Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ହିନ୍ଦୁ ଯୁବକଙ୍କୁ ବାହାହେଲେ ମୁସଲିମ ଝିଅ
Advertisement
Article Detail0/zeeodisha/odisha2234661

Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ହିନ୍ଦୁ ଯୁବକଙ୍କୁ ବାହାହେଲେ ମୁସଲିମ ଝିଅ

Love Story: ବିହାରର ଅରଙ୍ଗାବାଦର ବାସିନ୍ଦା ଶ୍ୟାମା ପରବୀନ ବର୍ତ୍ତମାନ ପାଲଟିଛନ୍ତି ପୁନମ ଦେବୀ । ନିଜ ପ୍ରେମିକ ଶିବମଙ୍କୁ ବିବାହ କରିବା ପାଇଁ ନାମ ବଦଳାଇଛନ୍ତି ମୁସଲିମ ଝିଅ । ଏଥିସହ ସେ ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

Love Story: ପ୍ରେମ ଭାଙ୍ଗିଲା ଧର୍ମର କାନ୍ଥ, ହିନ୍ଦୁ ଯୁବକଙ୍କୁ ବାହାହେଲେ ମୁସଲିମ ଝିଅ

Love Story: ଉତ୍ତରପ୍ରଦେଶର ବରେଲିରେ ଜଣେ ମୁସଲମାନ ଝିଅ ନିଜ ପ୍ରେମକୁ ସଫଳ କରିବା ପାଇଁ ସନାତନ ଧର୍ମ ଗ୍ରହଣ କରିଥିଲେ । ଶ୍ୟାମା ପରବୀନରୁ ସେ ନାମ ବଦଳାଇ ପୁନମ ଦେବୀ ପାଲଟିଛନ୍ତି । ଏଥିସହ ସେ ନିଜ ପ୍ରେମିକ ଶିବ ଶର୍ମାଙ୍କୁ ବିବାହ କରିଥିଲେ। ଏହି ବିବାହ ବର୍ତ୍ତମାନ ବରେଲି ସମେତ ଅନେକ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁସାରେ, ଝିଅଟି ମୂଳତ ବିହାର ଅରଙ୍ଗାବାଦର ଏବଂ ପୁଅ ଶିବ ଶର୍ମା ୟୁପିର ବାଲିଆ ଅଞ୍ଚଳର ।

ପୁନମ କହିଛନ୍ତି ଯେ, ଟ୍ରିପଲ୍ ତଲାକ୍ ଏବଂ ସମ୍ପର୍କୀୟ ବିବାହ ଭୟ କାରଣରୁ ସେ ଏପରି ପଦକ୍ଷେପ ନେଇଛନ୍ତି । ସେ ଇସଲାମର ଏସବୁ ମନ୍ଦ ପ୍ରଥାକୁ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି । ତେଣୁ ସେ ନିଜ ଧର୍ମ ଅନୁଯାୟୀ ବିବାହ ନକରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏଥିସହ ନିଜ ପ୍ରେମିକ ଶିବମଙ୍କୁ ବିବାହ କରିଛନ୍ତି।

କିପରି ହେଲା ପ୍ରେମ ?

ବିବାହ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁନମ କହିଛନ୍ତି ଯେ, ସେ ଏକ ବିବାହ କାର୍ଯ୍ୟରେ ଶିବମଙ୍କୁ ଭେଟିଥିଲେ । ଏହା ପରେ ଦୁହେଁ ଫୋନ୍ ନମ୍ବର ଦିଆନିଆ ହୋଇଥିଲେ । କିଛି ଦିନ ଫୋନରେ କଥା ହେବା ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ । ପରେ ଉଭୟଙ୍କ ପରିବାର ସଦସ୍ୟ ଯେତେବେଳେ ଏ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ । ଶିବମଙ୍କ ପରିବାର ସଦସ୍ୟ ମଧ୍ୟ ଏହି ବିବାହରେ ସହମତ ନଥିଲେ । ଏଭଳି ପରିସ୍ଥିତିରେ ଦୁହେଁ ବରେଲିରେ ଅଗସ୍ତି ମୁନିଙ୍କ ଆଶ୍ରମରେ ପହଞ୍ଚି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ମୁସଲିମରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ପୁନମ କହିଛନ୍ତି ଯେ, ମୁଁ ପଶୁମାନଙ୍କୁ ଖୁବ ଭଲ ପାଏ । ହିନ୍ଦୁ ଧର୍ମର ଲୋକେ ଗୋମାତାଙ୍କୁ ପୂଜା କରୁଥିବା ସମୟରେ ମୁସଲିମ ଧର୍ମରେ ଗୋମାଂସ ବ୍ୟବହାର କରାଯାଏ ଯାହା ମୋର ଆଦୌ ପସନ୍ଦ ନୁହେଁ । 

Also Read- BSNLର ଜବରଦସ୍ତ ପ୍ଲାନ୍, ମାତ୍ର ୩ଟଙ୍କା ଖର୍ଚ୍ଚରେ ଅନେକ ଲାଭ

Also Read- ଓଡ଼ିଶା ବସ୍ ଆନ୍ଧ୍ରରେ ଅଟକ, ମିଳିଲା ୨.୪୦ କୋଟି ଟଙ୍କା