ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା
Advertisement
Article Detail0/zeeodisha/odisha2113481

ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା

Shocking: ବର ର ବାପାଙ୍କୁ କନ୍ୟାଦାନ ଭାବେ ଏକ କୋଟି ଟଙ୍କା ଦାନ କରିଥିଲେ। କୁହାଯାଉଛି ଯେ ଝିଅର ବିବାହ ପାଇଁ ଏକ କୋଟି ଏକ ହଜାର ଟଙ୍କା ଦିଆଯାଇଥିଲା। ସଗୁନରେ ୨୧ ଲକ୍ଷ ନଗଦ ହସ୍ତାନ୍ତର କରାଯାଇଥିଲା । ଏକଥା ବି କୁହାଯାଉଛି ଯେ ,କନ୍ୟାର ପିତା ଏକ ବିଳାସପୂର୍ଣ୍ଣ ଫ୍ଲାଟକୁ ଜ୍ୱାଇଁଙ୍କୁ ଦେଇଛନ୍ତି। ଆଲୋଚନା ଅନୁଯାୟୀ ଏହି ବିବାହରେ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

 

ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା

ଦିଲ୍ଲୀ-ଏନସିଆର ଇଲାହବାନ୍ସ ଅଞ୍ଚଳରେ ଘଟିଥିବା ରାଜକୀୟ ବିବାହ ଏବେ ଖୁବ ଚର୍ଚ୍ଚାରେ ରହିଛି । ହାଇ ପ୍ରୋଫାଇଲ୍ ବିବାହରେ ବରକୁ ମର୍ସିଡିଜ୍ ଏବଂ ଫର୍ଚୁନର୍ କାର୍ ଠାରୁ ଆରମ୍ଭ କରି ୧.୨୫ କିଲୋଗ୍ରାମ ସୁନା, ୭ କିଲୋଗ୍ରାମ ରୂପା ଠାରୁ ପ୍ରାୟ ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ଯୌତୁକ ଦିଆଯାଇଛି। ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ, ବରର ପାର୍ଶ୍ୱରୁ ଲୋକମାନେ ଯୌତୁକ ଦିଆଯାଉଥିବା ଜିନିଷଗୁଡ଼ିକ ବିଷୟରେ ସୂଚନା ଦେଉଥିବାର ଦେଖାଯାଉଛି। ଫେବୃଆରୀ ୧୪ ରେ ଅନୁଷ୍ଠିତ ବିବାହରେ କନ୍ୟା ପକ୍ଷ ଲୋକ ଗ୍ରେଟର ନୋଏଡା ସାଉଥ ର ହୋଇଥିବାବେଳେ ବର ଇଲାହବାନ୍ସ ଅଞ୍ଚଳର ବାସିନ୍ଦା । 

