରୁଥିଲା ମାଆ ମାଙ୍କଡ଼। ଏପରିକି ଛୁଆକୁ ବଞ୍ଚାୟଇବା ପାଇଁ ସେ କ୍ଷୀର ବି ଦେଉଥିଲା। କିନ୍ତୁ ମାଆ ମାଙ୍କଡ଼ ଜାଣି ପାରୁ ନ ଥିଲା ଯେ,ତା ଛୁଆ ଆଉ ଏ ଦୁନିଆରେ ନାହିଁ। ଏପରିକି ମାଆ ମାଙ୍କଡ଼ ବାରମ୍ବାର ଛୁଆଟିକୁ କୋଳେଇ ଗେଲ୍ଲା ମଧ୍ୟ କରୁଥିଲା। କିନ୍ତୁ, ମାଆର ମମତା ଆଉ ବଞ୍ଚାଇ ପାରିଲା ନାହିଁ ତା ଛୁଆର ଜୀବନ। ଶେଷରେ, ନିଜ ମଲା ଛୁଆକୁ ଛାତିରେ ଜାବୁଡି଼ ଧରି, କେଉଁ ଏକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲା ମାଆ ମାଙ୍କଡ଼। ତେବେ ଏଭଳି ଦୃଶ୍ୟ ଦେଖିବା ପରେ ଅନେକଙ୍କ ହୃଦୟରେ କୋହ ଭରି ଯାଇଥିଲା।