Advertisement
Photo Details/zeeodisha/odisha1581211
photoDetails0hindi

Bullet Train: ଦ୍ରୁତ ବେଗରେ ଚାଲିଛି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ, ୩୨୦ ମିଟର ଲମ୍ବା ପ୍ରଥମ ନଦୀ ସେତୁ ପ୍ରସ୍ତୁତ

Bullet Train Project: ବୁଲେଟ୍ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାମଗ୍ରିକ କାର୍ଯ୍ୟର ୨୫.୬୩ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଏହି ପ୍ରକଳ୍ପ ସହ ଜଡ଼ିତ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟର ୫୩.୪୭ ପ୍ରତିଶତ ଶେଷ ହୋଇଛି।

1/6

ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବା ଦ୍ୱାରା ଦୁଇ ସହର ମଧ୍ୟରେ ରହିଥିବା ୫୦୮ କିଲୋମିଟର ଦୂରତା ୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୂରଣ କରାଯାଇ ପାରିବ। ବର୍ତ୍ତମାନ ଏହି ଦୂରତାକୁ ଅତିକ୍ରମ କରିବାକୁ ଅତି କମରେ ୬ ଘଣ୍ଟା ଲାଗୁଛି। ଦେଶରେ ଚାଲିବାକୁ ଯାଉଥିବା ବୁଲେଟ୍ ଟ୍ରେନ ବେଗ ଘଣ୍ଟା ପ୍ରତି ୩୨୦ କିଲୋମିଟର ହେବ।

2/6

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ମାର୍ଗରେ ପ୍ରଥମ ନଦୀ ସେତୁ ନିର୍ମାଣ କାର୍ଯ୍ୟ ସରିଯାଇଛି। ପ୍ରାୟ ୩୨୦ ମିଟର ଲମ୍ବା ସେତୁ ନଦୀ ପାର୍ଶ୍ୱରେ ନିର୍ମିତ ହୋଇଛି।

 

3/6

୨୦୨୩ ଜାନୁଆରୀ ଶେଷ ପର୍ଯ୍ୟନ୍ତ, ଏହି ମାର୍ଗର ୨୪୨.୧୮ କିଲୋମିଟର ଉପରେ ସ୍ତମ୍ଭ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଯନ୍ତ୍ର ଏବଂ ଶ୍ରମିକ ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି।

4/6

ଏହି ମାର୍ଗରେ ୧୪୦.୬୮ କିଲୋମିଟର ପର୍ଯ୍ୟନ୍ତ ପିଆର୍ କାମ ମଧ୍ୟ ଶେଷ ହୋଇଛି। ସ୍ତମ୍ଭ ସ୍ଥାପନ କରାଯିବା ପରେ, ଏହା ଉପରେ ଗାର୍ଡର୍ ରଖିବା ପାଇଁ ଏକ ସ୍ଥାନ ପ୍ରସ୍ତୁତ କରାଯାଇଛି।

5/6

ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ୩୦.୨୪ କିଲୋମିଟର ଲମ୍ୱା ରେଳ ଧାରଣାର ସ୍ତମ୍ଭ ଉପରେ ଗାର୍ଡର୍ସ ମଧ୍ୟ ସ୍ଥାପନ କରାଯାଇ ସାରିଛି। କଂକ୍ରିଟ ଦ୍ୱାରା ନିର୍ମିତ ହୋଇଥିବା ଭାରୀ ଗାର୍ଡର ବିଶାଳ ମେସିନ୍ ବ୍ୟବହାର କରି ସ୍ଥାପନ କରାଯାଉଛି।

6/6

ଗୁଜୁରାଟ ସାବରମତି ଜିଲ୍ଲାରେ ଦେଶର ପ୍ରଥମ ମଲ୍ଟିମୋଡାଲ ପରିବହନ ହବ୍ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଦେଶର ପ୍ରଥମ ବୁଲେଟ୍ ଟ୍ରେନ ରେଳ ଷ୍ଟେସନ ଏହି ବିଶାଳକାୟ ବିଲଡିଂ ସହିତ ସଂଯୁକ୍ତ ହେବ ଏବଂ ମେଟ୍ରୋ ଷ୍ଟେସନ, ଦ୍ରୁତ ବସ୍ ଗମନାଗମନ ବ୍ୟବସ୍ଥା ଏବଂ ରେଳ ଷ୍ଟେସନ ମଧ୍ୟ ଏହି ବିଲ୍ଡିଂ ଠାରେ ରହିବ।