World Health day 2023: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଜାଣନ୍ତୁ କ’ଣ ରହିଛି ଏହି ଦିନର ପାଳନ ପଛର ଉଦ୍ଦେଶ୍ୟ ଓ ଇତିହାସ
Advertisement
Article Detail0/zeeodisha/odisha1642226

World Health day 2023: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଜାଣନ୍ତୁ କ’ଣ ରହିଛି ଏହି ଦିନର ପାଳନ ପଛର ଉଦ୍ଦେଶ୍ୟ ଓ ଇତିହାସ

World Health day 2023: ପ୍ରତିବର୍ଷ ଏହି ଦିନ ପାଇଁ ଏକ ଥିମ ସ୍ଥିର କରାଯାଇଥାଏ ଓ ସେହି ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ଆୟୋଜିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ଥିମ୍ ସହ ଏହାର ଇତିହାସ ଓ ପାଳନ ପଛର ଉଦ୍ଦେଶ୍ୟ ।

ସୌ(ସୋସିଆଲ ମିଡିଆ)

World Health day 2023: ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ WHO ଦ୍ୱାରା ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ(World Health day 2023) କରାଯାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା( awareness) ସୃଷ୍ଟି କରିବା ସହ ଔଷଧ କ୍ଷେତ୍ରରେ କରାଯାଉଥିବା ଗବେଷଣା ଓ ନୂତନ ଔଷଧ ନେଇ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନ କରିବା ପଛରେ WHOର(World Health Organization) କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି । ସ୍ୱାସ୍ଥ୍ୟ(Health) ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଜିନିଷ, ନୂତନ ଔଷଧର(Medicine) ଉଦ୍ଭାବନ ସହିତ ନୂତନ ଟୀକା ସୃଷ୍ଟି କରିବା ଓ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହାର ଲକ୍ଷ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ WHOର ଭିତ୍ତିପ୍ରସ୍ତର ସ୍ଥାପନ ଦିନ ଭାବରେ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଏହି ଦିନ ପାଇଁ ଏକ ଥିମ୍(Theme of world health day) ସ୍ଥିର କରାଯାଇଥାଏ ଓ ସେହି ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ଆୟୋଜିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନର ଇତିହାସ(History) ଓ ଏହାର ପାଳନ ପଛର ଉଦ୍ଦେଶ୍ୟ ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଇତିହାସ

ସ୍ୱାସ୍ଥମୟ ଜୀବନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୧୯୪୮ ମସିହାରେ ବିଶ୍ବର ସମସ୍ତ ଦେଶ ମିଳିତ ଭାବରେ WHOର ମୂଳଦୁଆ ପକାଇଲେ। ଉଦ୍ଦେଶ୍ୟ ଥିଲା ସାରା ଦୁନିଆର ଲୋକଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନତା କରାଇବା । ଯାହାଫଳରେ ସମସ୍ତେ ସୁସ୍ଥ ରହିପାରିବେ। ଏହି ଦିନ WHOର ମୂଳଦୁଆ ଦିବସ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆରମ୍ଭ ହୋଇଥିଲା । ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ(World Health day 2023) କରାଯାଇଥିଲା ।  

କ'ଣ ରହିଛି ଚଳିତ ବର୍ଷର ଥିମ

ପ୍ରତିବର୍ଷ ନୂଆ ଓ ନିଆରା ଥିମ ସହ ଏହି ଦିବସକୁ ପାଳନ କରାଯାଇଥାଏ । WHO ଚଳିତ ବର୍ଷ "ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ" (Health for all) ଥିମ୍ ସହିତ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଏହି ବର୍ଷର ଥିମ୍ ଚିନ୍ତାଧାରାକୁ ପ୍ରତିଫଳିତ କରେ ଯେ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ମଣିଷର ମୌଳିକ ଅଧିକାର(fundamental rights) ଅଟେ । ତେଣୁ  ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେପରି କୌଣସି ବ୍ୟକ୍ତଙ୍କ ପାଇଁ ସମସ୍ୟା ନଉପୁଜେ ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି ।

WHOର ୭୫ତମ ବାର୍ଷିକୀ

ଏହି ବର୍ଷ WHO ଏହାର ୭୫ତମ ବାର୍ଷିକୀ ପାଳନ କରୁଛି । ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ  WHO ଜନସ୍ୱାସ୍ଥ୍ୟ ସଫଳତାକୁ ମଧ୍ୟ ଆକଳନ କରିବ ଯାହା ଗତ ସାତ ଦଶନ୍ଧି ମଧ୍ୟରେ ଜୀବନଶୈଳୀରେ ଉନ୍ନତି ଆଣିଛି ।

  • WHO ଅନୁଯାୟୀ ଆର୍ଥିକ ପ୍ରତିବନ୍ଧକ(Financial crisis) କାରଣରୁ ପ୍ରାୟ ଦୁଇ ବିଲିୟନ ଲୋକ ସ୍ୱାସ୍ଥ୍ୟ ସୁବିଧାଠାରୁ ବଞ୍ଚିତ ରହିଛନ୍ତି।
  • ଦୁନିଆର ପ୍ରାୟ ୯୩୦ ନିୟୁତ ଲୋକଙ୍କୁ ରୋଜଗାର ପାଖାପାଖି ଦଶ ପ୍ରତିଶତ କିମ୍ବା ତାଠାରୁ ଅଧିକ ଟଙ୍କା ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏଥିଲାଗି ବହୁ ଲୋକ ଆର୍ଥିକ ଅଭାବ ଅନଟନର ଶିକାର ହୋଇଥାଆନ୍ତି ।
  • ଦୁନିଆର ପ୍ରାୟ ୩୦ ପ୍ରତିଶତ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାରେ ପହଞ୍ଚିଛି ପାରିନାହିଁ ।

ଏହା ବି ପଢନ୍ତୁ- Hanuman Chalisa: ଭୁଲ ହନୁମାନ ଚାଳିଶା ପଢୁଛନ୍ତି ଲୋକେ! ଚୌପାଇରେ ତ୍ରୁଟି ଥିବା ନେଇ କହିଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