Rashifal 28 April 2024: ରବିବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2224888

Rashifal 28 April 2024: ରବିବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ

Rashifal 28 April 2024: ୨୮ ଏପ୍ରିଲ ରବିବାର ଦିନ କେମିତି କଟିବ ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦିନ ? କେଉଁ ପ୍ରତିକାର କଲେ ହେବ ଅତ୍ୟନ୍ତ ଶୁଭ ଆସନ୍ତୁ ଜାଣିବା

Rashifal 28 April 2024: ରବିବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ

Rashifal 28 April 2024: ୨୮ ଏପ୍ରିଲ ରବିବାର କେମିତି ରହିବ ଆପଣଙ୍କ ଦିନ ସେ ସମ୍ପର୍କରେ ଆସନ୍ତୁ ଜାଣିବା । ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି କିପରି ବିତିବ ଏବଂ କେଉଁ ଉପାୟ ଅବଲମ୍ୱନ କରିବା ଆବଶ୍ୟକ ଜାଣନ୍ତୁ ।

ମେଷ ରାଶି
ଆପଣଙ୍କ ପୂର୍ବ ସମସ୍ୟାର ସମାଧାନ ହେବ । ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ । ଯଦି ଆପଣ ସେନା କିମ୍ବା ପୋଲିସରେ କାର୍ଯ୍ୟ କରୁଥାନ୍ତି ତେବେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଅଯୋଥା କଥାରେ ବିତର୍କ ନକରି ଆପଣ ନୀରବ ରହିବାକୁ ଚେଷ୍ଟା କରନ୍ତୁ । ସକାଳେ ଗୋମାତାଙ୍କ ସେବା କରନ୍ତୁ ଶୁଭଫଳ ମିଳିବ ।

ବୃଷ ରାଶି
ଆଣଙ୍କ ମନରେ ଉତ୍ସାହ ରହିବା ସହ କାମ କରିବାକୁ ଶକ୍ତି ସଂଚାର ହେବ । ପ୍ରେମ ସମ୍ପର୍କ ପାଇଁ ଆଜିର ଦିନଟି ଖୁବ ଭଲ । ଘରୋଇ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ସୁସ୍ୱାଦୁ ବ୍ୟଞ୍ଜନ ଖାଇବାର ସୁଯୋଗ ପାଇବେ । ପାରିବାରିକ କାର୍ଯ୍ୟରେ ସୁଖର ପରିବେଶ ରହିବ । ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ ଦିନଟି ଖୁସିରେ କଟିବ ।

ମିଥୁନ ରାଶି
ବ୍ୟବସାୟରେ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବ । ସହକର୍ମୀମାନଙ୍କ ସହିତ ଦିନଟି ଭଲରେ କଟିବ । ନିଜ କାର୍ଯ୍ୟ ଦକ୍ଷତା ସବୁଠାରେ ପ୍ରଶଂସିତ ହେବ । ଯଦି ଆପଣ କାହାକୁ ଟଙ୍କା ଦେଇଥାନ୍ତି ତେବେ ଫେରିପାଇବେ । ସକାଳେ ଗୋମାତାଙ୍କୁ ସବୁଜ ଦ୍ରବ୍ୟ ଖାଇବାକୁ ଦିଅନ୍ତୁ । 

କର୍କଟ ରାଶି
ସ୍ୱାସ୍ଥ୍ୟ ସମ୍ପର୍କରେ ସତର୍କ ରୁହିବା ଆପଣଙ୍କ ପାଇଁ ଭଲ । ପାରିବାରିକ ବିବାଦରେ ଆପଣ ଶାନ୍ତ ରହିବାକୁ ପ୍ରୟାସ କରନ୍ତୁ । କୁକୁରକୁ ଖାଦ୍ୟ ଦିଅନ୍ତୁ । ଗରିବ ଲୋକଙ୍କୁ ସବୁଜ ପନିପରିବା ଦାନ କରନ୍ତୁ ।

ସିଂହ ରାଶି
ଆପଣଙ୍କୁ ଅପ୍ରତ୍ୟାଶିତ ସଫଳତା ମିଳିବ । ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ଲୋକପ୍ରଶଂସା ମିଳିବ । ଦୂରଯାତ୍ରା କରିବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହ କୌଣସି ଉତ୍ସବରେ ସାମିଲ୍ ହୋଇପାରନ୍ତି । ସକାଳେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣକରନ୍ତୁ । ଗୋମାତା ଏବଂ ଶ୍ୱାନଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି
ଘରୋଇ ଜିନିଷ କିଣାକିଣି କରିବାରେ ସମୟ ବିତିପାରେ । ଆପଣଙ୍କ ସହକର୍ମୀମାନେ ଆପଣଙ୍କୁ ପ୍ରଶଂସା କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ଆଶୀର୍ବାଦ ନେଇ ଘରୁ ଗୋଡ କାଢିଲେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଛାତ୍ରମାନଙ୍କ ପାଇଁ ଦିନଟି ଭଲ ହେବ ।

