Weather Update: ତାତିରୁ ମିଳିବ ଆଶ୍ବସ୍ତି; ଆଜି ଘଡ଼ଘଡି଼ ସହ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି!
Advertisement
Article Detail0/zeeodisha/odisha2239404

Weather Update: ତାତିରୁ ମିଳିବ ଆଶ୍ବସ୍ତି; ଆଜି ଘଡ଼ଘଡି଼ ସହ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି!

Weather Update: ଗତ କିଛି ଦିନ ହେଲାଣୀ ରାଜ୍ୟରେ କାଳବୈଶାଖିର ପ୍ରକୋପ ଦେଖିବାକୁ ମିଳୁଛି। ଯାହା ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି। ତେବେ, ଏହାରି ଭିତର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଉ ଏକ ସୂଚନା ଜାରି କରିଛି।  ଆହୁରି ପାଞ୍ଚ ଦିନ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି।

Weather Update: ତାତିରୁ ମିଳିବ ଆଶ୍ବସ୍ତି;  ଆଜି ଘଡ଼ଘଡି଼ ସହ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି!

Weather Update: ଗତ କିଛି ଦିନ ହେଲାଣୀ ରାଜ୍ୟରେ କାଳବୈଶାଖିର ପ୍ରକୋପ ଦେଖିବାକୁ ମିଳୁଛି। ଯାହା ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି। ତେବେ, ଏହାରି ଭିତର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଉ ଏକ ସୂଚନା ଜାରି କରିଛି।  ଆହୁରି ପାଞ୍ଚ ଦିନ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆଜି  ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ବିଜୁଳି ଓ ଘଡ଼ଘଡି଼ ସହ ବର୍ଷା ସମ୍ଭାବନା ରହିଛି। ଆଜି ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୭ ଜିଲ୍ଲାକୁ ଏବଂ ଆସନ୍ତାକାଲି ୬ ଜିଲ୍ଲାକୁ ଅରେଞ୍ଜ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।  ୨୪ ଘଣ୍ଟା ମଧ୍ୟରେ ମୟୂରଭଂଜ, କେନ୍ଦୁଝର,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ ୪୦ରୁ ୫୦ କିମି ମଧ୍ୟରେ ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ଉତ୍ତର ଓଡି଼ଶା ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କାଳବୈଶାଖି ପ୍ରଭାବରେ ଦିନର ତାପମାତ୍ରା ୫ରୁ ୬ ଡିଗ୍ରୀ ହ୍ରାସ ପାଇବ। 

ALSO READ: Today Horoscope: ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ ବୁଧବାର, ଜାଣନ୍ତୁ ଆଜିର ରାଶିଫଳ

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଜି (ବୁଧବାର) ଟ୍ୱିନସିଟିରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କୋରାପୁଟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୪ ମିମି ବର୍ଷା ରେକର୍ଡ କରାଯାଇଛି । ୧୧ରୁ ବର୍ଷାର ପରିମାଣ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଗତକାଲି ରାଜ୍ୟରେ ୩୫ ଡ଼ିଗ୍ରୀ ତଳେ ୨୦ ସହରରେ ତାପମାତ୍ରା ରେକର୍ଡ ହୋଇଥିଲା।  ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ର ଅଧିକ ରହିଥିଲା। ୧୦ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ ରୁ ୯ ଡ଼ିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିଛି। ରାଜଧାନୀ ଭୁବନେଶ୍ୱର ରେ ୭.୩ ଡିଗ୍ରୀ ଏବଂ କଟକ ରେ ୪.୨ ଡିଗ୍ରୀ ତଳକୁ ପାରଦ ଖସିଥିଲା।