ପୁଣି ଫେରିବ ଅତୀତ ! ଦୀର୍ଘ ୨୨ ବର୍ଷ ପରେ ସିଦ୍ଧାନ୍ତ-ରଚନାଙ୍କ ନୂଆ ଫିଲ୍ମ
Advertisement
Article Detail0/zeeodisha/odisha2215156

ପୁଣି ଫେରିବ ଅତୀତ ! ଦୀର୍ଘ ୨୨ ବର୍ଷ ପରେ ସିଦ୍ଧାନ୍ତ-ରଚନାଙ୍କ ନୂଆ ଫିଲ୍ମ

Ollywood News: ପ୍ରତି ଓଡ଼ିଆଙ୍କ ଘରେ ଘରେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ନିଜ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତେବେ ଖୁସିର କଥା ହେଉଛି ଆଉଥରେ ପୁଣି ସେହି ପୁରୁଣା ଦିନ ଫେରି ଆସିବ । ସିଦ୍ଧାନ୍ତ-ରଚନା ଯୋଡିଙ୍କୁ ଆପଣ ରୂପେଲି ପରଦାରେ ପୁଣିଥରେ ଦେଖିପାରିବେ ।

ପୁଣି ଫେରିବ ଅତୀତ ! ଦୀର୍ଘ  ୨୨ ବର୍ଷ ପରେ ସିଦ୍ଧାନ୍ତ-ରଚନାଙ୍କ ନୂଆ ଫିଲ୍ମ

Ollywood News: ଓଲିଉଡର ସଫଳ ଯୋଡ଼ି ସିଦ୍ଧାନ୍ତ- ରଚନାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର । ପୁଣିଥରେ ଦୀର୍ଘ ୨୨ ବର୍ଷ ପରେ ଆପଣ ନିଜ ପ୍ରିୟ ଯୋଡିଙ୍କ ଅଭିନିତ ନୂଆ ସିନେମା ପରଦାରେ ଦେଖିବାକୁ ପାଇବେ । ୨୦୦୨ ମସିହାରେ ଏହି ଯୋଡିଙ୍କ ଶେଷ ସିନେମା 'ସନ୍ତାନ' ରିଲିଜ୍ ହୋଇଥିଲା । ସିନେମାଟି ଖୁବ୍ ହିଟ୍ ହୋଇଥିଲେ ମଧ୍ୟ ତାପରେ କିଛି କାରଣ ପାଇଁ ସିଦ୍ଧାନ୍ତ ଏବଂ ରଚନାଙ୍କ ସିନେମା ଦେଖିବାରୁ ବଞ୍ଚିତ ଥିଲେ ଦର୍ଶକ । ପ୍ରତି ଓଡ଼ିଆଙ୍କ ଘରେ ଘରେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ନିଜ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତେବେ ଖୁସିର କଥା ହେଉଛି ଆଉଥରେ ପୁଣି ସେହି ପୁରୁଣା ଦିନ ଫେରି ଆସିବ । ସିଦ୍ଧାନ୍ତ-ରଚନା ଯୋଡିଙ୍କୁ ଆପଣ ରୂପେଲି ପରଦାରେ ପୁଣିଥରେ ଦେଖିପାରିବେ ।

ସୂଚନା ମୁତାବକ, ନୂଆ ଓଡ଼ିଆ ସିନେମା ‘ରିଟାୟାର୍‌ମେଣ୍ଟ୍‌’ରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ରଚନା ବାନାର୍ଜୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ ଗଣମାଧ୍ୟମକୁ ସୂଚନା ମିଳିଛି । ସିନେମାଟିକୁ ସୁଦାମ ଶତପଥୀ ପ୍ରଯୋଜନା କରୁଥିବା ସମୟରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଓଲିଉଡର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି । ଅନେକ ସଫଳ ସିନେମାରେ ନିର୍ଦ୍ଦେଶନାର ଭାର ସମ୍ଭାଳିଥିବା ସୁଶାନ୍ତ ମଣି ପ୍ରଥମ ଥର ପାଇଁ ସିଦ୍ଧାନ୍ତ-ରଚନାଙ୍କ ସହ କାମ କରିବେ । ‘ରିଟାୟାର୍‌ମେଣ୍ଟ୍‌’ର ସଂଳାପକାର ଦାୟିତ୍ୱ ଶରଣାରବିନ୍ଦ ଓଝା ନେଇଥିବା ସମୟରେ ସଙ୍ଗୀତ ନିର୍ଦ୍ଦେଶନାର ଭାର ଦେବୀତୋଷ ଆଚାର୍ଯ୍ୟଙ୍କ ମୁଣ୍ଡରେ ନ୍ୟସ୍ତ ହୋଇଛି । କଟକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସିନେମାର ସ୍କ୍ରିପ୍ଟ ପୂଜା କରାସରିଥିବା ଜଣାପଡିଛି । ଖୁବଶୀଘ୍ର ସିନେମାର ସୁଟିଂ ଆରମ୍ଭ ହେବା ସହିତ ଦଶହରା ବଜାରରେ ସିନେମାଟିକୁ ମୁକ୍ତିଲାଭ କରାଇବା ପାଇଁ ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Also Read- Varsha Priyadarshini: ପୁଣି ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା !

Also Read- Saptahik Rashifal: ୨୨ରୁ ୨୮ ଏପ୍ରିଲ୍ କେମିତି କଟିବ ? ଜାଣନ୍ତୁ ସାପ୍ତାହିକ ରାଶିଫଳ