Anuprash Mohanty: ହରଡ଼ଘଣାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1861718

Anuprash Mohanty: ହରଡ଼ଘଣାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ, ଜାଣନ୍ତୁ କାରଣ

Anuprash Mohanty: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ (MP Anubhav Mohanty family) ପରିବାରକୁ ବିବାଦ ପିଛା ଛାଡୁନ‌ାହିଁ। କେତେବେଳେ ବର୍ଷା ପ୍ରିୟଦର୍ଶିନଙ୍କ (Varsha Priyadarshini) ଘରୋଇ କଳହ ପାଇଁ ଚର୍ଚ୍ଚାରେ ରହୁଛନ୍ତି ଅନୁଭବ ମହାନ୍ତି ତ ଆଉ କେତେବେଳେ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ (Jagrati Shukla) ସହ ଫଟୋ ସେୟାର କରି ଆଲୋଚନାର ପରିଧି ଭିତରକୁ ଆସୁଛନ୍ତି । ତେବେ, ଏହାରି ଭିତରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି ସାଂସଦଙ୍କ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି (Anuprash Mohanty) । 

ସୌଜନ୍ୟ- ସୋସିଆଲ ମିଡି଼ଆ

Anuprash Mohanty: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ (MP Anubhav Mohanty family) ପରିବାରକୁ ବିବାଦ ପିଛା ଛାଡୁନ‌ାହିଁ। କେତେବେଳେ ବର୍ଷା ପ୍ରିୟଦର୍ଶିନଙ୍କ (Varsha Priyadarshini) ଘରୋଇ କଳହ ପାଇଁ ଚର୍ଚ୍ଚାରେ ରହୁଛନ୍ତି ଅନୁଭବ ମହାନ୍ତି ତ ଆଉ କେତେବେଳେ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ (Jagrati Shukla) ସହ ଫଟୋ ସେୟାର କରି ଆଲୋଚନାର ପରିଧି ଭିତରକୁ ଆସୁଛନ୍ତି । ତେବେ, ଏହାରି ଭିତରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି ସାଂସଦଙ୍କ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି (Anuprash Mohanty) । ବ୍ୟାଙ୍କ ଋଣ ସୁଝି (loan default) ନ ପାରିବାରୁ ବିବାଦ ଘେରକୁ ଆସିଛନ୍ତି ଅନୁଭବଙ୍କ ଭାଇ ଅନୁପ୍ରାସ୍ ମହାନ୍ତି। ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ ବେଳେ ଉତ୍ତେଜନା ପ୍ରକାଶ ଦେଖାଦେଇଛି । ଘଟଣାସ୍ଥଳରେ ପରିସ୍ଥିତି ଆଣାୟତ୍ତ ହେବାରୁ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । 

Also Read: Jagatsinghpur News: ଘରେ ଚାଲିଥିଲା ବେଆଇନ୍ ଗ୍ୟାସ୍ ଟାଙ୍କି କାରବାର, ମାଡି଼ ବସିଲା ପ୍ରଶାସନ

Also Read: Guru Vakri: ୧୧୪ ଦିନ ଯାଏଁ ଚମକିବେ ଏହି ସବୁ ରାଶି, ଧନ ଦୌଲତରେ ଭରିଯିବ ଜୀବନ

ସୂଚନା ଅନୁସାରେ ନିକଟରେ ଅନୁପ୍ରାସ୍ ମହାନ୍ତି ,କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଏକ ଜମି କିଣିଥିଲେ। ଏହି ଜମି କିଣିବା ପାଇଁ ସେ ୨୦୧୩ରେ ଗଣ୍ଡରପୁର ବ୍ରାଞ୍ଚରୁ ୫୬ ଲକ୍ଷର ଋଣ ନେଇଥିଲେ ଅନୁପ୍ରାସ । ଋଣ ନେଇଥିଲେ ମଧ୍ୟ ଅନୁପ୍ରାସ୍ ବ୍ୟାଙ୍କକୁ କିସ୍ତି ସୁଝି ନଥିଲେ। କି ବ୍ୟାଙ୍କରୁ ନେଇଥିବା ମୂଳ ଟଙ୍କା ମଧ୍ୟ  ଫେରାଇ ନଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଋଣ ସୁଝିବା ପାଇଁ ନୋଟିସ୍ ମଧ୍ୟ କରୁଥିଲେ। କିନ୍ତୁ ଅନୁପ୍ରାସ୍ ଏହି ନୋଟିସର କୌଣସି ଜବାବ୍ ଦେଉ ନଥିଲ କି କିସ୍ତି ବି ସୁଝୁ ନଥିଲେ। ଋଣ ପରିଶୋଧ ନ କରିବାରୁ ଆଜି ସେହି ଜମିକୁ ଦଖଲ କରିବା ପାଇଁ ପହଞ୍ଚିଥିଲେ ବ୍ୟାଙ୍କ୍ କତ୍ତୃପକ୍ଷ । ବ୍ୟାଙ୍କ୍ କର୍ତ୍ତପକ୍ଷ  ଘଟଣାସ୍ଥଳରେ ପହଞ୍ଚି ଜମିକୁ ଦଖଲ କରୁଥିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ଲଙ୍କାକାଣ୍ତ । ବ୍ୟାଙ୍କ୍ କର୍ତ୍ତୃପକ୍ଷ  ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।