ଢେଙ୍କାନାଳ ପିଙ୍ଗୁଆରେ ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ୍ୟୁ
Advertisement
Article Detail0/zeeodisha/odisha2256315

ଢେଙ୍କାନାଳ ପିଙ୍ଗୁଆରେ ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ୍ୟୁ

ଦୁଇ ପିଲାଙ୍କ ସହ ଦମ୍ପତ୍ତି ପଲସର ବାଇକରେ ବନ୍ଧୁ ଘରକୁ ଯାଉଥିବା ସମୟରେ ସାମ୍ନା ପଟୁ ଏକ ହାଇୱା ଦୃତ୍ତ ଗତିରେ ବାଇକକୁ ଧକ୍କା ଦେଇଥିଲା ।

ଢେଙ୍କାନାଳ ପିଙ୍ଗୁଆରେ ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ୍ୟୁ

ଢେଙ୍କାନାଳ:  ଗୋଟିଏ ପରିବାର ପାଇଁ ଦୁର୍ଘଟଣା ସାଜିଲା କାଳ । ପରିବାରର ୪ ସଦସ୍ୟଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାପା, ମାଆ, ପୁଅ, ଝିଅ । ଏକ ହାଇୱା ପଲସର ବାଇକକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଦୁଇ ପିଲାଙ୍କ ସହ ଦମ୍ପତ୍ତି ପଲସର ବାଇକରେ ବନ୍ଧୁ ଘରକୁ ଯାଉଥିବା ସମୟରେ ସାମ୍ନା ପଟୁ ଏକ ହାଇୱା ଦୃତ୍ତ ଗତିରେ ବାଇକକୁ ଧକ୍କା ଦେଇଥିଲା । ଫଳରେ ଦମ୍ପତ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ଦୁଇ ପିଲାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଦମ୍ପତ୍ତିଙ୍କ ପୁଅର ବୟସ ୧୧ ବର୍ଷ ଏବଂ ଝିଅର ବୟସ ୫ ବର୍ଷ ବୋଲି ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପୋଲିସ ପହଞ୍ଚି ହାଇୱାକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Also Read- ନିର୍ବାଚନ ସମୟରେ ଆକ୍ରମଣ, ଅଟୋ ଚାଳକଙ୍କୁ ହତ୍ୟା ଅଭିଯୋଗ