Health Department: ନିଆରା ଢଙ୍ଗରେ ଲାଞ୍ଚ ମାଗୁଛନ୍ତି ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
Advertisement
Article Detail0/zeeodisha/odisha1433602

Health Department: ନିଆରା ଢଙ୍ଗରେ ଲାଞ୍ଚ ମାଗୁଛନ୍ତି ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଗତ ଦିନରେ ସ୍ୱାସ୍ଥ୍ୟ ବିଭାଗର ୮ ଟି ବର୍ଗରେ ଏଜେନ୍ସି ବା ଆଉଟ ସୋର୍ସିଙ୍ଗ କମ୍ପାନୀ ମାନଙ୍କ ଜରିଆରେ ନିଯୁକ୍ତି ଯୋଗାଇବା ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦେଶକଙ୍କ ଚିଠି ସଂଖ୍ୟା ୫୩୯୦ ଅନୁଯାଇ ସମସ୍ତ ସିଡିଏମଓଙ୍କୁ ନିର୍ଦେଶ ଦିଆଯାଇଥିଲା। 

ପ୍ରତିକାତ୍ମକ ଫଟୋ

Health Department: ମାଲକାନଗିରି: ବିଭିନ୍ନ ସରକାରୀ ସଂସ୍ଥାରେ ଖାଲି ଥିବା ପଦ ପଦବୀ ପାଇଁ ଅନେକ ବେସରକାରୀ ସଂସ୍ଥା ଦ୍ଵାରା ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଉଥିବା କଥା କିଛି ନୂଆ ନୁହେଁ। ରାଜ୍ୟରେ ଏପରି ଅନେକ ସ୍ଥାନରେ ବେସରକାରି ସଂସ୍ଥା ଦ୍ଵାରା ସରକାରୀ କାର୍ଯ୍ୟଳୟରେ ଥିବା ଅନେକ ପଦବୀ ଗୁଡିକରେ ଚୁକ୍ତି ଭିତ୍ତିକି ନିଯୁକ୍ତି ଦିଆଯାଉଛି । ତେବେ ଏହି ଉପାୟରେ ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ପରି ଗୁରୁତ୍ୱପୁର୍ଣ୍ଣ ବିଭାଗରେ ଅନେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏଥିରେ ବିପୁଳ ପରିମାଣରେ ଅର୍ଥ କାରବାର କରାଯାଉଥିବା ଅଭିଯୋଗ ହୋଇଛି । 

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଗତ ଦିନରେ ସ୍ୱାସ୍ଥ୍ୟ ବିଭାଗର ୮ ଟି ବର୍ଗରେ ଏଜେନ୍ସି ବା ଆଉଟ ସୋର୍ସିଙ୍ଗ କମ୍ପାନୀ ମାନଙ୍କ ଜରିଆରେ ନିଯୁକ୍ତି ଯୋଗାଇବା ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦେଶକଙ୍କ ଚିଠି ସଂଖ୍ୟା ୫୩୯୦ ଅନୁଯାଇ ସମସ୍ତ ସିଡିଏମଓଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଗାଇଡ୍‌ଲାଇନ୍‌କୁ ଖୋଲା ଖୋଲି ଉଲଂଘନ କରି ନିଦ୍ଦିଷ୍ଟ ଏକ କମ୍ପାନୀକୁ ଟେଣ୍ଡର ଆହ୍ୱାନ କରାଯାଇ ମାଲକାନଗିରି ଜିଲ୍ଲାରେ ୬ଟି ବର୍ଗ ଯଥା ଷ୍ଟାଫ ନର୍ସ, ଟେଲିମେଡିସିନ୍, ଲ୍ୟାବ ଟେକ୍‌ନିସିଆନ୍, ଡାଟା ଏଂଟ୍ରି ଅପରେଟର , ଆଟେଣ୍ଡାନ୍ସ , ଡ୍ରାଇଭର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିଲା। 

