Weather Update: ବଦଳିବ ପାଗର ମିଜାଜ୍! ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2216952

Weather Update: ବଦଳିବ ପାଗର ମିଜାଜ୍! ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ଲଗାତର ୮ ଦିନ ହେଲାଣୀ ତାତିରେ ଜଳୁଛି ଓଡି଼ଶା ।  ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଗକୁ ଆହୁରି ଭୟାନକ ହେବ ସ୍ଥିତି । ଦୁଇ ଦିନ ପରେ ତାତି ଆହୁରି ବଢିବ।

Weather Update: ବଦଳିବ ପାଗର ମିଜାଜ୍! ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ଲଗାତର ୮ ଦିନ ହେଲାଣୀ ତାତିରେ ଜଳୁଛି ଓଡି଼ଶା ।  ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଗକୁ ଆହୁରି ଭୟାନକ ହେବ ସ୍ଥିତି । ଦୁଇ ଦିନ ପରେ ତାତି ଆହୁରି ବଢିବ। ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ। ଏଥର ଏପ୍ରିଲ୍ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୦ ଦିନକୁ ଲମ୍ବିଲାଣୀ।  ଆସନ୍ତା ୨୫ ଓ ୧୬ ତାରିଖରେ ରାଜ୍ୟରେ ଭୀଷଣ ତତଲା ହାଓ୍ବା ବହିବ। ୫ ରୁ ୬ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଗତକାଲି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହୋଇଥିଲା। ଫଳରେ ତାତି ସାମାନ୍ୟ କମିଥିଲା। କିନ୍ତୁ ଭୁବନେଶ୍ବର ସମେତ ଉପକୂଳ ଓଡି଼ଶା ପ୍ରଚଣ୍ତ ତାତିରେ  ଆଉଟୁପାଉଟୁ ହୋଇଛି। ଗତକାଲି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା। ଏଠାରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି। ସ୍ବାଭାବିକ୍ ଠାରୁ ପ୍ରାୟ ୫.୫ ଡିଗ୍ରୀ ଅଧିକ ତାତି ଅନୁଭୂତ ହୋଇଛି।  ରାତି ୧୦ଟା ଯାଏଁ ତତଲା ପବନ ବହିଛି। 

ପାଣିପାଗ ବିଭାଗର ତାଜା ସୂଚନା ମୁତାବକ ଆଜି କିଛି ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହୋଇପାରେ। ଆଜି ଦକ୍ଷିଣ ଆଭ୍ୟନ୍ତରିଣ ଓଡି଼ଶା ମୟୂରଭଂଜ, କେନ୍ଦୁଝର, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ବିଶେଷକରି, ଆଜି କୋରାପୁଟ୍ ଜିଲ୍ଲାର କିଛି ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୪ ରେ ରାୟଗଡା ,ଗଂଜାମ,ଗଜପତି, କୋରାପୁଟ ଓ ମାଲକାନଗିରିର ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିପରି ୨୬ ତାରିଖ ଯାଏଁ ରାଜ୍ୟର ଆଉ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖ ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ଗତକାଲି ଦିନ ୨ଟା ୩୦ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ପାଣିପାଗ ବିଭାଗ ପ୍ରକାଶ କରିଛି । ଭୁବନେଶ୍ୱରରେ ୪୩.୮ °C, ବାଲେଶ୍ୱର ୪୦.୭°C, ଚାନ୍ଦବାଲି ୪୦.୪°C, କେନ୍ଦୁଝର ୩୮°C, ଗୋପାଳପୁର ୩୭°C, ସମ୍ବଲପୁର ୩୬.୬°C, ଝାରସୁଗୁଡା ୩୬.୨°C, ପାରାଦ୍ୱୀପ ୩୫.୪°C, ପୁରୀ ୩୫°C, ହୀରାକୁଦ ୩୪.୮°C, ରାଉରକେଲାରେ ୩୪.୪°C ତାପମାତ୍ରା ରେକର୍ଡ ହୋଇଛି ।