VK Pandian: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପିର ଦମ୍‍ ନାହିଁ: ପାଣ୍ଡିଆନ
Advertisement
Article Detail0/zeeodisha/odisha2246163

VK Pandian: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପିର ଦମ୍‍ ନାହିଁ: ପାଣ୍ଡିଆନ

ପୂର୍ବରୁ କିନ୍ତୁ ବିଜେଡି ନେତା ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ସସ୍ମିତ ପାତ୍ର ଟ୍ୱିଟର ମାଧ୍ୟମରେ ବିଜେପିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ ବୋଲି ଗୁଜବ ସୃଷ୍ଟି କରିଥିଲେ।

VK Pandian: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପିର ଦମ୍‍ ନାହିଁ: ପାଣ୍ଡିଆନ

VK Pandian: ଭୁବନେଶ୍ୱର: ହିନ୍ଦୋଳରୁ ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କେ ପାଣ୍ଡିଆନ୍‍। ଜାତୀୟସ୍ତରରେ ଏତେ ବଡ଼ ଦଳ କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରିବାକୁ ଦମ୍‍ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍‍। 

ସେ କହିଛନ୍ତି, କିଛି ସମୟ ପୂର୍ବରୁ ବିଜେଡିର ଟାଣୁଆ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆମେ ଖବର ପାଇଥିଲୁ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। ଏପରିକି ଜଣେ ମହିଳାଙ୍କୁ ସେମାନେ ପ୍ରାର୍ଥୀ କରିବେ ବୋଲି ବି ସୂଚନା ମିଳିଥିଲା। କିନ୍ତୁ ଏହାକୁ ନେଇ ବିଜେପି ରାଜ୍ୟ ନେତୃତ୍ୱରେ ବିବାଦ ହେଲା। ସହମତି ହୋଇପାରିଲା ନାହିଁ। ବିଳମ୍ବିତ ହେଲା ପ୍ରେସ୍‍ ମିଟ୍‍ ସମୟ। କିନ୍ତୁ ନବୀନଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ। 
ତାଙ୍କ ପାଖରେ ନେତା ନାହାନ୍ତି ନବୀନଙ୍କ ବିରୁଦ୍ଧରେ ପ୍ରାର୍ଥୀ କରିବା ପାଇଁ କିନ୍ତୁ ମିଛ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍‍। ଦମ୍‍ ଅଛି ତ ଏହା କରି ଦେଖାନ୍ତୁ ବୋଲି ସେ କହିଥିଲେ। 

ଏହି ସଭାରେ ସେ ବିଜେପିର ମାଗଣା ବିଜୁଳି ନୀତିକୁ ପୁଣି ସମାଲୋଚନା କରିଥିଲେ। ସୌର ଶକ୍ତିରୁ ବିଜୁଳିକୁ ସେମାନେ ମାଗଣା ବିଜୁଳି କହୁଛନ୍ତି। ହେଲେ ଏଥିଲାଗି ଗ୍ରାହକଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣିଥରେ କ୍ଷମତାକୁ ଆସିଲେ ପ୍ରଥମ କରି ବିଜୁଳି ବିଲ୍‍ ରଦ୍ଦ ହେବ ବୋଲି ସେ କହିଛନ୍ତି। 

ଏଠାରେ ସୂଚନା ଦିଆଯାଇପାରେ ଯେ, ବିଜେପିର ୫ ଜଣ ନେତା ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବିଜେପିର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ସଭାର ସଭାପତି ଥିଲେ ରାଜ୍ୟ ସଭାପତି ମନମୋହନ ସାମଲ। ଏହି ସଭା ନିର୍ଦ୍ଧାରିତ ସମୟଠାରୁ ବିଳମ୍ବ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ପାଗ ଖରାପ ହେତୁ ବାହାରିବାରେ ବିଳମ୍ବ କାରଣରୁ ଏହା ହୋଇଥିବା ସେ କହିଥିଲେ ଏବଂ ସାମ୍ବାଦିକଙ୍କୁ କ୍ଷମା ମାଗିଥିଲେ। 

ପୂର୍ବରୁ କିନ୍ତୁ ବିଜେଡି ନେତା ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ସସ୍ମିତ ପାତ୍ର ଟ୍ୱିଟର ମାଧ୍ୟମରେ ବିଜେପିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ ବୋଲି ଗୁଜବ ସୃଷ୍ଟି କରିଥିଲେ।