Advertisement
Photo Details/zeeodisha/odisha2225177
photoDetails0hindi

Compulsory Voting by Country: ବିଶ୍ୱର ସେହି ଦେଶ ଯେଉଁଠି ଭୋଟ ଦେବା ବାଧ୍ୟତାମୂଳକ; ନହେଲେ...

countries in the world where voting is compulsory: ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର କୁହାଯାଉଥିବା ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ଲୋକଙ୍କୁ ନିବେଦନ କରନ୍ତି। ହେଲେ ତଥାପି ଅନେକ ସମୟରେ ବହୁ କମ ମାତ୍ରାରେ ଲୋକ ଭୋଟ ଦେଇଥାନ୍ତି। ଯଦିଓ ଭାରତ ବର୍ଷରେ ଭୋଟ ଦେବା ଜଣେ ନାଗରିକଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ। ଯଦି ସେ ଚାହାଁନ୍ତି ତାହେଲେ ଭୋଟ ଦେଇପାରିବେ। ନହେଲେ କୌଣସି ନିର୍ବାଚନରେ ଭୋଟ ଦେବ ନାହିଁ। ହେଲେ କ'ଣ ଆପଣ ବିଶ୍ୱର ସେହି ଦେଶ ବିଷୟରେ ଜାଣିଛନ୍ତି ଯେଉଁଠାରେ ଭୋଟ ଦେବା ହେଉଛି ବାଧ୍ୟତାମୂଳକ।

1/5

ଆଜ୍ଞା ହଁ ବିଶ୍ୱରେ ଏପରି ପ୍ରାୟ ୧୯ ଦେଶ ରହିଛି। ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ ଭୋଟ୍ ଦେବାକୁ ହୋଇଥାଏ। ଯଦି ସେ ଭୋଟ ଦିଅନ୍ତି ନାହିଁ ତାହେଲେ ତାଙ୍କୁ ଦଣ୍ଡିତ କରାଯାଇଥାଏ। ଏହି ଦେଶରେ ଭୋଟ୍ ଦେବା ହେଉଛି ଅତ୍ୟନ୍ତ ଜରୁରୀ। ହେଲେ ଯେଉଁ ବ୍ୟକ୍ତି ଭୋଟ ଦେବେ ନାହିଁ ତାଙ୍କୁ ଦଣ୍ଡିତ କରାଯିବ।  

2/5

ଏହାର ଅର୍ଥ ହେଉଛି ଏହି ଦେଶରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ସେଠାକାର ନାଗରିକଙ୍କୁ ବାଧ୍ୟତାମୂଳକ ଭୋଟ୍ ଦେବା କିମ୍ବା ମତଦାନ କେନ୍ଦ୍ରରେ ଉପସ୍ଥିତ ରହିବା ଆବଶ୍ୟକ ହୋଇଥାଏ। ଏବେ ଆମେ ଆପଣଙ୍କୁ ବିଶ୍ୱର ସେହି ଦେଶ ବିଷୟରେ କହୁଛୁ ଯେଉଁଠାରେ ଭୋଟ ଦେବା ବାଧ୍ୟତାମୂଳକ। ଯଦି ଏହି ଦେଶରେ କୌଣସି ନାଗରିକ ଭୋଟ ଦିଅନ୍ତି ନାହିଁ ତାହେଲେ ତାଙ୍କୁ ଦଣ୍ଡିତ କରାଯିବ।

3/5

ଏହି ଦେଶ ହେଉଛି ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବେଲଜିୟମ, ବ୍ରାଜିଲ, ଚିଲି, ସାଇପ୍ରସ୍, କଙ୍ଗୋ, ଇକ୍ୱାଡୋର୍, ଫିଜି, ପେରୁ, ସିଙ୍ଗାପୁର, ତୁର୍କିୟେ, ଉରୁଗୁଏ ଏବଂ ସ୍ୱୀଜରଲ୍ୟାଣ୍ଡ। ଏହି ଦେଶରେ ଭୋଟ ଦେବା ହେଉଛି ବାଧ୍ୟତା ମୂଳକ। 

4/5

ଏପରି ୩୩ ଦେଶ ମଧ୍ୟରୁ ୧୯ ଦେଶରେ ଯଦି କେହି ଭୋଟ ଦିଅନ୍ତି ନାହିଁ ତାହେଲେ ତାଙ୍କୁ ଦଣ୍ଡିତ କରାଯାଇଥାଏ। ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବ୍ରାଜିଲ, ସିଙ୍ଗାପୁର, ତୁର୍କିୟେ, ବେଲଜିୟମ ସମେତ ୧୯ ଦେଶରେ ନିର୍ବାଚନ ପ୍ରକ୍ରିୟା ଭାରତ ଭଳି ପ୍ରାୟ ସମାନ।

5/5

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସିଙ୍ଗାପୁର ଭଳି ଦେଶରେ ଯଦି ଜଣେ ବ୍ୟକ୍ତି ଭୋଟ୍ ଦିଅନ୍ତି ନାହିଁ, ତାହେଲେ ଭୋଟ୍ ଦେବାର ଅଧିକାର ମଧ୍ୟ ସେହି ବ୍ୟକ୍ତିଙ୍କ ଠାରୁ ଛଡ଼ାଇ ନିଆଯାଏ। ବ୍ରାଜିଲ ଠାରେ ଯଦି କେହି ଭୋଟ୍ ଦିଅନ୍ତି ନାହିଁ ତାହେଲେ ତାଙ୍କ ପାସପୋର୍ଟ ମଧ୍ୟ ଜବତ କରିନିଆଯାଏ। ଏହା ବ୍ୟତୀତ ବଲିଭିଆ ଠାରେ ଭୋଟ୍ ନଦେଲେ ୩ ମାସର ଦରମା ଫେରସ୍ତ କରିନିଆଯାଏ। ଏହା ବ୍ୟତୀତ ବେଲଜିୟମ ଠାରେ ୧୮୯୩ ମସିହା ପର ଠାରୁ ଭୋଟ୍ ନଦେଲେ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି।