Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ
Advertisement
Article Detail0/zeeodisha/odisha2242579

Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ

Shukra Rashi Parivartan: ମଇ ୧୯ ତାରିଖ ଦିନ ସକାଳ ୮ଟା ୫୧ ମିନିଟ ସମୟରେ ଶୁକ୍ର ନିଜ ରାଶି ବୃଷରେ ପ୍ରବେଶ କରିବେ । ବୃଷ ରାଶିରେ ଜାନୁଆରୀ ୧୨ ତାରିଖ ସନ୍ଧ୍ୟା ୬ଟା୩୭ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ଶୁକ୍ର । ତେବେ ଏହି ରାଶି ପରିବର୍ତ୍ତନ କାରଣରୁ ୬ଟି ରାଶିକୁ ବଡ଼ ଲାଭ ମିଳିବ । ତେବେ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ମିଳିବ ଆସନ୍ତୁ ଜାଣିବା ।

Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ

Shukra Rashi Parivartan: ସୁଖ ସମୃଦ୍ଧିର ଗ୍ରହ ବୋଲି ବିବେଚନା କରାଯାଉଥିବା ଗ୍ରହ ଶୁକ୍ର ଆସନ୍ତା ମଇ ୧୯ ଅର୍ଥାତ ରବିବାର ଦିନ ସକାଳ ୮ଟା୫୧ ମିନିଟ ସମୟରେ ରାଶି ପରିବର୍ତ୍ତନ କରିବେ । ୧୨ ଜାନୁଆରୀ ସନ୍ଧ୍ୟା ୬ଟା୩୭ ପର୍ଯ୍ୟନ୍ତ ଶୁକ୍ର ବୃଷ ରାଶିରେ ଅବସ୍ଥାନ କରିବେ । ଏହା ପରେ ମିଥୁନ ରାଶିକୁ ଚଳନ କରିବେ ଶୁକ୍ର । ବୃଷରେ ଚଳନ କାରଣରୁ କର୍କଟ ସମେତ ୬ଟି ରାଶିର ବ୍ୟକ୍ତିବିଶେଷ ଧନୀ ହୋଇପାରନ୍ତି । ଏଥିସହ ପ୍ରେମ ବିବାହ ହେବାର ସମ୍ଭାବନା ରହିଛି । ଜ୍ୟୋତିଷଙ୍କ ମତ ଅନୁଯାୟୀ କେଉଁ ରାଶିକୁ କିଭଳି ଫଳ ମିଳିବ ଆସନ୍ତୁ ଜାଣିବା ।

ମେଷ ରାଶି
ଶୁକ୍ରଙ୍କ ଚଳନ କାରଣରୁ ଆପଣ ନିଜ କ୍ୟାରିୟରରେ ବଡ଼ ଲାଭ ପାଇପାରିବେ । ବିଶେଷକରି ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଶୁଭଫଳ ମିଳିବ । ଆପଣ ବିପୁଳ ଲାଭ ପାଇବେ । ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ଭରି ରହିବ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ ।

ବୃଷ ରାଶି
ଆପଣଙ୍କ ରାଶିକୁ ଶୁକ୍ରଙ୍କ ଆଗମନ ହେବାକୁ ଯାଉଛି । ଶୁକ୍ରଙ୍କ ସକରାତ୍ମକ ପ୍ରଭାବ କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଭଲ ରହିବ । ଆର୍ଥିକ ସଙ୍କଟ ଦୂର ହେବା ସହ ଆପଣଙ୍କ ମନ ଖୁସି ରହିବ । ଆପଣ ବିଳାସପୂର୍ଣ୍ଣ ଜୀବନ ପାଇଁ ଟଙ୍କା ଖର୍ଚ୍ଚ କରିବେ । ଅନେକ ଉତ୍ସରୁ ଆପଣଙ୍କ ପାଇଁ ଆର୍ଥିକ ଲାଭର ସମ୍ଭାବନା ରହିଛି । ଆୟ ମଧ୍ୟ ବୃଦ୍ଧି ପାଇବ । ଆପଣ ନୂଆ କାର୍ଯ୍ୟରେ ସଫଳତା ପାଇବାର ଅଧିକ ସମ୍ଭାବନା ରହିଛି ।

କର୍କଟ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ନୂଆ ଉତ୍ସାହ ଆଣିଦେବ । ଚାକିରି କ୍ଷେତ୍ରରେ ସଫଳତା ପାଇବେ । ଆପଣଙ୍କର ଆୟ ବୃଦ୍ଧି ପାଇବ । ପଦୋନ୍ନତି ମିଳିବା ସହିତ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ମେ ୧୯ ତାରିଖ ପରଠୁ ଆପଣଙ୍କର ଆର୍ଥିକ ସ୍ଥିତି ଦ୍ରୁତ ଗତିରେ ଉନ୍ନତି ହେବ । ଜୀବନରେ ଆରାମ ଏବଂ ବିଳାସପୂର୍ଣ୍ଣତା ବୃଦ୍ଧି ପାଇବ । ଏହି ସମୟରେ ଆପଣ ଅଧିକ ସଞ୍ଚୟ କରିପାରନ୍ତି ।

ସିଂହ ରାଶି
ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଶୁଭ ଖବର ମିଳିବ । ଆପଣଙ୍କୁ ନିଜ ମନ ପସନ୍ଦର ଚାକିରି ମିଳିପାରେ । ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଏହି ଅବଧି ମଧ୍ୟରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଅଧିକ ସଫଳତା ପାଇବାର ସମ୍ଭାବନା ରହିଛି । ପିତାମାତାଙ୍କଠାରୁ ଆର୍ଥିକ ଲାଭ ଆପଣଙ୍କୁ ମିଳିପାରେ ।

ବିଛା ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ଲାଭ ଦେବ । ଆପଣ ହଠାତ୍ ଧନୀ ହୋଇପାରନ୍ତି । ଆର୍ଥିକ ଲାଭ ସହିତ ସୁଖ ସମୃଦ୍ଧି ବଢିବା । ଏହି ସମୟ ମଧ୍ୟରେ ଆପଣ ଅନେକ ଉତ୍ସରୁ ଆୟ କରିପାରିବେ । ବ୍ୟବସାୟ କ୍ଷେତ୍ରରେ ଆପଣ ଉପକୃତ ହେବେ । ଲାଭ ପାଇବା ପାଇଁ ଆପଣଙ୍କପ ଅନେକ ସୁଯୋଗ ମିଳିବ ।

କୁମ୍ଭ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ । ନିଜ କ୍ୟାରିୟରରେ ଏକ ନୂଆ ସୁଯୋଗ ପାଇପାରନ୍ତି । ମେ ୧୯ ପରେ ଆପଣଙ୍କ ଭାଗ୍ୟର ଦ୍ୱାର ଫିଟିବ । ଆପଣଙ୍କ ପୂର୍ବ ବିନିଯୋଗ ଆପଣଙ୍କୁ ଆର୍ଥିକ ଲାଭ ଦେଇପାରେ । କର୍ମକ୍ଷେତ୍ରରେ ଆପଣଙ୍କ ଖ୍ୟାତି ଏବଂ ଗୌରବ ବଢିବାକୁ ଲାଗିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Kuber Yog: ୧୨ ବର୍ଷ ପରେ ସୃଷ୍ଟି ହେଉଛି କୁବେର ଯୋଗ, ୩ ରାଶି ଜୀବନରେ ଟଙ୍କା ବର୍ଷା !

Also Read- Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୩ ରାଶିର ଲୋକଙ୍କ ଭାଗ୍ୟରେ ସୁଖର ବର୍ଷା