Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ
Advertisement
Article Detail0/zeeodisha/odisha2097599

Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ

Rahu Gochar 2024: ରାହୁ ଗୋଚର କାରଣରୁ ୩ଟି ରାଶିକୁ ବିଶେଷ ସତର୍କ ହେବାର ଆବଶ୍ୟକତା ରହିଛି । କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରିବା ନିହାତି ଆବଶ୍ୟକ ।

Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ

Rahu Gochar 2024: ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ନକାରାତ୍ମକ ଗ୍ରହ ଭାବରେ ଗଣନା କରାଯାଇଥାଏ । ହିନ୍ଦୁ କ୍ୟାଲେଣ୍ଡର ତଥା ପାଞ୍ଜି ଅନୁଯାୟୀ, ୨୦୨୪ ମସିହାରେ ରାହୁ ମୀନ ରାଶିରେ ଅବସ୍ଥିତ ଅଛନ୍ତି । ଜୋତିଷଙ୍କ ମତ ଅନୁଯାୟୀ, ରାହୁର ମହାଦଶା ଏକ ନିର୍ଦ୍ଦିଷ୍ଟ ରାଶି ଉପରେ ୧୮ ବର୍ଷ ପର୍ଯ୍ୟନ୍ତ ରହିଛି। ଏପରି ପରିସ୍ଥିତିରେ, ରାହୁଙ୍କ ପ୍ରଭାବ କାରଣରୁ ୨୦୨୪ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ରାଶିର ଲୋକମାନଙ୍କର ସଜାଗ ତଥା ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ ।

କନ୍ୟା ରାଶିରେ ପ୍ରଭାବ
୨୦୨୪ ମସିହାରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । କାର୍ଯ୍ୟ କ୍ଷେତ୍ରରେ ବିଶେଷ ଭାବରେ ସତର୍କତା ଅବଲମ୍ୱନ କରନ୍ତୁ । ପ୍ରେମ ସଂପର୍କରେ ସମସ୍ୟା ଦେଖାଦେଇପାରେ । ବୈବାହିକ ଜୀବନରେ ମଧ୍ୟ କୌଣସି କାରଣକୁ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି ।

ଧନୁ ରାଶିରେ ପ୍ରଭାବ
ରାହୁ ଧନୁ ରାଶିର ଚତୁର୍ଥ ଘରେ ଚଳନ କରିଛନ୍ତି। ଏହି କାରଣରୁ ଧନୁ ରାଶି ଲୋକଙ୍କୁ ବିଶେଷ କରି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ । ଆର୍ଥିକ ସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ପାରିବାରିକ ଜୀବନରେ ବିବାଦ ଦେଖାଦେଇପାରେ । କଥାବାର୍ତ୍ତାରେ ସଂଯମତା ରକ୍ଷା ନକଲେ ଅସୁବିଧାରେ ପଡିପାରନ୍ତି ।

କୁମ୍ଭ ରାଶିରେ ପ୍ରଭାବ
ରାହୁଙ୍କ ପ୍ରଭାବ କାରଣରୁ ଖର୍ଚ୍ଚ ବୃଦ୍ଧି ପାଇବ । ବର୍ଷଟି ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖିନ କରାଇବ । ଦୂର ଯାତ୍ରା ସମୟରେ ସତର୍କତା ଅବଲମ୍ୱନ କରିବା ନିହାତି ଦରକାର । ଯଦି କୈଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇ ବିନିଯୋଗ କରନ୍ତୁ । 

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର

Also Read- Entertainment News: ଫେବୃଆରୀ ୧୧ ତାରିଖରେ ଦେଖନ୍ତୁ ‘ଗଦର-୨’