Weather Update: ତାତିରୁ ମିଳିବ ନିସ୍ତାର, ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2197083

Weather Update: ତାତିରୁ ମିଳିବ ନିସ୍ତାର, ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି କାଳବୈଶାଖି ଜନିତ ବର୍ଷା। ଲଗାତର ଦ୍ବୀତିୟ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୪୦  ଡିଗ୍ରୀରୁ କମ୍ ରେକର୍ଡ଼ ହୋଇଛି।  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ  କାଳବୈଶାଖି  ଓ ମେଘୁଆ ପାଗ ଲାଗି ରାଜ୍ୟ ତାପମାତ୍ରା ସ୍ବାଭାବିକ୍ ଠାରୁ ୩ରୁ ୧୨ ଡିଗ୍ରୀ କମ୍ ରେକର୍ଡ଼ ହୋଇଛି।   

Weather Update: ତାତିରୁ ମିଳିବ ନିସ୍ତାର, ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update:ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି କାଳବୈଶାଖି ଜନିତ ବର୍ଷା। ଲଗାତର ଦ୍ବୀତିୟ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୪୦  ଡିଗ୍ରୀରୁ କମ୍ ରେକର୍ଡ଼ ହୋଇଛି।  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ  କାଳବୈଶାଖି  ଓ ମେଘୁଆ ପାଗ ଲାଗି ରାଜ୍ୟ ତାପମାତ୍ରା ସ୍ବାଭାବିକ୍ ଠାରୁ ୩ରୁ ୧୨ ଡିଗ୍ରୀ କମ୍ ରେକର୍ଡ଼ ହୋଇଛି।   ଏହି ପାଗ ବୁଧବାର ଠାରୁ ଆଉ ନଜରକୁ ଆସିବ ନାହିଁ।  କାଳବୈଶାଖି ନେଇ କୌଣସି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ନ ଥିବା ବେଳେ ୧୩ ତାରିଖ ଯାଏଁ ରାଜ୍ୟକୁ ହାଲୁକା ବର୍ଷା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି। ବୁଧବାର ଓ ଗୁରୁବାର ରାଜ୍ୟରେ ପାରଦ ସାମାନ୍ୟ ବଢିବ। ୧୩ ତାରିଖରୁ ପାରଦ ପୁଣି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

ALSO READ: Today Horoscope: ମେଷ କର୍କଟ ସହ ସତର୍କ ରୁହନ୍ତୁ ଏହି ସବୁ ରାଶି! ଜାଣନ୍ତୁ ଆଜିର ରାଶିଫଳ

ରାଜ୍ୟରେ ପଶ୍ଟିମା ଝଡ଼ ପ୍ରଭାବ ହ୍ରାସ ପାଇଛି।  ବୁଧବାର ଅର୍ଥାତ୍ ଆଜିଠାରୁ ରାଜ୍ୟରେ ପାରଦ ବୃଦ୍ଧି ପାଇବା ସହ କାଁ ଭାଁ ବର୍ଷା ରେକର୍ଡ଼ ହେବ ବୋଲି ସମ୍ଭାବନା ରହିଛି। ୫ ଦିନ ପାଗ ପରିବର୍ତ୍ତନର ସମ୍ଭାବନା ନ ଥିବା ବେଳେ ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡି଼ଶାରେ ବର୍ଷା ସମ୍ଭାବନା ରହିଛି।  ଆଜି,ଗଂଜାମ୍, ଗଜପତି, କଳାହାଣ୍ତି, କନ୍ଧମାଳ, ନୂଆପଡା, ରାୟଗଡା, ମାଲକାନଗିରି, କୋରାପୁଟ୍ ଓ ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି। ସେହିପରି ଗୁରୁବାର ମଧ୍ୟ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡି଼ଶାରେ ବର୍ଷା ସମ୍ଭାବନା ରହିଛି। 

ସେପଟେ, ୧୩ ତାରିଖରୁ ତାତି ପୁଣି ଉପରମୁହାଁ ହେବା ସହ ଦିନର ପାରଦ ୪୦ ଡିଗ୍ରୀ ଉପରେ ରହିବ। ପଶ୍ଚିମପଟୁ ସକ୍ରିୟ ଥିବା ଶୁଷ୍କ ପବନର ପ୍ରବାହ ପୁଣି ଥରେ ସକ୍ରିୟ ହୋଇଛି। ଯାହାଫଳରେ ଗରମ ଅନୁଭୂତ ହେବ।  ମଙ୍ଗଳବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ତିରେ ରେକର୍ଡ଼ ହୋଇଛି।  ଏଠାରେ ଦିନ ତାପମାତ୍ରା ୩୯.୨ ଡିଗ୍ରୀ ଥିବା ବେଳେ ମାଲକାନଗିରିରେ ୩୭.୫, ବାରିପଦା ଓ ଚାନ୍ଦବାଲିରେ ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଛି।