Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି
Advertisement
Article Detail0/zeeodisha/odisha1874684

Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି

Share Market: ଟାଟା ଗ୍ରୁପ୍ ର ଏକ ବଡ଼ କମ୍ପାନୀର ସେୟାର ଗୁଡିକ ରେଖା ଝୁନଞ୍ଜୁନୱାଲାଙ୍କ ପୋର୍ଟଫୋଲିଓରେ ଅନ୍ତର୍ଭୁକ୍ତ ଥିଲା । ମାତ୍ର ଗୋଟିଏ ମାସରେ ସେୟାର ଅଚାନକ ବୃଦ୍ଧି କାରଣରୁ ରେଖା ଝୁନଞ୍ଜୁନୱାଲା ପ୍ରାୟ ୧୩୯୦ କୋଟି ଟଙ୍କା ଲାଭ ପାଇଥିଲେ ।

Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି

Share Market: ସ୍ୱର୍ଗତ ନିବେଶକ ରାକେଶ ଝୁନଜୁନୱାଲା ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ତାଙ୍କ ପତ୍ନୀ ରେଖା ଝୁନଜୁନୱାଲା (rekha jhunjhunwala) ମଧ୍ୟ ଷ୍ଟକ୍ ମାର୍କେଟରୁ ରୋଜଗାର କରୁଥିବା ନେଇ ପ୍ରାୟ ସମୟରେ ଖବର ଆସିଥାଏ । ସ୍ୱାମୀ ରାକେଶଙ୍କ ମୃତ୍ୟୁ ପରେ ରେଖା ଝୁନଜୁନୱାଲା ବର୍ତ୍ତମାନ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ (Inheritance) ଅଛନ୍ତି । ରାକେଶଙ୍କର ସବୁ କିଛି ବର୍ତ୍ତମାନ ସେ ପରିଚାଳନା କରୁଛନ୍ତି । ସେ ଟାଟା ଗ୍ରୁପ (Tata group)ର ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଷ୍ଟକରେ ବିନିଯୋଗ କରି ଏକ ଭଲ ରିଟର୍ଣ୍ଣ (Good return) ପାଇଛନ୍ତି ।

ରେଖା ଝୁନଜୁନୱାଲା ଯେଉଁ ଲାଭ ପାଇଛନ୍ତି ତାହା ଲକ୍ଷରେ ନୁହେଁ ବରଂ କୋଟିରେ । ମାତ୍ର ଏକ ମାସ ମଧ୍ୟରେ ରେଖା ଝୁନଜୁନୱାଲାଙ୍କୁ ୧୩୯୦ କୋଟି ଟଙ୍କା ମିଳିଥିଲା ​​। ବର୍ତ୍ତମାନ ଆପଣଙ୍କୁ ଜଣାଇବୁ ଯେ, ସେ ଏପରି କେତେ ଟଙ୍କା ସେୟାର ମାର୍କେଟରେ ବିନିଯୋଗ କରିଥିଲେ ଯାହା ଫଳରେ ତାଙ୍କୁ କୋଟି କୋଟି ଟଙ୍କା ରିଟର୍ଣ୍ଣ ବାବଦକୁ ମିଳିଲା ।

