IPL controversy: ରାହୁଲ-ଗୋଏଙ୍କା ବିବାଦ କଥା ଛାଡନ୍ତୁ! ଆଉଟ୍ ହେବା ପରେ ଏହି ଖେଳାଳିଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ ଦଳର ମାଲିକ
Advertisement
Article Detail0/zeeodisha/odisha2242536

IPL controversy: ରାହୁଲ-ଗୋଏଙ୍କା ବିବାଦ କଥା ଛାଡନ୍ତୁ! ଆଉଟ୍ ହେବା ପରେ ଏହି ଖେଳାଳିଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ ଦଳର ମାଲିକ

IPL 2024: ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ଓ ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ବିବାଦ ମଧ୍ୟରେ ଆଇପିଏଲର ଏକ ପୁରୁଣା ଘଟଣା ମଧ୍ୟ ଆଲୋଚନାକୁ ଆସିଛି। ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରସ ଟେଲର ଶୂନରୁ ଆଉଟ୍ ହେବାପରେ ଦଳର ମାଲିକ ତାଙ୍କୁ ଲଗାତାର ଚାପୁଡ଼ା ମାରିଥିଲେ। ତେବେ ଆସନ୍ତୁ କହୁଛୁ କ'ଣ ଥିଲା ପୂରା ଘଟଣା।

 

IPL controversy

IPL controversy: କେ.ଏଲ୍ ରାହୁଲ ଓ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ବିବାଦ ଖବରର ହେଡଲାଇନରେ ରହିଛି। SRH ବିପକ୍ଷ ମ୍ୟାଚ୍ ହାରିଯିବା ପରେ କେଏଲ ରାହୁଲଙ୍କୁ ଦଳର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ତାଙ୍କୁ ଅସଦାଚରଣ କରିଥିଲେ। ସଞ୍ଜୀବ ଗୋଏଙ୍କାଙ୍କ ସହ LSG ଅଧିନାୟକଙ୍କ କେଏଲ ରାହୁଲଙ୍କ ଏହି ଭିଡିଓ ବହୁତ ଭାଇରାଲ ହେଉଛି। ଏହି କ୍ରମରେ ଆଇପିଏଲର ଏକ ପୁରୁଣା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଛି। ଏଥିରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ରସ ଟେଲର ଶୂନରେ ଆଉଟ୍ ହେବାପରେ ଦଳର ମାଲିକ ତାଙ୍କୁ ଚାପୁଡ଼ା ମାରିଥିଲେ। ରସ ଟେଲର ନିଜେ ତାଙ୍କ ଆତ୍ମଜୀବନୀରେ ଏହା ଉଲ୍ଲେଖ କରିଛନ୍ତି। ଏହି ମାମଲା ଅପିଏଲ୍ ୨୦୧୧ ସିଜିନର ଅଟେ। କହିରଖୁଛୁ ଯେ ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ତିନି ବର୍ଷ ବିତାଇବା ପରେ ଟେଲର ୨୦୧୧ ରେ ରାଜସ୍ଥାନ ରୟାଲ୍ସର ଏକ ଅଂଶ ହୋଇଥିଲେ। ଦଳ ତାଙ୍କୁ ଏକ ନିୟୁତ ଡଲାରରେ କିଣିଥିଲା।

ରସ ଟେଲରଙ୍କୁ ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଭାବରେ ଦେଖାଯାଏ। ଟେଲର ଆଇପିଏଲ୍ ୨୦୧୧ ସିିଜିନରେ ରାଜସ୍ଥାନ ରୟାଲ୍ସ ସହିତ ଥିଲେ। ଟେଲର ତାଙ୍କ ଆତ୍ମଜୀବନୀ 'ରସ ଟେଲର: ବ୍ଲାକ୍ ଆଣ୍ଡ ହ୍ୱାଇଟ୍' ରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଅନୁଯାୟୀ, ଏହି ମ୍ୟାଚ୍ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ହୋଇଥିଲା। ରାଜସ୍ଥାନ ୧୯୫ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ଟେଲର ଭଲ ପ୍ରଦର୍ଶନ କରିପାରିନଥିଲେ ଓ ଶୂନରେ LBW ହୋଇଥିଲେ। ଦଳ ଏପରିକି ଟାର୍ଗେଟର ନିକଟତର ହୋଇପାରି ନଥିଲା। ଟେଲର ଲେଖିଛନ୍ତି ଯେ ସନ୍ଧ୍ୟା ସମୟରେ ଟିମ୍, ସପୋର୍ଟ ଷ୍ଟାଫ୍ଓବଂ ଟିମ୍ ମ୍ୟାନେଜମେଣ୍ଟ ହୋଟେଲର ଉପର ମହଲାରେ ଥିବା ବାରରେ ଥିଲେ। ସେଠାରେ ତାଙ୍କ ପତ୍ନୀ ଲିଜ ହର୍ଲିଙ୍କ ସହ ସେର୍ଣ୍ଣ ୱାର୍ନ ମଧ୍ୟ ଉପସ୍ଥିତ ଥିଲେ।

ରସ ଟେଲର ତାଙ୍କ ପୁସ୍ତକରେ ଆଗକୁ ଲେଖିଛନ୍ତି ଯେ ଏହି ସମୟ ମଧ୍ୟରେ ଜଣେ ମାଲିକ ମୋ ପାଖକୁ ଆସିଥିଲେ। ସେ ମୋତେ କହିଥିଲେ, ଟେଲର, ଶୂନରେ ଆଉଟ୍ ହେବା ପାଇଁ ଆମେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଉନାହୁଁ। ସେ କେବଳ ଏତିକିରେ ଅଟକି ନଥିଲେ। ସେମାନେ ମୋତେ କିଛି ଚାପୁଡ଼ା ମାରିଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ଭୟାନକ ଢଙ୍ଗରେ ହସୁଥିଲେ। ଟେଲର ଲେଖିଛନ୍ତି ଯେ ଯଦିଓ ଏହି ଚାପୁଡ଼ା ଗୁଡିକ ବହୁତ କଷ୍ଟ ଦେଇନଥିଲା। କିନ୍ତୁ ଏହା ଆଦୌ ମଜାକ ନଥିଲା। ପୂର୍ବତନ କିୱି ବ୍ୟାଟ୍ସମ୍ୟାନ୍ ଲେଖିଛନ୍ତି ଯେ ମୁଁ ଏହି ପ୍ରସଙ୍ଗ ଉଠାଇବାକୁ ଚାହୁଁଛି। କହିରଖୁଛୁ ଯେ ରାଜସ୍ଥାନ ରୟାଲ୍ସ ଦ୍ୱାରା ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇ ନାହିଁ।