Odisha News: ଗାଈ ପେଟରୁ ବାହାରିଲା ୩୦ କେଜିର ପ୍ଲାଷ୍ଟିକ୍
Advertisement
Article Detail0/zeeodisha/odisha1808399

Odisha News: ଗାଈ ପେଟରୁ ବାହାରିଲା ୩୦ କେଜିର ପ୍ଲାଷ୍ଟିକ୍

Odisha News: ପ୍ଲାଷ୍ଟିକର ବହୁଳ ବ୍ୟବହାର ପଶୁର ଜୀବନ ନେଇଥାଆନ୍ତା । ବଳକା ଖାଦ୍ୟକୁ ପ୍ଲାଷ୍ଟିକରେ ପକାଇବା କେତେ ବିପଜ୍ଜନକ ହୋଇପାରେ,ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । କାହିଁକିନା ଏକ ଗାଈ ପେଟରୁ ୩୦ କେଜିର ପ୍ଲାଷ୍ଟିକ୍ ବାହାର କରିଛନ୍ତି ଡାକ୍ତର। ବ୍ରହ୍ମପୁରର ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟର ଡାକ୍ତରମାନେ ଗାଈର ପେଟରୁ ପ୍ରାୟ ୩୦ କିଲୋଗ୍ରାମ ପ୍ଲାଷ୍ଟିକ ବ୍ୟାଗ ବାହାର କରିଛନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha News: ପ୍ଲାଷ୍ଟିକର ( plastic) ବ୍ୟବହାର ଆମ ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି । ଏହା ସମାଜକୁ ଦୂଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କେତେକ ରାଜ୍ୟ ମଧ୍ୟ ଏହାର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଆମ ଓଡିଶାରେ ଏହାର ବ୍ୟବହାର ବହୁଳମାତ୍ରାରେ ବଢିବାରେ ଲାଗିଛି ( plastic)। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା ଉଭୟ ମଣିଷ ଓ ପଶୁ ପାଇଁ ଘାତକ ହୋଇଥାଏ। ଏକଥା ଆମେ କହୁନୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ। ବଳକା ଖାଦ୍ୟକୁ ପ୍ଲାଷ୍ଟିକରେ ପକାଇବା କେତେ ବିପଜ୍ଜନକ ହୋଇପାରେ,ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । କାହିଁକିନା ଏକ ଗାଈ ପେଟରୁ ୩୦ କେଜିର ପ୍ଲାଷ୍ଟିକ୍ (30 kg of plastic) ବାହାର କରିଛନ୍ତି ଡାକ୍ତର(30 kg of plastic from stomach of cow )  । ବ୍ରହ୍ମପୁରର(Brahmapur)  ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟର ଡାକ୍ତରମାନେ ଗାଈର ପେଟରୁ ପ୍ରାୟ ୩୦ କିଲୋଗ୍ରାମ ପ୍ଲାଷ୍ଟିକ ବ୍ୟାଗ ବାହାର କରିଛନ୍ତି।

Also Read: Horoscope Today Aug 3 2023: ଏହି ୪ ରାଶି ବ୍ୟକ୍ତିଙ୍କର ରହିଛି ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

Also Read: Happy Birthday Sunil Grover: ୫୦୦ ଟଙ୍କାରେ ଆରମ୍ଭ କରିଥିଲେ ଅଭିନୟର ଯାତ୍ରା, ଜାଣନ୍ତୁ ଆଜି କେତେ କୋଟି ଟଙ୍କାର ମାଲିକ ଡ.ଗୁଲାଠି

Also Read: Grah Gochar In August 2023: ଆଜିଠୁ ଏହି ୪ ରାଶିରେ ଲାଗିଲା ଲଟେରୀ, ମାଟି ଧରିଲେ ହେବ ସୁନା!

ସୂଚନା ଅନୁଯାୟୀ, ଗାଈର ପେଟରୁ ପ୍ଲାଷ୍ଟିକ ବାହାରିବା ଘଟଣାରେ ଗଞ୍ଜାମର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ କୁମାର ସାହୁ କହିଛନ୍ତି ଯେ, ସତ୍ୟ ନାରାୟଣ କରଙ୍କ ନେତୃତ୍ୱରେ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ ଗାଈର ପେଟରୁ ପ୍ଲାଷ୍ଟିକ୍  କାଢିବା ପାଇଁ ଦିର୍ଘ ୪ ଘଣ୍ଟା ଧରି ଅପରେସନ୍ କରାଯାଇଥିଲା। ଅପରେସନ୍ ପରେ ଡାକ୍ତରମାନେ ଗାଈର ପେଟରୁ ୩୦ କେଜିର ପ୍ଲାଷ୍ଟିକ୍ ବ୍ୟାଗ୍ ବାହାର କରିଥିଲେ। ଗାଈର ପେଟରୁ ୩୦ କେଜି ପ୍ଲାଷ୍ଟିକ୍ ବାହାରିବା ଦେଖି, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ।  କାରଣ ଏହି ଅପରେସନ୍ ଏତେ ସହଜ ନଥିଲା

Also Read: Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନ!

Also Read: Isha Ambani: ଜାଣିଛନ୍ତି କି ନିଜ ବିବାହରେ ଇଶା ପିନ୍ଧିଥିବା ରାଣୀ ହାରର ଦାମ୍ କେତେ?

Also Read: Mobile Charging Tips: ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କଲେ ବ୍ୟାଟେରୀ ଖରାପ ହୋଇଯାଏ କି? ଜାଣନ୍ତୁ ଏହା ପଛର ସତ୍ୟତା

 

ଲୋକମାନେ ପ୍ଲାଷ୍ଟିକ୍ ବ୍ୟାଗରେ ପକାଯାଇଥିବା ଅବଶିଷ୍ଟ ଖାଦ୍ୟ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି। ଏହି କାରଣରୁ,ଗାଈ ପେଟରେ ପ୍ଲାଷ୍ଟିକ୍ ବ୍ୟାଗ ଜମା ହୋଇ ଅନ୍ତନଳୀ ପ୍ରଭାବିତ ହେବାକୁ ଲାଗିଲା । ନାରାୟଣ କର କହିଛନ୍ତି ଯେ ଯଦି ଅଧିକ ସମୟ ଧ୍ୟାନ ଦିଆଯାଇନଥାନ୍ତା, ତେବେ ଗାଈଟି ମରିଯାଇଥାନ୍ତେ। ଏହି ୧୦ ବର୍ଷର ଗାଈର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ  ଏକ ସପ୍ତାହ ପର୍ଯ୍ୟ ପର୍ଯ୍ୟନ୍ତ ଗାଈଟି ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିଛି । ଗତ ବର୍ଷ ମଧ୍ୟ ଡାକ୍ତରଖାନାର ଡାକ୍ତରମାନେ ଗାଈର ପେଟରୁ ପ୍ରାୟ ୧୫ କିଲୋଗ୍ରାମ ପ୍ଲାଷ୍ଟିକ ବ୍ୟାଗ ବାହାର କରିଥିଲେ।