ତେବେ ଏହି ସବୁ ମଧ୍ୟରେ ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ଲାଗି କୌଣସି ଟେଣ୍ଡର ହୋଇନଥିବା ବେଳେ ୯ ଜଣ ମେଡିକାଲ ଆସିଷ୍ଟାଣ୍ଟକୁ ଲାଞ୍ଚ ନେଇ ନିଯୁକ୍ତି ଦିଆଯାଇ ଥିବା ଜଣାପଡିଛି । ସେହିପରି ଏ.ଏନ.ଏମ୍ ପଦବୀ ଲାଗି ମାଲକାନଗିରି ସି.ଡି.ଏମ.ଓଙ୍କ ଟେଣ୍ଡାରରେ ଉଲ୍ଲେଖ ନଥାଇ ମଧ୍ୟ ୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ବିଶେଷ କରି ଆଟେଣ୍ଡାନ୍ସ ପଦବୀ ଲାଗି ୬୦ ହଜାର, ଏ.ଏନ.ଏମ ଲାଗି ୧ ଲକ୍ଷ ୩୦ ହଜାର, ଏନ.ଆର.ଏ ଲାଗି ୯୦ ହଜାର, ଷ୍ଟାଫ ନର୍ସ ଲାଗି ୭୦ ହଜାର ପର୍ଯ୍ଯନ୍ତ ଟଙ୍କା ଲାଞ୍ଚ ଆକାରରେ ଆଦାୟ କରାଯାଉଥିବା ବେଳେ ମାଲକାନଗିରି ଡାକ୍ତରଖାନାରେ ଜଣେ କର୍ମରତ ଷ୍ଟାଫ ନର୍ସ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଦୁଇ ଅଧିକାରୀଏଥିରେ ସମ୍ପୂର୍ଣ ଲିପ୍ତ ଥିବା ଅଭିଯୋଗ ହୋଇଛି । ତେବେ ଭୁବନେଶ୍ୱର ର ଗୋଟେ କମ୍ପାନୀ କୁ ଏହି ଦାଇତ୍ୱ ଦେଇଥିବା ବେଳେ ଟଙ୍କା ଦେଇ ବାହାର ଜିଲ୍ଲାର ଯୁବକ ମାନେ ଏହି ଚାକିରୀ ପାଇବା ସହ ଟଙ୍କା ଦେଇନ ପାରିବାରୁ ଅନେକ ମେଧାବୀ ଯୁବକ ଏହି ଚାକିରୀରୁ ବଞ୍ଚିତ ହେଉଛନ୍ତି ।

ତେବେ ଭୁବନେଶ୍ୱରର ଏକ ଆଉଟ ସୋର୍ସିଙ୍ଗ ଏଜେନ୍ସି ଚୟନ ହୋଇଥିବା ବେଳେ ଏହି ସଂସ୍ଥା ମାଧ୍ୟମରେ ପିଲାଙ୍କୁ ଚାକିରି ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର କିଛି କର୍ମଚାରୀ ଅର୍ଥ କାରବାର କରୁଥିବା ଜଣାପଡିଛି। ଏପରିକି ଏହି ଅର୍ଥ କାରବାରରେ ଜଣେ ଷ୍ଟାଫ ନର୍ସଙ୍କ ମାଧ୍ୟମରେ ଟଙ୍କା ନିଆଯାଉଥିବା ବେଳେ ଏହି ଅର୍ଥ ସ୍ତର ସ୍ତର ହୋଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଯାଏଁ ପହଞ୍ଚୁଥିବା ଜଣାପଡିଛି। କମ୍ପାନୀକୁ ହାତ ମୁଠାରେ ରଖି ଜିଲ୍ଲାର କିଛି କର୍ମଚାରୀ ମାନେ ଲାଞ୍ଚ ଟଙ୍କା ଆଦାୟ କରି ଯୁବକ ଯୁବତୀଙ୍କୁ ବିଭିନ୍ନ ପଦ ପଦବୀରେ ଆଉଟ ସୋର୍ସିଙ୍ଗରେ ଚାକିରି ଦେଉଥିବା ଜଣା ପଡିଛି । ଏ ସମ୍ବନ୍ଧରେ ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି ଯେ ଏପରି କୌଣସି ଅଭିଯୋଗ ଆମ ନିକଟକୁ ଆସି ନାହି, ଯଦି ଏପରି ଅଭିଯୋଗ ଆସେ ତେବେ ତଦନ୍ତ କରି ପଦକ୍ଷେପ ନିଆଜିବି ବୋଲି ପ୍ରକାଶ କରିଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।