ଟାଟା ଗ୍ରୁପ୍ ର ଏହି ସେୟାର କ୍ରମାଗତ ଭାବରେ ବଢିଛି 
ରେଖା ଝୁନଞ୍ଜୁନୱାଲା ଟାଇଟାନ ସେୟାର (titan share)ରୁ ଏହି ବଡ଼ ଧରଣର ଆୟ କରିଥିବା ଜଣା ପଡିଛି । ଏହି କମ୍ପାନୀର ସେୟାରରେ ରେଖା ଝୁନଜୁନୱାଲାଙ୍କର ଏକ ବଡ଼ ଅଂଶଧନ (Large shares) ରହିଛି । ରେଖା ଝୁନଜୁନୱାଲାଙ୍କ ପୋର୍ଟଫୋଲିଓରେ ଅନ୍ତର୍ଭୁକ୍ତ ଟାଇଟାନ ସେୟାର ଗୁଡ଼ିକ ହେଉଛି ସବୁଠାରୁ ବଡ଼ ଲାଭଜନକ ସେୟାର (Large profitable shares) ମଧ୍ୟରୁ ଅନ୍ୟତମ । ଏହି ସେୟାର ମୂଲ୍ୟରେ ପରିବର୍ତ୍ତନ ପ୍ରାୟ ୨୦୨୩ ମାର୍ଚ୍ଚରୁ କ୍ରମାଗତ ଭାବରେ ହେଉଥିବା ଦେଖାଯାଇଛି । ଯେଉଁ କାରଣରୁ ଏହାର ସମସ୍ତ ନିବେଶକମାନେ ଖୁବ ବଡ଼ ଧରଣର ରିଟର୍ଣ୍ଣ (Big returns) ପାଇଛନ୍ତି । ମାର୍ଚ୍ଚ ମାସରେରେ ଟାଇଟାନର ଷ୍ଟକ୍ (Titan stock) ସେୟାର ପିଛା ପ୍ରାୟ ୨,୩୫୫ ଟଙ୍କା ରହିଥିଲା । କିନ୍ତୁ ପରବର୍ତ୍ତି ସମୟରେ ଏହାର ମୂଲ୍ୟ ଅଧିକ ହୋଇଥିଲା । ରେଖା ଝୁନଞ୍ଜୁନୱାଲାଙ୍କ ପୋର୍ଟଫୋଲିଓ (portfolio)ରେ ଅନ୍ତର୍ଭୁକ୍ତ ଥିବା ଏହି ଷ୍ଟକ୍ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଷ୍ଟକ୍ ମୂଲ୍ୟ ସବୁବେଳେ ଉଚ୍ଚରେ କାରବାର କରୁଛି । ଗତ ମାସରେ ଟାଇଟାନ ସେୟାର ମୂଲ୍ୟ (Titan share price) ୩,୦୧୦.୬୫ ରୁ ବଢି ସେୟାର ପିଛା ୩,୩୦୨.୪୫ ଟଙ୍କାକୁ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ତେଣୁ ମାତ୍ର ଗୋଟିଏ ମାସ ମଧ୍ୟରେ ରେଖା ଝୁନଜୁନୱାଲା ପ୍ରାୟ ୧୩୯୦ କୋଟି ଟଙ୍କା ରୋଜଗାର (Earnings of Rs.1390 Crores) କରିଛନ୍ତି ।

ସୂଚନାଯୋଗ୍ୟ, ରେଖା ଝୁନଞ୍ଜୁନୱାଲା ନିଜ ନିକଟରେ ଟାଇଟାନର ୪,୭୫,୯୫,୯୭୦ ଅଂଶଧନ (share) ରଖିଛନ୍ତି । କମ୍ପାନୀର ସମୁଦାୟ ଅଂଶଧନର ତାହା ୫ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି । ଗତ ୧ ମାସ ମଧ୍ୟରେ ଟାଇଟାନ ସେୟାରର ମୂଲ୍ୟ ୨୯୧ ଟଙ୍କା ବଢିଥିବାରୁ ରେଖା ଝୁନଜୁନୱାଲା ୧୩୯୦ କୋଟି ଟଙ୍କା ଆୟ କରିଛନ୍ତି । ଅନ୍ୟପଟେ କେବଳ ରେଖା ନୁହେଁ ଟାଇଟନର ସେୟାର ରଖିଥିବା ସମସ୍ତ ନିବେଶକାରୀଙ୍କୁ ଏହି ଖବର ଖୁସି ଦେଇଛି । ଆଗକୁ ଟାଇଟନର ଷ୍ଟକ ଆହୁରି ବଢିବା ନେଇ କିଛି ନିବେଶକାରୀ ଆଶା ରଖିଛନ୍ତି ।

Also Read- ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର

Also Read- Luggage Stealing: ବିମାନବନ୍ଦରରେ ଏମିତି ବି ଚୋରି ହୋଇପାରେ ଲଗେଜ୍, ଦେଖନ୍ତୁ ଭିଡିଓ

Also Read- Axis Bank FD: ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ହେଲା