Bullet Train: କାହିଁକି ଲମ୍ବା ହୋଇଥାଏ ବୁଲେଟ ଟ୍ରେନ ନାକ? ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1994775

Bullet Train: କାହିଁକି ଲମ୍ବା ହୋଇଥାଏ ବୁଲେଟ ଟ୍ରେନ ନାକ? ଜାଣନ୍ତୁ କାରଣ

Bullet Train Long: ହାଇସ୍ପୀଡ ବୁଲେଟ ଟ୍ରେନ ଆକାର ସାମ୍ନା ଭାଗରୁ ବହୁତ ଲମ୍ବା ହୋଇଥାଏ। ହେଲେ ଏହା ପଛରେ କେଉଁ କାରଣ ରହିଛି ଆପଣ ସେ ସମ୍ପର୍କରେ ଜାଣିଛନ୍ତି? 

Bullet Train: କାହିଁକି ଲମ୍ବା ହୋଇଥାଏ ବୁଲେଟ ଟ୍ରେନ ନାକ? ଜାଣନ୍ତୁ କାରଣ

Bullet Train Long Nose Reason: ଆସନ୍ତା ୨୦୨୬ ବର୍ଷରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ବୁଲେଟ ଟ୍ରେନ ସେବା। ମାତ୍ର ବୁଲେଟ ଟ୍ରେନ ସହ ଜଡ଼ିତ ଅନେକ ତଥ୍ୟ ବାବଦରେ ଅବଗତ ନାହାଁନ୍ତି ଦେଶର ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ। ପ୍ରାୟ ୧୪୦ କୋଟି ଭାରତୀୟଙ୍କ ମଧ୍ୟରୁ ଅନେକ ଜାଣିନଥିବେ ଯେ କାହିଁକି ଲମ୍ବା ହୋଇଥାଏ ବୁଲେଟ ଟ୍ରେନ ନାକ? ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।  ଦେଶର ପ୍ରଥମ ବୁଲେଟ ଟ୍ରେନ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ। ଭାରତ ବର୍ଷରେ ଜାପାନ ଦ୍ୱାରା ବିକଶିତ ହୋଇଥିବା ଶିନକାନସେନ ଇ-୫ ସିରିଜ୍ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ। ଯାହାର ନାକ ପ୍ରାୟ ୧୫ ମିଟର ଲମ୍ବା ହେବ। ହାଇ ସ୍ପୀଡ୍ ବୁଲେଟ୍ ଟ୍ରେନ୍ ନିର୍ମାତା କାହିଁକି ଏହାର ଆକାର ଏପରି ରଖିଛନ୍ତି ତାହା ପଛରେ ଏକ କୌତୁହଳପୂର୍ଣ୍ଣ କାରଣ ରହିଛି। 

କାହିଁକି ଲମ୍ବା ହୋଇଥାଏ ବୁଲେଟ ଟ୍ରେନ ନାକ
ଆଗାମୀ ୨୦୨୬ ବର୍ଷରେ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଦେଶର ପ୍ରଥମ ବୁଲେଟ ଟ୍ରେନ ଚଳାଚଳ କରିବ। ଯାହା ଜାପାନ ଦ୍ୱାରା ବିକଶିତ ହୋଇଥିବା ଶିନକାନସେନ ଇ-୫ ସିରିଜ୍ ବୁଲେଟ୍ ଟ୍ରେନ୍ ବୋଲି ଜଣାପଡ଼ିଛି। ଏନେଇ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ମଧ୍ୟ ଜାପାନ ଆର୍ଥିକ ସହୟତା ପ୍ରଦାନ କରୁଛି। ଯଦି ଦେଶର ପ୍ରଥମ ବୁଲେଟ୍ ଡିଜାଇନ୍ ବିଷୟରେ କୁହାଯାଏ ତାହେଲେ ଏହାର ନାକକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ହେଉଛି। ଜାପାନ ମେଟ୍ରୋ ସେବା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଦେଶରେ ସର୍ବାପ୍ରଥମେ ୧୯୬୪ ମସିହାରେ ବୁଲେଟ ଟ୍ରେନ ଭଳି ହାଇ ସ୍ପୀଡ୍ ଟ୍ରେନ୍ ଚଳାଚଳ କରିବା ଆରମ୍ଭ କରିଥିଲା। ଯେତେବେଳେ ଏହି ଟ୍ରେନ୍ କୌଣସି ସୁଡ଼ଙ୍ଗରୁ ବାହାରୁଥିଲା, ସେତେବେଳେ ବହୁତ ଜୋରରେ ଶବ୍ଦ ଶୁଣାଯାଉଥିଲା। ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ଜାପାନୀ ଇଞ୍ଜିନିୟର ଏକ ଅଭିନବ ଉପାୟ ଆପଣାଇଥିଲେ।  

ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ଅଧିକାରୀ କହିଛନ୍ତି ଯେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଜାପାନ ଦ୍ୱାରା ବିକଶିତ ହୋଇଥିବା ଶିନକାନସେନ ଇ-୫ ସିରିଜ୍ ବୁଲେଟ୍ ଟ୍ରେନ୍ ହେବ। ଏହି ସିରିଜ ବୁଲେଟ ଟ୍ରେନ ଏହାର ଲମ୍ବା ନାକ ପାଇଁ ଜଣାଶୁଣା। ଏହା ପଛରେ ଅନେକ କାରଣ ରହିଛି। ଏହାର ସବୁଠାରୁ ବିଶେଷତ୍ୱ ହେଉଛି ଯେତେବେଳେ ଏହି ବୁଲେଟ ଟ୍ରେନ ଘଣ୍ଟା ପ୍ରତି ୩୨୦ କିଲୋମିଟର କିମ୍ବା ଏହା ଠାରୁ ଅଧିକ ବେଗରେ ରେଳ ଧାରଣାରେ ଚାଲିଥାଏ, ସେତେବେଳେ ନିର୍ଗତ ହେଉଥିବା ଶବ୍ଦକୁ କମ୍ କରାଯାଇପାରେ।

ଯେତେବେଳେ କୌଣସି ଏକ ହାଇ ସ୍ପୀଡ୍ ଟ୍ରେନ୍ ଏକ ସୁଡ଼ଙ୍ଗ ମଧ୍ୟରେ ଗତି କରିଥାଏ, ସେତେବେଳେ ବନ୍ଦ ସ୍ଥାନ ହେତୁ ଟ୍ରେନ ବାୟୁକୁ ଆଗକୁ ଠେଲିଥାଏ। ଯେଉଁ କାରଣରୁ ବାୟୁ ଚାପ ତରଙ୍ଗ ସୃଷ୍ଟି ହୋଇଥାଏ। ଯେତେବେଳେ  ଟ୍ରେନ୍ ସୁଡଙ୍ଗ ମଧ୍ୟରେ ରକେଟ ଭଳି ଗତି କରିଥାଏ ସେତେବେଳେ ୭୫ ଡେସିବଲ ଠାରୁ ଅଧିକ ଶବ୍ଦ ତରଙ୍ଗ ସୃଷ୍ଟି ହୋଇଥାଏ। ଯାହାର ପ୍ରଭାବ ପ୍ରାୟ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ସମସ୍ତ ଦିଗରେ ଅନୁଭବ କରାଯାଇପାରେ।

ଏହି ସମସ୍ୟାର ସମାଧାନ ଏକ ମାଛରଙ୍କା ପକ୍ଷୀ ପାଖରୁ ପାଇଥିଲେ ଜଣେ ଜାପାନୀ ଇଞ୍ଜିନିୟର। ଯିଏ ଦ୍ରୁତ ବେଗରେ ପାଣିରେ ମାଛ ଶିକାର କରିଥାଏ। ହାଇ ସ୍ପୀଡ୍ ଟ୍ରେନ୍ ଯାତ୍ରା କରିବା ବେଳେ ନିର୍ଗତ ହେଉଥିବା ଶବ୍ଦକୁ ନିୟନ୍ତ୍ରଣ କରିବା ପାଇଁ ଜାପାନୀ ଇଞ୍ଜିନିୟର ଆଇଜି ନାକତ୍ସୁ ଏହାର ଆକାରରୁ ମାଛରଙ୍କା ପକ୍ଷୀର ଥଣ୍ଟ ଭଳି କରି ଦେଇଥିଲେ। ହାଇସ୍ପୀଡ ଟ୍ରେନ ସାମ୍ନା ଭାଗର ଆକାର ମାଛରଙ୍କା ପକ୍ଷୀର ଥଣ୍ଟ ଭଳି କରିବା ଦ୍ୱାରା ଆହୁରି ଲାଭ ମିଳିଥିଲା। ତାହା ହେଉଛି ବୁଲେଟ ଟ୍ରେନ ଇନ୍ଧନ ଦକ୍ଷତା ଉନ୍ନତ ହେବା ସହ ଏହାର ବେଗ ମଧ୍ୟ ବୃଦ୍ଧି ପାଇଥିଲା।