Guru Shukra Yuti 2024: ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଏହି ସବୁ ରାଶିଙ୍କୁ ମିଳିବ ଚାକିରିରେ ପଦୋନ୍ନତି ସହ ଆର୍ଥିକ ଲାଭ!
Advertisement
Article Detail0/zeeodisha/odisha2240873

Guru Shukra Yuti 2024: ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଏହି ସବୁ ରାଶିଙ୍କୁ ମିଳିବ ଚାକିରିରେ ପଦୋନ୍ନତି ସହ ଆର୍ଥିକ ଲାଭ!

Guru Shukra Yuti 2024: ଶୁ୍କ୍ର ମେ ୧୯ ତାରିଖ ସକାଳ ୯.୦୫ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି।  ଗୋଟିଏ ରାଶିରେ ୨ ଗ୍ରହ ମହା-ମିଳନ ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ଏହି ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ କିଛି ରାଶିର ଆର୍ଥିକ ସ୍ଥିତି ସଜାଡିବା ସହ ଶୁଭଫଳ ପ୍ରଦାନ କରିବ। 

Guru Shukra Yuti 2024: ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଏହି ସବୁ ରାଶିଙ୍କୁ ମିଳିବ ଚାକିରିରେ ପଦୋନ୍ନତି ସହ ଆର୍ଥିକ ଲାଭ!

Guru Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ଶୁ୍କ୍ର ମେ ୧୯ ତାରିଖ ସକାଳ ୯.୦୫ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ କୁହାଯାଉଥିବା ବେଳେ ଦେବଗୁରୁ ବୃହସ୍ପତିଙ୍କୁ  ବୁଦ୍ଧି, ବିବେକ, ଯଶ, ସମ୍ମାନ, ଧନ ଏବଂ ସନ୍ତାନର ପ୍ରତୀକ ବୋଲି କୁହାଯାଏ। ତେବେ , ଗୋଟିଏ ରାଶିରେ ୨ ଗ୍ରହ ମହା-ମିଳନ ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ଏହି  ଗୁରୁ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ କିଛି ରାଶିର ଆର୍ଥିକ ସ୍ଥିତି ସଜାଡିବା ସହ ଶୁଭଫଳ ପ୍ରଦାନ କରିବ।  ଧନଧାନ୍ୟରେ ସେମାନଙ୍କ ଜୀବନ ପୂରି ଉଠିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ... 

ALSO READ: Today Horoscope: ଯାନବାହାନ ଚଳାଇବା ସମୟରେ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ଏହି ରାଶିଙ୍କ ଭାଗ୍ୟ ଖୋଲିବ:

ମେଷ: ଗୁରୁ-ଶୁକ୍ର ୟୁତି ଏହି ରାଶିର ବ୍ୟକ୍ତିଙ୍କୁ ଧନୀ କରିଦେବ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ।  ବିଶେଷକରି , ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ବହୁତ୍ ଅନୁକୂଳ ରହିଛି। ଆୟ ବଢିବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ବିଦେଶ ଯାତ୍ରା କରିପାରନ୍ତି । ନିଜ ସନ୍ତାନ ସନ୍ତତିଙ୍କ ପାଖରୁ ଖୁସି ଖବର ପାଇବେ। 

ବୃଷ:  ଶୁକ୍ର-ଗୁରୁଙ୍କ ମିଳନ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଏହି ସମୟ ମଧ୍ୟରେ ଆକସ୍ମିକ ଧନଲାଭର ଯୋଗ ରହିଛି। କ୍ୟାରିୟରେ ଅନେକ ସଫଳତା ହାସଲ କରିବାର ସମ୍ଭାବନା ରହିଛି । ନୂତନ ଚାକିରି ମିଳିବାର ସମ୍ଭାବନା ଅଛି । ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଧନବାନ୍ ହେବା ସହ ସେମାନଙ୍କ ଜୀବନରେ ବହୁତ ଉନ୍ନତି ଦେଖିବେ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହୋଇପାରେ। 

ସିଂହ:  ଚଳିତ ମାସ ୧୯ ତାରିଖ ଠାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।  ଯଦି ଏହି ସମୟ ମଧ୍ୟରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ତାହା କରି ପାରିବେ । ଯାହା ଫଳରେ ଆପଣ ଅଧିକ ଲାଭ ପାଇବେ।   କ୍ୟାରିୟରେ ଆସୁଥିବା ସମସ୍ୟା ଦୂର ହେବ ।  ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)