Weather Update: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଭୟାନକ ହେବା ଅନୁମାନ କରି ହେଉଛି। ଆହୁରି କଲବଲ କରିବା ତାତି। ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
Trending Photos
Weather Update: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଭୟାନକ ହେବା ଅନୁମାନ କରି ହେଉଛି। ଆହୁରି କଲବଲ କରିବା ତାତି। ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେବେ ଶୁକ୍ରବାର ଓ ଶନିବାର ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୦.୪
ସମ୍ବଲପୁର: ୪୦
କେନ୍ଦୁଝର: ୪୦
ଚାନ୍ଦବାଲି: ୩୯.୬
ଭୁବନେଶ୍ୱର: ୩୯.୨
ହୀରାକୁଦ: ୩୯.୨
ବାଲେଶ୍ୱର: ୩୯
ରାଉରକେଲା: ୩୮.୮
ପୁରୀ: ୩୪.୨
ପାରାଦୀପ: ୩୩.୪
ଗୋପାଳପୁର: ୩୩.୪— Meteorological Centre, Bhubaneswar (@mcbbsr) April 26, 2024
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା:
ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ଡେଇଁଛି ତାପମାତ୍ରା। ୪୦.୪ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ରାଜଧାନୀର ତାପମାତ୍ରା ୩୯.୨ରହିଥିଲା । ସେହିପରି ସମ୍ବଲପୁର ଓ ହୀରାକୁଦ ୪୦ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝର ୪୦ ଓ ଚାନ୍ଦବାଲି ୩୯.୬ ରହିଛି। ସେହିପରି ରାଉରକେଲାରେ ୩୮.୮ ଡିଗ୍ରୀ, ବାଲେଶ୍ୱରରେ ୩୯ ଡିଗ୍ରୀ ରେକର୍ଡ ହୋଇଛି।
7 Day's #weather #forecast for #Capital City (Valid from 25th April, 2024 to 01st May, 2024 pic.twitter.com/DTIBy1ONib
— Meteorological Centre, Bhubaneswar (@mcbbsr) April 25, 2024