Crime News: ଘରୁ ବାସ୍ତୁ ଦୋଷ ଦୂରେଇଦେବାର ପ୍ରତିଶ୍ରୁତି ଦେଇ ସାଙ୍ଗର ସ୍ତ୍ରୀକୁ ୫ ବର୍ଷ ଧରି ଦୁଷ୍କର୍ମ
Advertisement
Article Detail0/zeeodisha/odisha1876166

Crime News: ଘରୁ ବାସ୍ତୁ ଦୋଷ ଦୂରେଇଦେବାର ପ୍ରତିଶ୍ରୁତି ଦେଇ ସାଙ୍ଗର ସ୍ତ୍ରୀକୁ ୫ ବର୍ଷ ଧରି ଦୁଷ୍କର୍ମ

Crime News: ମହାରାଷ୍ଟ୍ରର ପାଲଘରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ସ୍ୱାମୀଙ୍କ ପାଞ୍ଚଜଣ ବନ୍ଧୁ ଅନେକ ଥର ଅନ୍ଧ ବିଶ୍ବାସର ବସବର୍ତ୍ତୀ କରାଇ ଦୁଷ୍କର୍ମ କରିଥିଲେ। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ ଉକ୍ତ ମହିଳାଙ୍କୁ କହିଥିଲେ ଯେ ଘର ଉପରେ କଳା ଯାଦୁ ହୋଇଛି ଏବଂ ସେ ଏକୁଟିଆ ଥିବାବେଳେ ତାଙ୍କ ସହିତ ଖରାପ କାମ କରୁଥିଲେ।

Crime News: ଘରୁ ବାସ୍ତୁ ଦୋଷ ଦୂରେଇଦେବାର ପ୍ରତିଶ୍ରୁତି ଦେଇ ସାଙ୍ଗର ସ୍ତ୍ରୀକୁ ୫ ବର୍ଷ ଧରି ଦୁଷ୍କର୍ମ

Crime News: ପାଲଘର: ମହାରାଷ୍ଟ୍ରର ପାଲଘରରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କଳା ଯାଦୁ ବାହାନାରେ ଜଣେ ମହିଳା ବାରମ୍ବାର ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିଲେ। ଅଭିଯୁକ୍ତ ୩୫ ବର୍ଷ ବୟସ୍କା ମହିଳାଙ୍କ ଘରେ ବାସ୍ତୁ ତ୍ରୁଟି (Vastu problem) ଏବଂ ମନ୍ଦ ଶକ୍ତି ହଟାଇବା ପାଇଁ ରୀତିନୀତି କରି ଆସୁଥିଲା ଏବଂ ପରେ ପଞ୍ଚାମୃତ ଦେବା ବାହାନାରେ, ସେମାନେ ତାଙ୍କୁ କିଛି ନିଶା ଦ୍ରବ୍ୟ (Narcotics) ପାନ କରାଉଥିଲେ । ଏହାପରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମାମଲା ପ୍ରକାଶ ପାଇବା ପରେ ପୋଲିସ ୫ ଜଣ ଅଭିଯୁକ୍ତ ବନ୍ଧୁଙ୍କୁ ଗିରଫ କରିଛି। ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଏହା ସାମ୍ନାକୁ ଆସିଛି ଯେ ସମସ୍ତେ ୨୦୧୮ ମସିହାରୁ ମହିଳାଙ୍କୁ ଲୋଭର ଶିକାର କରାଇଥିଲେ। ଅଭିଯୁକ୍ତମାନେ ମହିଳା କେବଳ ଏକୁଟିଆ ଥିବାବେଳେ ରୀତିନୀତି ବାହାନାରେ ଆସି ଏଭଳି କୁକର୍ମ କରୁଥଲେ ।

