School closed: ବନ୍ୟା ବିତ୍ପାତ; ଏହି ସ୍ଥାନରେ ଆଜି ବନ୍ଦ ରହିଲା ସ୍କୁଲ
Advertisement
Article Detail0/zeeodisha/odisha1810994

School closed: ବନ୍ୟା ବିତ୍ପାତ; ଏହି ସ୍ଥାନରେ ଆଜି ବନ୍ଦ ରହିଲା ସ୍କୁଲ

School closed: ରାଜ୍ୟରେ ବନ୍ୟାସ୍ଥିତି  । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଭଦ୍ରକରେ ବନ୍ୟାସ୍ଥିତି ସଙ୍ଗୀନ ରହିଛି । ସେପଟେ, ମହାନଦୀରେ ବନ୍ୟା ଜଳ ଆଜି କିଛି ପରିମାଣରେ ହ୍ରାସ ପାଇଥିଲେ ହେଁ ଜଗତସିଂହପୁର ଜିଲ୍ଲାର ୨୦ରୁ ଅଧିକ ଗାଁ ପାଣିଘେରରେ ରହିଛି। ପଢନ୍ତୁ ପୂରା ଖବର...

ସୌଜନ୍ୟ- ସୋସିଆଲ ମିଡ଼ିଆ

School closed: ରାଜ୍ୟରେ ବନ୍ୟାସ୍ଥିତି (Odisha Flood) ସୃଷ୍ଟି ହୋଇଛି । ପାଣି ଘେରରେ ଏକାଧିକ ଗାଁ ରହିଛି । କଟକ,  ଯାଜପୁର, ଭ୍ରଦକ, ଜଗତସିଂହପୁର, ବୌଦ୍ଧ, ନୟାଗଡ, କେନ୍ଦ୍ରାପଡା ଓ ସୋନପୁର ଜିଲ୍ଲାର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି ଲୋକେ।  ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ଏଭଳି ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଭଦ୍ରକରେ ବନ୍ୟାସ୍ଥିତି ସଙ୍ଗୀନ ରହିଛି । ଭଦ୍ରକ ଜିଲ୍ଲା ଧାମନଗରେ ବନ୍ୟା ପାଣି ସ୍କୁଲ ଭିତରେ ପଶି ଥିବାରୁ, ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି (school remains to closed in dhamnagar)। ଯଦି ଆବଶ୍ୟକ ପଡେ, ଜିଲ୍ଲାର ଅନ୍ୟ ସମସ୍ତ ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। 

Also Read: Happy Birthday Kajol: ଭିନ୍ନ ଜାତି ସତ୍ତ୍ବେ ଏପରି ବିବାହ କରିଥିଲେ କାଜୋଲ-ଅଜୟ

Also Read: Horoscope Today Aug 5 2023: ବ୍ୟବସାୟରେ ଆୟ ବୃଦ୍ଧି ସହ ଏହି ସବୁ ରାଶିର ଲୋକଙ୍କୁ ମିଳିବ ସୁସମ୍ବାଦ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ସେହିପରି, ଗତକାଲି ଭଦ୍ରକର  ଭଣ୍ଡାରିପୋଖରୀ, ତିହିଡ଼ି,ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ରେ ସ୍କୁଲ ଗୁଡିକୁ ଛୁଟି ଘୋଷାଣା କରାଯାଇଥିଲା । ସେହିପରି,ଗୁରୁବାର ମଧ୍ୟ ରାଜ୍ୟର ୯ଟି ଜିଲ୍ଲାର (9 District Schools closed due to heavy) ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା । ତେବେ ସେହି ଜିଲ୍ଲା ଗୁଡିକ ହେଲା, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।  ସେହିପରି ଲଗାଣ ବର୍ଷା ଯୋଗୁଁ ( ବୁଧବାର) ମଧ୍ୟ ୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା।  ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ  ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିଥିଲା। 

ସେପଟେ, ମହାନଦୀରେ ବନ୍ୟା ଜଳ ଆଜି କିଛି ପରିମାଣରେ ହ୍ରାସ ପାଇଥିଲେ ହେଁ ଜଗତସିଂହପୁର ଜିଲ୍ଲାର ୨୦ରୁ ଅଧିକ ଗାଁ ପାଣିଘେରରେ ରହିଛି। ଶୁକ୍ରବାର ସାଇଲୋ ପଞ୍ଚାୟତ ତେରମାଣପୁର ନିକଟରେ ମହାନଦୀ ରିଂ ବନ୍ଧରେ ୩୦ ଫୁଟ ଓସାରର ଘାଇହେବା ଫଳରେ ତେରମାଣପୁର ଓ କୋଟ ସାହି ଗାଁର ୩୦୦ ପରିବାର ଜଳବନ୍ଦୀ ହୋଇଛନ୍ତି । ସ୍ଥାନୀୟ ସରପଞ୍ଚ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ଗତ ବର୍ଷ ମଧ୍ୟ ଏହି ସ୍ଥାନରେ ଘାଇ ହୋଇଥିଲା । ତେବେ ଠିକ ଭାବରେ ବନ୍ଧ ମରାମତି ନହେବା ଯୋଗୁ ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହେବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆରପଟେ ତିର୍ତ୍ତୋଲ ବ୍ଲକ ଆଦିବାସୀ ସାହି,କୋଟକଣା ଆଦିବାସୀ ସାହି ମଣିଜଙ୍ଗା ଗୋପାଳ ସାହି ଆଦି ଗାଁ ରେ ବନ୍ୟା ଜଳ କିଛି ମାତ୍ରାରେ କମିଥିବା ବେଳେ ଏହି ଗାଁର ଲୋକମାନେ ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ବିଶେଷ ଭାବରେ ହରିପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୋଟ ଯୋଗାଇ ଦିଆଯାଇଛି । ବୋଟ ମାଧ୍ୟମରେ ଗାଁକୁ ଯିବା ଆସିବା ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରା ଯାଉଛି । ତେବେ ଆଜି ବନ୍ୟାଜଳ କିଛି ମାତ୍ରାରେ ହ୍ରାସ ପାଇଥିବା ବେଳେ ବନ୍ୟାବିପନ୍ନ ଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।