Weather Update: ରାଜ୍ୟରେ କଲବଲ କରୁଛି ତାତି, ଆଜିବି ସ୍ଥିତି ରହିବ ଗମ୍ଭୀର
Advertisement
Article Detail0/zeeodisha/odisha2218484

Weather Update: ରାଜ୍ୟରେ କଲବଲ କରୁଛି ତାତି, ଆଜିବି ସ୍ଥିତି ରହିବ ଗମ୍ଭୀର

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ରେକର୍ଡ ଭାଙ୍ଗୁଛି। ଆଉ ୨୪ ଘଣ୍ଟା ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ। ପରେ ୨୫ ତାରିଖ ଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଣ କେନ୍ଦ୍ର କହିଛି।

Weather Update: ରାଜ୍ୟରେ କଲବଲ କରୁଛି ତାତି, ଆଜିବି ସ୍ଥିତି ରହିବ ଗମ୍ଭୀର

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ରେକର୍ଡ ଭାଙ୍ଗୁଛି। ଆଉ ୨୪ ଘଣ୍ଟା ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ। ପରେ ୨୫ ତାରିଖ ଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଣ କେନ୍ଦ୍ର କହିଛି। ୨୪ ଓ ୨୫ ତାରିଖରେ ଉତ୍ତର ଓ ଉପକୂଳରେ  ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୬ ଓ ୨୭ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଗମ୍ଭୀର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

୨୬ରେ ସିଭିୟର ହିଟଓ୍ବେଭ୍ ନେଇ ୧୧ ଜିଲ୍ଲାକୁ ଅରଂଜ୍ ଓ୍ବାର୍ଣ୍ଣିଂ କରାଯାଇଥିବା ବେଳେ ୨୭ରେ ସିଭିୟର୍ ହିଟଓ୍ବେଭ୍ ନେଇ ୧୯ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୬ ରେ ସିଭିୟର୍ ହିଟଓ୍ବେଭ୍ ନେଇ ଅଂରେଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ୧୧ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ, ମୟୂରଭଂଜ, ବାଲେଶ୍ବର, ଭଦ୍ରକ,ଢେଙ୍କାନାଳ, ଯାଜପୁର, କଟକ ,କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ରହିଛି। ସେହିପରି ୨୭ରେ ୧୯ ଜିଲ୍ଲା ମଧ୍ୟରେ ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା,ସୁନ୍ଦରଗଡ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଜଂ ଓ୍ବାର୍ଣ୍ଣିଂ ଜାରି ରହିଛି। ଏ-ହି ସମୟ ଗୁଡିକରେ ଘରେ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିବା ବେଳେ ଅଂଶୁଘାତ  ପ୍ରତି ସତର୍କ ରହିଛି। 

ଗତକାଲି ୧୮ ସହରରେ ତାତି ୪୦ ଡିଗ୍ରୀ ଟପି ଥିବା ବେଳେ ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ତି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାଛଡା ନୟାଗଡ୪୨.୨,ଭୁବନେଶ୍ବର ଓ ବଲାଙ୍ଗୀର ୪୧.୫, ବାରିପଦା ଓ ନୂଆପଡା ୪୧.୨, ଟିଟିଲାଗଡ ୪୧, ବୌଦ୍ଧ ୪୦.୭, ଭବାନୀପାଟଣା ୪୦.୦୬, ଚାନ୍ଦବାଲି ୪୦.୪, ବାଲେଶ୍ବର ୪୦.୩, ଝାରସୁଗୁଡା ୪୦.୨, ତାଳଚେର , ସୋନପୁର , ଯାଜପୁର ଓ କେନ୍ଦ୍ରାପଡାରେ ୪୦ ଡିଗ୍ରୀ ତାପମାତ୍ରା  ରେକର୍ଡ଼ କରାଯାଇଛି।