ଏପରିକି ରୀତିନୀତି ନାଁରେ ଟଙ୍କା ମଧ୍ୟ ନେଇଥିଲେ

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କର ସ୍ଥାୟୀ ସରକାରୀ ଚାକିରି (Govt Job) ଏବଂ ସଂସାରରେ ଖୁସି ପାଇଁ ବିଭିନ୍ନ ରୀତିନୀତି ଅନୁଯାୟୀ ଅଭିଯୁକ୍ତ ପୀଡିତାଙ୍କ ସ୍ୱାମୀଙ୍କଠାରୁ ସୁନା ଓ ଟଙ୍କା (Gold and money) ମଧ୍ୟ ମାଗିଥିଲେ। ସେ କହିଛନ୍ତି ଯେ ୨୦୧୯ ରେ ଠାନେର ୟୋରୋ ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହା ପରେ କାଣ୍ଡିଭାଲିର ମୁଖ୍ୟ ଅଭିଯୁକ୍ତଙ୍କ ମଠରେ ଏବଂ ଲୋନାଭାଲାର ଏକ ରିସୋର୍ଟ (Resort)ରେ ଦୁଷ୍କର୍ମ ହୋଇଥିଲେ। ୨.୧୦ ଲକ୍ଷ ଟଙ୍କା ବ୍ୟତୀତ ଅଭିଯୁକ୍ତ ତାଙ୍କଠାରୁ ସୁନା ମଧ୍ୟ ଲୁଟ୍ କରିଛି। ପୀଡ଼ିତା ଜଣକ ଜିଲ୍ଲାର ଏକ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳର ତାଲାସାରୀର ବାସିନ୍ଦା, ଯାହାଙ୍କର ଅଭିଯୋଗ ସେପ୍ଟେମ୍ବର ୧୧ ରେ ଦାଖଲ ହୋଇଥିଲା । ଏକ ପୋଲିସ ଟିମ୍ ରବିନ୍ଦ୍ର ଭଟ୍ଟ, ଦିଲୀପ ଗାଏକବାଦ୍, ଗୌରବ ସାଲଭି, ମହେନ୍ଦ୍ର କୁମାୱତ ଏବଂ ଗଣେଶ କଦାମଙ୍କୁ ଗିରଫ କରିଥିଲା ।

ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି
ତାଳସାରୀ ପୋଲିସର ବରିଷ୍ଠ ଇନ୍ସପେକ୍ଟର ବିଜୟ ମୁତାଦକ କହିଛନ୍ତି ଯେ, ଏହି ପାଞ୍ଚ ଅଭିଯୁକ୍ତ ଅନ୍ୟ କାହା ସହ ସମାନ କାର୍ଯ୍ୟ କରିଛନ୍ତି ନା ନାହିଁ ତାହା ଆମେ ତଦନ୍ତ କରୁଛୁ। ପାଲଘର ପୋଲିସ ଅଧୀକ୍ଷକ ବାଲାସାହେବ ପାଟିଲ ଏକ ସରକାରୀ ପ୍ରକାଶନରେ କହିଛନ୍ତି ଯେ, ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ), ୩୭୬ (୨) (n) (ସମାନ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାର ଅପରାଧ) ଏବଂ ୪୨୦ (ଠକେଇ) ଅନୁଯାୟୀ ଏତଲା ରୁଜୁ କରାଯାଇଛି। ସେ କହିଛନ୍ତି ଯେ ମହାରାଷ୍ଟ୍ର ମାନବ ବଳି ଏବଂ ଅନ୍ୟାନ୍ୟ ଅମାନୁଷିକ, ଦୁଷ୍ଟ ଏବଂ ଅଘୋରୀ ଅଭ୍ୟାସ ଏବଂ ବ୍ଲାକ୍ ମ୍ୟାଜିକ୍ ପ୍ରତିରୋଧ (Resistance to Black Magic) ଏବଂ ବିଲୋପ ଆଇନ ୨୦୧୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Also Read- ପଳାସପଲ୍ଲୀ ମୁକ,ବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

Also Read- Blue Eyes: ପିଲାର ନୀଳ ଆଖି ଦେଖି ଖୁସି ହେଉଥିଲେ ବାପା ମାଆ, ସତ ଜାଣିବା ପରେ ହେଲେ ଆଶ୍ଚର୍ଯ୍ୟ