ଏହି ବିବାହରେ ବର ଏକ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ଅଳଙ୍କାର ସହିତ ମର୍ସିଡିଜ୍ ଏବଂ ଫର୍ଚୁନର୍ କାର୍ ବରକୁ ଯୌତୁକ ଆକାରରେ କନ୍ୟା ପକ୍ଷରୁ ପ୍ରଦାନ କରାଯାଇଛି । କନ୍ୟା ଦାନ ଅର୍ଥାତ୍ ବିଦାୟୀ ବେଳେ ଏକ କୋଟି ଟଙ୍କା ଦିଆଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଫର୍ଚୁନର ଏବଂ ମର୍ସିଡିଜ ବିବାହ ହଲରେ ଏକାଠି ରଖାଯାଇଥିବା ଭାଇରାଲ ହେଉଛି।ନିଜ ଝିଅ ବିବାହରେ ବାପା, ତାଙ୍କ ପୁତୁରା ସହିତ ସମୁଦି ଅର୍ଥାତ୍ ବର ର ବାପାଙ୍କୁ କନ୍ୟାଦାନ ଭାବେ ଏକ କୋଟି ଟଙ୍କା ଦାନ କରିଥିଲେ। କୁହାଯାଉଛି ଯେ ଝିଅର ବିବାହ ପାଇଁ ଏକ କୋଟି ଏକ ହଜାର ଟଙ୍କା ଦିଆଯାଇଥିଲା। ସଗୁନରେ ୨୧ ଲକ୍ଷ ନଗଦ ହସ୍ତାନ୍ତର କରାଯାଇଥିଲା । ଏକଥା ବି କୁହାଯାଉଛି ଯେ ,କନ୍ୟାର ପିତା ଏକ ବିଳାସପୂର୍ଣ୍ଣ ଫ୍ଲାଟକୁ ଜ୍ୱାଇଁଙ୍କୁ ଦେଇଛନ୍ତି। ଆଲୋଚନା ଅନୁଯାୟୀ ଏହି ବିବାହରେ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର ମାନେ ଏହାକୁ ସମାଲୋଚନା କରିଥିଲେ । କାରଣ  ଲୋକମାନଙ୍କ କହିବା କଥା, ବିବାହରେ ଏହି ପ୍ରକାରର ଯୌତୁକ ନେଣଦେଣ ସମ୍ପୂର୍ଣ୍ଣ ଭାବେ ଅପରାଧ ବୋଲି କହୁଛନ୍ତି କାରଣ ଏହାକୁ ଦେଖି ଯୌତୁକ ପ୍ରଥା ଗମ୍ଭୀର ହେଉଛି । ତେବେ ବିବାହ ସପକ୍ଷରେ କିଛି ଲୋକ କହିଛନ୍ତି ଯେ ଯୌତୁକ ନିଆଯାଏ ଏବଂ ପସନ୍ଦ ଅନୁଯାୟୀ ଦିଆଯାଏ। ଏଥିରେ କୌଣସି ବାଧ୍ୟବାଧକତା ନାହିଁ ବୋଲି ମଧ୍ୟ କିଛି ଲୋକ କହିଛନ୍ତି। ଅନେକ ଲୋକ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ପୋଲିସ ଷ୍ଟେସନରେ ଦିଆଯାଇଥିବା ଅଭିଯୋଗରେ କନ୍ୟା ପକ୍ଷରୁ କୁହାଯାଇଛି ଯେ କଥାବାର୍ତ୍ତା ସମୟରେ ହେମନ୍ତଙ୍କ ପରିବାର ସଦସ୍ୟ କହିଥିଲେ ଯେ ସେମାନେ ଯୌତୁକ ନେବେ ନାହିଁ। 

ଏହା ଦ୍ୱାରା ପ୍ରଭାବିତ ହୋଇ, ନିର୍ବନ୍ଧ ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲା । ଉଭୟ ପକ୍ଷଙ୍କ ସହମତି ଅନୁଯାୟୀ ୧୪ ଫେବୃଆରୀରେ ବିବାହ ତାରିଖ ସ୍ଥିର କରାଯାଇଥିଲା। ଏହା ପରେ କନ୍ୟା ପାର୍ଶ୍ୱ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ସମୟରେ ବର ହେମନ୍ତଙ୍କ ମାତା ମଧୁ ଫର୍ଚୁନର କାର, ୧୧ଲକ୍ଷ ଟଙ୍କା, ୧୧ ପାଖ ସମ୍ପର୍କୀୟଙ୍କ ପାଇଁ ୧୧ ଭରି ସୁନା ରିଙ୍ଗ ଏବଂ୫୧ ସମ୍ପର୍କୀୟଙ୍କ ପାଇଁ ପ୍ରସିଦ୍ଧ ଦାମୀ ପୋଷାକ ଦାବି କରିଥିଲେ। ପୁଅର ଏହି ମନୋଭାବରେ ଝିଅ ଘର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହା ଫଳରେ ଝିଅ ଘର ପକ୍ଷରୁ ମଧ୍ୟ ବର ପକ୍ଷଙ୍କୁ କାର୍, କୋଟିଏ ଟଙ୍କା, ସୁନା, ସହ ୭ କିଲୋ ରୂପା ପ୍ରଦାନ କରାଯାଇଥିଲା।