ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ;'ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି
Advertisement
Article Detail0/zeeodisha/odisha2236850

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ;'ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି

Odisha Election 2024: ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ ଜୋର୍ ଦେଇ କହିଥିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି । 

 

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ;'ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି

Odisha Election 2024: ଆଜି ନବରଙ୍ଗପୁର ମଞ୍ଚରୁ ବିଜେଡିକୁ ଟାର୍ଗେଟ କରି ମୋଦି କହିଥିଲେ ଯେ, 'ଚଳିତ ଥର ବିଜେଡି ଯିବ ବିଜେପି ଆସିବ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ। ଓଡ଼ିଶାକୁ ବିଜେପି ର ପ୍ରଥମ ମୁଖମନ୍ତ୍ରୀ ମିଳିବ । କେହି ବାହାର ଲୋକ ନୁହେଁ ଓଡ଼ିଶା ମାର ପୁଅ କି ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବ । ଯିଏ ଏଠାକାର ସମସ୍ୟା ଜାଣିଥିବ ଯିଏ ସମସ୍ୟା ସମାଧାନ କରିବ । ଯିଏ ରାଜ୍ୟର ପରମ୍ପରା ଓ ସଂସ୍କୃତି ଜାଣିଥିବ, ଯିଏ ଲୋକଙ୍କୁ ବୁଝୁଥିବ ଭାଜପା ତାକୁ ହିଁ ସରକାର ଚୌକିର ବସାଇବ ବୋଲି କହିଛନ୍ତି ମୋଦି'। 

'ସେହିପରି ଓଡ଼ିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାରେ ପ୍ରଗତି ଆସିବ । ଲୋକସଭାର ୨୧ଟି ସିଟ୍ ରେ ପଦ୍ମ ଫୁଟିବ ବୋଲି ମୋଦି କହିଛନ୍ତି । ସେହିପରି ବିଧାନସଭାରେ ଭାଜପା ବା ବିଜେପି କୁ ବମ୍ପର ଜିତ୍ ମିଳିବ ବୋଲି ମୋଦି କହିଛନ୍ତି। କାରଣ ବିଜେପି ସରକାର ଆସିଲେ ଓଡ଼ିଶାକୁ ପ୍ରଗତିପଥରୁ କେହି ହଟାଇପାରିବେନି। ଏହାସହ ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ ଜୋର୍ ଦେଇ କହିଥିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି । 

 

ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ନିଜର ମନ୍ତବ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ବହୁତ ଦିନ ହେଲା ଦିନରେ ସ୍ୱପ୍ନ ଦେଖୁଛି । 

Also Read: ନବରଙ୍ଗପୁରରୁ ମୋଦିଙ୍କ ଗର୍ଜନ; ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍

Also Read: Akshay Tritiya 2024: ଚଳିତବର୍ଷ ଅକ୍ଷୟ ତୃତୀୟାରେ ଭୁଲରେ ବି କରନ୍ତୁନି ଏହି ୪ଟି କାମ