Reliance group: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ କେତେ ରହିଛି ଆକାଶ, ଇଶା ଓ ଅନନ୍ତ ଅମ୍ବାନୀଙ୍କ ଭାଗ!
Advertisement
Article Detail0/zeeodisha/odisha1661018

Reliance group: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ କେତେ ରହିଛି ଆକାଶ, ଇଶା ଓ ଅନନ୍ତ ଅମ୍ବାନୀଙ୍କ ଭାଗ!

Reliance group: ମୁକେଶ ଅମ୍ବାନୀ ବିଶ୍ୱର ୧୩ତମ ଧନୀ ବ୍ୟକ୍ତି ଅଟନ୍ତି। ବର୍ତ୍ତମାନ ତାଙ୍କ ସନ୍ତାନ ମାନେ ମଧ୍ୟ ଦେଶର ବହୁ ମୂଲ୍ୟ କମ୍ପାନୀରେ ପ୍ରମୁଖ ଭୂମିକାରେ ଦାୟିତ୍ବ ତୁଲାଉଛନ୍ତି। ତେବେ ଆସନ୍ତୁ ଜାଣିବା ରିଲାଏନ୍ସ ଗ୍ରୁପରେ ଇଶା ଅମ୍ବାନୀ, ଅନନ୍ତ ଅମ୍ବାନୀ ଓ ଆକାଶ ଅମ୍ବାନୀ କେଉଁ ସବୁ ଦାୟିତ୍ବ ତୁଲାଉଛନ୍ତି ।

ସୌ(ସୋସିଆଲ ମିଡିଆ)

Reliance group: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ (Mukesh Ambani Reliance industries) ବ୍ୟବସାୟ ସାରା ବିଶ୍ୱକୁ ବ୍ୟାପିଛି। ପେଟ୍ରୋକେମିକାଲ୍ସ, (Petrochemicals ) ତୈଳ ଓ ଗ୍ୟାସ୍, (Oil and Gas ) ଟେଲିକମ୍ (Telecom) ଓ ରିଟେଲ (Retail) ହୋଲଡ଼ିଙ୍ଗ ସହ ୧୦୪ ବିଲିୟନ ଡ଼ଲାରର ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ (Reliance Group) ମୁକେଶ ଅମ୍ବାନୀଙ୍କ ଦ୍ବାରା ପରିଚାଳିତ। ତାଙ୍କର ମୋଟ ନିଟ୍ ୱର୍ଥ (Ambani net worth) ୮୪.୧ ବିଲିୟନ ଡ଼ଲାର୍ ଅଟେ । ଫୋର୍ବସ୍ ଅନୁଯାୟୀ ମୁକେଶ ଅମ୍ବାନୀ ବିଶ୍ୱର ୧୩ତମ ଧନୀ ବ୍ୟକ୍ତି ଅଟନ୍ତି। ବର୍ତ୍ତମାନ ତାଙ୍କ ସନ୍ତାନମାନେ ମଧ୍ୟ ଦେଶର ବହୁ ମୂଲ୍ୟ କମ୍ପାନୀରେ ପ୍ରମୁଖ ଭୂମିକା ଦାୟିତ୍ବ ତୁଲାଉଛନ୍ତି। ତେବେ ଆସନ୍ତୁ ଜାଣିବା ରିଲାଏନ୍ସ ଗ୍ରୁପରେ (Reliance Group) ଇଶା ଅମ୍ବାନୀ, ଅନନ୍ତ ଅମ୍ବାନୀ ଓ ଆକାଶ ଅମ୍ବାନୀ କେଉଁ ସବୁ ଦାୟିତ୍ବ ତୁଲାଉଛନ୍ତି ।

ଆକାଶ ଅମ୍ବାନୀ- ଆକାଶ ଅମ୍ବାନୀ (Akash ambani) ହେଉଛନ୍ତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ (Nita ambani) ବଡ଼ ପୁଅ । ଆକାଶ ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଅଟନ୍ତି। ସେ ଜଣେ ଭାରତୀୟ ଉଦ୍ୟୋଗୀ। ଭାରତର ସବୁଠାରୁ ବଡ଼ ଟେଲିକମ୍ ବ୍ୟବସାୟ ଆକାଶଙ୍କ ଅଧୀନରେ ଅଛି। ସେ ଆଇପିଏଲ ଟିମ ମୁମ୍ବାଇ ଇଣ୍ତିଆନ୍ସର (mumbai Indians) ମାଲିକ ମଧ୍ୟ ଅଟନ୍ତି। ସେ କ୍ୟାମ୍ପିଂ ସ୍କୁଲ ଓ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ (Dhirubhai ambani international school) ପାଠ ପଢିଥିଲେ। ୨୦୧୩ ମସିହାରେ ଆମେରିକାର ବ୍ରାଉନ୍ ୟୁନିଭରସିଟିରୁ (Brown university) ସ୍ନାତକ ହାସଲ କରିବା ପରେ ପିତା ମୁକେଶ ଅମ୍ବାନୀଙ୍କ ସହ ବ୍ୟବସାୟ ପରିଚାଳନା ଆରମ୍ଭ କରିଥିଲେ। ସେ ପ୍ରଥମେ ଜିଓ ଇନଫୋକମ୍ରେ ହେଡ୍ ଅଫ୍ ଷ୍ଟ୍ରାଟେଜି ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଜିଓକୁ (JIO) ଆଜିର ଦୁନିଆରେ ଶୀର୍ଷରେ ପହଁଞ୍ଚାଇବାରେ ଆକାଶ ଅମ୍ବାନୀଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କର ମୋଟ ନିଟ୍ ୱର୍ଥ (Net worth) ୪୦ ବିଲିୟନ ଡ଼ଲାର ବୋଲି ଜଣାପଡିଛି।

ଇଶା ଅମ୍ବାନୀ- ଆକାଶଙ୍କ ଯାଆଁଳା ଭଉଣୀ ତଥା ମୁକେଶ ଓ ନୀତା ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀ (Isha ambani) ରିଲାଏନ୍ସ ଗ୍ରୁପର ରିଟେଲ ବ୍ୟବସାୟ ପରିଚାଳନା କରୁଛନ୍ତି। ଭାଇ ଆକାଶ ଅମ୍ବାନୀଙ୍କ ଭଳି ଇଶା ମଧ୍ଯ ଧୀରୁବାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ (Dhirubhai ambani international school) ପାଠ ପଢିଥିଲେ। ଏହାପରେ ସେ ଆମେରିକା ଯାଇ ୟେଲ ୟୁନିଭରସିଟି (yale university) ଓ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜିନେସରେ (Stanford Graduate School of Business) ଅଧ୍ୟୟନ କରିଥିଲେ। ତାଙ୍କର ମୋଟ ନିଟ୍ ୱର୍ଥ ୧୦୦ ମିଲିୟନ୍ ଡଲାର ବୋଲି ଆକଳନ କରାଯାଇଛି। ଇଶା ଅମ୍ବାନୀ ଇଶା ଅମ୍ବାନୀ ମନୋବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ଇଶା ଅମ୍ବାନୀ କୋଟିପତି ଆନନ୍ଦ ପିରାମଲଙ୍କୁ (Anand Piramal) ବିବାହ କରିଛନ୍ତି।

ଅନନ୍ତ ଅମ୍ବାନୀ- ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ (Anant ambani) ରିଲାଏନ୍ସ ନ୍ୟୁ ଏନର୍ଜି ବ୍ୟବସାୟ (Reliance New Energy Business) ପରିଚାଳନା କରନ୍ତି । ସେ ରିଲାଏନ୍ସ 02 ସି ଓ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜିର (Reliance New Solar Energy) ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର ମୋଟ ନେଟ୍ ୱର୍ଥ ୪୦ ବିଲିୟନ ଡ଼ଲାର୍ ଅଟେ । ସେ ବ୍ରାଉନ୍ ୟୁନିଭରସିଟିରେ ଅଧ୍ୟୟନ କରିଛନ୍ତି। ନିକଟରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କ (Radhika merchant )ସହିତ ନିର୍ବନ୍ଧ କରିଛନ୍ତି।