IPL 2024: ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଘରୋଇ ମଇଦାନରେ ଚିତପଟାଙ୍ଗ ମାରିଲା ଲକ୍ଷ୍ନୌ
Advertisement
Article Detail0/zeeodisha/odisha2225164

IPL 2024: ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଘରୋଇ ମଇଦାନରେ ଚିତପଟାଙ୍ଗ ମାରିଲା ଲକ୍ଷ୍ନୌ

LSG vs RR Match Result 2024: ଶନିବାର ଘରୋଇ ମଇଦାନ ଏକାନା କ୍ରିକେଟ ଷ୍ଟାଡିୟମ୍ ଠାରେ ଲକ୍ଷ୍ନୌ ଦଳକୁ ପରାସ୍ତ କରିଛି ରାଜସ୍ଥାନ ଟିମ୍।

 

 IPL 2024: ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଘରୋଇ ମଇଦାନରେ ଚିତପଟାଙ୍ଗ ମାରିଲା ଲକ୍ଷ୍ନୌ

LSG vs RR Match Highlights 2024: ଅପ୍ରେଲ ୨୭ ତାରିଖ ଶନିବାର ଲକ୍ଷ୍ନୌ ଏକାନା କ୍ରିକେଟ ଷ୍ଟାଡିୟମ୍ ଠାର ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଚସ୍ ଏବଂ ରାଜସ୍ଥାନ ରୟାଲ୍ସ। ଆଜି ଖେଳା ଯାଇଥିବା ୪୪ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଧାର୍ଯ୍ୟ ୨୦ ଓଭର ରେ ୫ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଛି। ୧୯୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୯ ଓଭର ଖେଳ ପର୍ଯ୍ୟନ୍ତ ୩ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରାଜସ୍ଥା ଟିମ୍ ଆହୁରି ଗୋଟିଏ ଓଭର ବାକି ଥାଇ ୭ ୱିକେଟ ବ୍ୟବଧାନରେ ଲକ୍ଷ୍ନୌ ଦଳକୁ ପରାସ୍ତ କରିଛି।  

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦଳର ଅଧିନାୟକ ୩୩ ବଲ୍ ଖେଳି ୭୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସ୍ ରେ ୭ ଚୌକା ଏବଂ ୪ ଛକା ସାମିଲ ରହିଥିଲା। ଅନ୍ୟପକ୍ଷରେ ୩୪ ବଲ୍ ଖେଳି ୫୨ ରନ୍ ସ୍କୋର କରିବା ପରେ ଧ୍ରୂବ ଜୁରେଲ ଅପରାଜିତ ରହିଥିଲେ। ସଞ୍ଜୁ ସାମସନ ଏବଂ ଧ୍ରୁଭ ଜୁରେଲ ଚତୁର୍ଥ ୱିକେଟ୍ ପାଇଁ ୧୨୩ ରନ୍ ଭାଗିଦାରୀ କରିଥିଲେ।

ଲକ୍ଷ୍ନୌ ଟିମ୍ ପକ୍ଷରୁ ଦିଆଯାଇଥିବା ୧୯୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ଦଳ ଏକ ଭଲ ଇନିଂସ ଆରମ୍ଭ କରିଥିଲା। ଓପନର୍ ଜୋସ୍ ବଟଲର୍ ଏବଂ ଯଶଶ୍ୱୀ ଜୈସୱାଲ ୬ ଓଭର ପର୍ଯ୍ୟନ୍ତ ଦଳୀୟ ସ୍କୋର ୬୦ ରନ୍ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ। ୧୮ ବଲ ଖେଳି ୩୪ ରନ୍ ସ୍କୋର କରିବା ପରେ ଜୋସ୍ ବଟଲର୍ ୟଶ ଠାକୁରଙ୍କ ଶିକାର ହୋଇଥିଲେ। ଷଶସ୍ୱୀ ଜୈସ୍ୱାଲ ୧୮ ବଲ ଖେଳି ୨୪ ରନ୍ ସ୍କୋର କରିଥିଲେ। ତାଙ୍କ ୱିକେଟ ମାର୍କସ ଷ୍ଟୋଇନିସ୍ ଅକ୍ତିଆର କରିଥିଲେ। ଚଳିତ ସଂସ୍କରଣରେ କ୍ରମାଗତ ରନ୍ ସ୍କୋର କରୁଥିବା ରିୟାନ୍ ପାରାଗ ୧୧ ବଲ ଖେଳି ୧୪ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ ଏବଂ ଧ୍ରୁଭ ଜୁରେଲ ଦଳର ପାଳି ସମ୍ଭାଳିଥିଲେ। ଲକ୍ଷ୍ନୌ ପକ୍ଷରୁ ଯଶ ଠାକୁର, ମାର୍କସ ଷ୍ଟୋଇନିସ୍ ଏବଂ ଅମିତ ମିଶ୍ରା ପ୍ରତ୍ୟେକ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। 

ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ଏକ ଦମଦାନ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୮ ବଲ୍ ଖେଳି ୮ ଚୌକା ଏବଂ ୨ ଛକା ସହାୟତାରେ ୭୬ ରନ୍ ସ୍କୋର ଖେଳିଥିଲେ। ସେହିପରି ଦୀପକ ହୁଡ଼ାସ ୩୧ ବଲ ଖେଳି ୭  ଚୌକା ସହାୟତାରେ ୫୦ ରନ୍ ସଂଗ୍ରହ କରିଥିଲେ। ମାର୍କସ୍ ଷ୍ଟୋନିସ୍ ଖାତା ନ ଖୋଲି ପ୍ୟାଭିଲିୟନ ଫେରି ଯାଇଥିଲେ। ଅନ୍ୟପକ୍ଷରେ କ୍ୱିଣ୍ଟନ୍ ଡି କକ୍ ମାତ୍ର ୮ ରନ୍ ସ୍କୋର କରିଥିଲେ। ସେହିପରି ନିକୋଲାସ ପୁରନ୍ ୧୧ ବଲ ଖେଳି ୧୧ ରନ୍ ସଂଗ୍ରହ କରିଥିଲେ। ଆୟୁଷ ବଡ଼ୋନି ୧୮ ଏବଂ କ୍ରୁଣାଳ ପାଣ୍ଡ୍ୟା ୧୫ ରନ୍ କରି ଅପରାଜିତ ରହିଥିଲେ। ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ ସନ୍ଦୀପ ଶର୍ମା। ଯିଏ ୨ ୱିକେଟ ନେଇଥିଲେ। ଅନ୍ୟପଟେ  ଟ୍ରେଣ୍ଟ ବୋଲ୍ଟ, ଆବେଶ ଖାନ ଏବଂ ରବୀଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଯୁଜବେନ୍ଦ୍ର ଚହଲ ଏହି ମ୍ୟାଚ୍ ରେ କୌଣସି ଗୋଟିଏ ହେଲେ ୱିକେଟ୍ ନେଇପାରିଲେ ନାହିଁ।