ତୁଳା ରାଶି
ଆର୍ଥିକ କ୍ଷେତ୍ରରେ ଆପଣ ସୁଦୃଢ ହେବେ । ଚଳଚ୍ଚିତ୍ର ଜଗତ ସହ ଜଡିତ ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବ । ପ୍ରେମ ସମ୍ପର୍କ ପାଇଁ ସମୟ ଉପଯୁକ୍ତ ରହିଛି । ଉଭୟ ଘରେ ଏବଂ କର୍ମକ୍ଷେତ୍ରରେ ସମୟ ଭଲରେ କଟିବ । ଭବିଷ୍ୟତ ପାଇଁ ଯୋଜନା କରନ୍ତୁ କାରଣ ଏହା ଉପଯୁକ୍ତ ସମୟ । କୌଣସି ଗରିବ ଝିଅକୁ ଧଳା ପୋଷାକ ଅର୍ପଣ କରନ୍ତୁ ଶୁଭ ହେବ ।

ବିଛା ରାଶି
ଆର୍ଥିକ କ୍ଷେତ୍ରରେ ଆପଣ ଉନ୍ନତି କରିବେ । ଛାତ୍ରମାନେ ବିନା କାରଣରେ କାହା ସହିତ ଝଗଡା କରନ୍ତୁ ନାହିଁ । ପିତାମାତାଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ । ସକାଳ ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ସକାଳେ ସ୍ନାନ ପରେ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ ।

ଧନୁ ରାଶି
ପାରିବାରିକ ଜୀବନ ଖୁସିରେ କଟିବ । ଚାକିରିରେ ପଦୋନ୍ନତି ସହ ଦରମା ବଢିବାର ସମ୍ଭାବନା ରହିଛି । ଆଜି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଗୋମାତାଙ୍କୁ ରୁଟି ସହ କଦଳୀ ଅର୍ପଣ କରନ୍ତୁ ଶୁଭ ଫଳ ମିଳିବ ।

ମକର ରାଶି
ଜୀବନସାଥୀଙ୍କ କଥାରେ ଚାପଗ୍ରସ୍ତ ପାଇପାରନ୍ତି । ସ୍ୱଳ୍ପ ବିନିଯୋଗ ଆପଣଙ୍କୁ ବଡ଼ ଲାଭ ଦେଇପାରେ । ବୟସ୍କ ବ୍ୟକ୍ତିମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ଗୋମାତା ଏବଂ ଶ୍ୱାନକୁ ଖାଦ୍ୟ ଅର୍ପଣ କରନ୍ତୁ ।

କୁମ୍ଭ ରାଶି
ନ୍ୟାୟିକ ପ୍ରକ୍ରିୟାରେ ଆପଣ ବିଜୟଲାଭ କରିପାରନ୍ତି । କୌଣସି ବନ୍ଧୁଙ୍କ ଅସୁବିଧାରେ ଆପଣ ସାହାଯ୍ୟ କରନ୍ତୁ । ପିତାଙ୍କ ଆଶୀର୍ବାଦ ଆପଣଙ୍କୁ କର୍ମକ୍ଷେତ୍ରରେ ଆଗେଇ ନେବ । ଆହତ କୁକୁର ଚିକିତ୍ସା କରନ୍ତୁ ଖୁବ ଶୁଭଫଳ ମିଳିବ ।

ମୀନ ରାଶି
ଆଧ୍ୟାତ୍ମିକତା ଆଡକୁ ମନ ବଳିବ । ଜୀବନ ଏବଂ ଜୀବିକାରେ ଅଗ୍ରଗତି କରିବେ । ପରିବାରର ଶାନ୍ତିର ପରିବେଶ ରହିବ । ପ୍ରେମ ସମ୍ପର୍କରେ ଆଗେଇବେ । ସକାଳେ ଗୋମାତାଙ୍କୁ ଖାଦ୍ୟ ଦେବା ସହ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Election 2024: ସାଲେପୁରରୁ ଲଢିବେ ଅରିନ୍ଦମ, ୮ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା କଲା BJP

Also Read- May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶିକୁ ଅତ୍ୟନ୍ତ ଲାଭ