Weather Update: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଏହାରି ଭିତରେ ପାଣିପାଗ ବିଭାଗ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଦେଇଛି। ଏଥର ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶୀଘ୍ର ଆସିବ।
Trending Photos
Weather Update: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଏହାରି ଭିତରେ ପାଣିପାଗ ବିଭାଗ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଦେଇଛି। ଏଥର ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶୀଘ୍ର ଆସିବ। ୧୯ ସୁଧା ଆଣ୍ତାମାନ, ନିକୋବର ଦୀପପୁଞ୍ଜ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଏଲ ନିନୋ ସ୍ଥିତି ଦୁର୍ବଳ ହେବାକୁ ଯାଉଛି। ଚଳିତ ବର୍ଷ ମୌମୁମୀ ପାଇଁ ଅନୁକୂଳ ରଖିଛି। ଏହି କାରଣରୁ ମୌମୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିପାରେ। ଚଳିତ ବର୍ଷ ମୌମୁମୀର ପ୍ରଭାବ ଅଧିକ ଥିଲେ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି ।
ALSO READ: Today Horoscope: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆଜିର ଦିନ
ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ କମ୍ ବର୍ଷା ହେବ। ଓଡିଶା ଉପକୂଳରେ କମ୍ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ସଂସ୍ଥାନ ଆକଳନ କରିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେପଟେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାତି ପୁଣି ବଢିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ କହିଛନ୍ତି।
୨ ଦିନ ଏବେ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନ ଥିବା ବେଳେ ତୃତୀୟ ଦିନ ଠାରୁ ରାଜ୍ୟରେ ଦିନର ତାପମାତ୍ରା କ୍ରମାଗତ ଭାବେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ହିଟ୍ ଓ୍ବେଭ୍ ଫେରିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ରାଜ୍ୟରେ ୪ ଦିନ ପରେ ବର୍ଷାର ପରିମାଣ କମିବ। ରାଜ୍ୟରେ ବର୍ତ୍ତମାନ କାଳବୈଶାଖି ଜାରି ରହିଥିବା ବେଳେ ଆହୁରି ୨ ଦିନ କାଳ ବୈଶାଖି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆଜି ବିଶେଷକରି, କୋରାପୁଟ୍, ରାୟଗଡା, ଗଜପତି , ଗଂଜାମ, ନୟାଗଡ, କେନ୍ଦ୍ରାପଡା,ଯାଜପୁର, ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। ମଙ୍ଗଳବାର ରାଜ୍ୟରେ ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା।