Love Story: ସୁନୀଲଙ୍କ ପ୍ରେମରେ ନର୍ଗିସ୍ ହେଲେ ମାନସୀ, ଆଉ ନାହିଁ ଟ୍ରିପଲ୍ ତଲାକ୍ ଭୟ !
Advertisement
Article Detail0/zeeodisha/odisha2249770

Love Story: ସୁନୀଲଙ୍କ ପ୍ରେମରେ ନର୍ଗିସ୍ ହେଲେ ମାନସୀ, ଆଉ ନାହିଁ ଟ୍ରିପଲ୍ ତଲାକ୍ ଭୟ !

Love Story: ସୁନୀଲଙ୍କ ହାତ ଧରିବା ପରେ ମାନସୀ କହିଛନ୍ତି ଯେ, ମୋ ମନରେ ଆଉ ଟ୍ରିପଲ୍ ତଲାକର ଭୟ ନାହିଁ । ଗୋଟିଏ ଗାଁରେ ରହୁଥିବା ସୁନୀଲ ଏବଂ ନର୍ଗିସ୍ ଚାଷ ​​ଜମିରେ କାମ କରୁଥିବା ସମୟରେ ପରସ୍ପରଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ।

Love Story: ସୁନୀଲଙ୍କ ପ୍ରେମରେ ନର୍ଗିସ୍ ହେଲେ ମାନସୀ, ଆଉ ନାହିଁ ଟ୍ରିପଲ୍ ତଲାକ୍ ଭୟ !

Love Story: ପ୍ରେମ ଏକ ଅଭୁତ ଅନୁଭବ । ପ୍ରକୃତ ପ୍ରେମ ତାହାକୁ କୁହାଯାଏ ଯିଏ ପରସ୍ପରର ମନକୁ ବୁଝି ସାରା ଜୀବନ ସାଥି ହୋଇ ରହିବା ପାଇଁ ପଣ କରିଥାନ୍ତି । ନର୍ଗିସ୍ ଖଟୁନ୍ ଏବଂ ସୁନୀଲଙ୍କ ମଧ୍ୟରେ ସେମିତି ଏକ ପ୍ରେମ ସମ୍ପର୍କ ଥିଲା । ଜାତି ଓ ଧର୍ମର ପାଚେରୀ ଭାଙ୍ଗି ସେମାନେ ଏକାଠି ରହିବାକୁ ସ୍ଥିର କରିଥିଲେ । ସେମାନଙ୍କ ଘର ଲୋକେ ବିବାହକୁ ବିରୋଧ କରିବାରୁ ଦୁହେଁ ଲୁଚି ଘରୁ ପଳାଇ ଯାଇଥିଲେ। ନର୍ଗିସ୍ ନିଜର ନାମ ପରିବର୍ତ୍ତନ କରି ମାନସୀ ହେଲେ । ଆଉ ତାପରେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ସୁନୀଲଙ୍କ ହାତ ଧରିବା ପରେ ମାନସୀ କହିଛନ୍ତି ଯେ, ମୋ ମନରେ ଆଉ ଟ୍ରିପଲ୍ ତଲାକର ଭୟ ନାହିଁ । ଗୋଟିଏ ଗାଁରେ ରହୁଥିବା ସୁନୀଲ ଏବଂ ନର୍ଗିସ୍ ଚାଷ ​​ଜମିରେ କାମ କରୁଥିବା ସମୟରେ ପରସ୍ପରଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ବନ୍ଧୁତା ଏବଂ ପରେ କିଛି ଦିନ କଥାବାର୍ତ୍ତା ଆରମ୍ଭ ହେବାରୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ । ନର୍ଗିସଙ୍କ ମନରେ ଭୟ ଥିଲା ଯେ,  ତାଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ଗ୍ରହଣ କରିବେ କି ନାହିଁ । କାରଣ ସୁନୀଲ ଥିଲେ ହିନ୍ଦୁ ଏବଂ ନର୍ଗିସ ଥିଲେ ମୁସଲିମ ଝିଅ ।

ଯୋଜନା ମୁତାବକ ୧୧ ମଇରେ ସୁନୀଲ ଏବଂ ନର୍ଗିସ୍ ଉଭୟ ଘରୁ ପଳାଇଯାଇଥିଲେ । ନର୍ଗିସଙ୍କ ସମ୍ପର୍କୀୟମାନେ ପ୍ରଥମେ ତାଙ୍କୁ ଖୁବ ଖୋଜାଖୋଜି କରିଥିଲେ । କିନ୍ତୁ ନମିଳିବାରୁ ଜାଣିବାକୁ ପାଇଥିଲେ ଯେ ସେ ସୁନୀଲ ସହ ଫେରାର୍ ହୋଇଯାଇଛି । ନର୍ଗିସଙ୍କୁ ବିବାହ ପ୍ରଲୋଭନ ଦେଖାଇ ସୁନୀଲ ନେଇଯାଇଥିବା ମାମଲା ଥାନାରେ ଦେଇଥିଲେ ପରିବାର ଲୋକ । ଘରୁ ଫେରାର୍ ହେବା ପରେ ଦୁହେଁ ୧୩ ମଇରେ ବିବାହ କରିଥିଲେ । ନର୍ଗିସଙ୍କ ଶାଶୁ କହିଛନ୍ତି ଯେ, ଉଭୟ ଏପର୍ଯ୍ୟନ୍ତ ଗାଁକୁ ଆସିନାହାଁନ୍ତି । ଦୁହେଁ ଆସିବା ପରେ ଯଥାବିଧିରେ ତାଙ୍କୁ ସ୍ୱାଗତ କରାଯିବ।

ନର୍ଗିସ୍ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ ତାଙ୍କ ନାମ ପରିବର୍ତ୍ତନ କରି ମାନସି ରଖିଛନ୍ତି । ଏବେ ସେ କେବଳ ସୁନୀଲଙ୍କ ସହିତ ସାରା ଜୀବନ ରହିବେ । ମୁସଲମାନ ଧର୍ମରେ ଟ୍ରିପଲ ତଲାକର ଭୟ ରହିଛି। ଛଜଲଟ ଥାନାଧିକାରୀ ଅର୍ଜୁନ ତ୍ୟାଗି କହିଛନ୍ତି ଯେ, ଉଭୟ ପ୍ରେମିକ ଏବଂ ପ୍ରେମିକା ବିବାହ କରି ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଉଭୟଙ୍କର ବିବୃତ୍ତି କୋର୍ଟରେ ରେକର୍ଡ ହେବ। 

Also Read- Lucky Zodiac Sign: ୧୬ ମଇରେ ରବି ଯୋଗର ଶୁଭ ସମକକ୍ଷ, ବଦଳିଯିବ ଏହି ରାଶିର ଭାଗ୍ୟ

Also Read- Dhari Devi Mandir: ନଦୀ ମଝିରେ ପୂଜା ପାଆନ୍ତି ମା' ଧାରୀ ଦେବୀ, ଦିନକୁ ୩ଥର ବଦଳାନ୍ତି ବେଶ