ଅକ୍ଟୋବର ୩୧ରେ ପ୍ରସାରିତ ହେବ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ
Advertisement
Article Detail0/zeeodisha/odisha1932982

ଅକ୍ଟୋବର ୩୧ରେ ପ୍ରସାରିତ ହେବ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ

Entertainment News: ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି । ଏହା ସହ ଏଥର ପତି – ପତ୍ନୀ ସମ୍ପର୍କର ମଧୁରତାକୁ ବଢାଇଛି ଏହି କାର୍ଯକ୍ରମ । 

ଅକ୍ଟୋବର ୩୧ରେ ପ୍ରସାରିତ ହେବ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ

Entertainment News: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ । ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି । ଏହା ସହ ଏଥର ପତି – ପତ୍ନୀ ସମ୍ପର୍କର ମଧୁରତାକୁ ବଢାଇଛି ଏହି କାର୍ଯକ୍ରମ । ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀମାନେ ଶୋ ମଧ୍ୟରେ କହିଛନ୍ତି ।

ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧, ୨୦୨୨ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପୁନଃ ପ୍ରସାରଣ ଆରମ୍ଭ ହୋଇଥିଲା । ଅଡିସନ ମାଧ୍ୟମରେ ଆସିଥିବା ନାରୀମାନେ କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଛନ୍ତି, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା ସିଜନ-୨ ରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ନେଇ ଆସିଛି । ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଥିଲା ପ୍ରତିଯୋଗୀମାନଙ୍କ ପାଇଁ ସିଧା ସଳଖ ଟଙ୍କା ଗଛ ରୁ ଟଙ୍କା ତୋଳିବାର ଏକ ଅଦ୍ଭୁତ ଖେଳ ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା । ଏହା ଛଡା ଖେଳରେ ଖେଳରେ ପ୍ରତିଯୋଗୀମାନେ ସୁନା ଜିତି ନିଜ ଘରକୁ ନେଇଛନ୍ତି । 

ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ଦର୍ଶକମାନଙ୍କ ପାଇଁ ସର୍ବଦା ଭିନ୍ନ ଧରଣର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଆଣିଦେବା । ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା । ‘ଦିଦି ନମ୍ବର -୧’ ହେଉଛି ଜୀ ସାର୍ଥକର ଏକ ଅନନ୍ୟ ଲୋକପ୍ରିୟ ରିଅଲିଟି ଶୋ ଯାହା ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି। ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ବହୁତ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ।

Also Read- Flipkart Sale: ଫ୍ଲିପକାର୍ଟରୁ ୧ଲକ୍ଷ ଟଙ୍କାର ଟିଭି ଅର୍ଡର କଲେ ଗ୍ରାହକ, କିନ୍ତୁ ବାହାରିଲା...

Also Read- Ollywood News: ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