Odisha Latest News Today: ମଣିପୁରରେ କୁକି ଉଗ୍ରବାଦୀମାନଙ୍କ ଆକ୍ରମଣରେ ୨ ସୈନିକ ସହିଦ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2223880

Odisha Latest News Today: ମଣିପୁରରେ କୁକି ଉଗ୍ରବାଦୀମାନଙ୍କ ଆକ୍ରମଣରେ ୨ ସୈନିକ ସହିଦ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Latest News Today: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

Odisha Breaking news and updates
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

27 April 2024
23:48 PM

ବିଜୟ ଧାରା ବଜାୟ ରଖିଲା ରାଜସ୍ଥାନ; ଘରୋଇ ମଇଦାନରେ ଚିତପଟାଙ୍ଗ ମାରିଲା ଲକ୍ଷ୍ନୌ
ଅପ୍ରେଲ ୨୭ ତାରିଖ ଶନିବାର ଲକ୍ଷ୍ନୌ ଏକାନା କ୍ରିକେଟ ଷ୍ଟାଡିୟମ୍ ଠାର ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଚସ୍ ଏବଂ ରାଜସ୍ଥାନ ରୟାଲ୍ସ। ଆଜି ଖେଳା ଯାଇଥିବା ୪୪ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଧାର୍ଯ୍ୟ ୨୦ ଓଭର ରେ ୫ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଛି। ୧୯୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୯ ଓଭର ଖେଳ ପର୍ଯ୍ୟନ୍ତ ୩ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରାଜସ୍ଥା ଟିମ୍ ଆହୁରି ଗୋଟିଏ ଓଭର ବାକି ଥାଇ ୭ ୱିକେଟ ବ୍ୟବଧାନରେ ଲକ୍ଷ୍ନୌ ଦଳକୁ ପରାସ୍ତ କରିଛି। 
ପଢନ୍ତୁ ପୁରା ଖବର

22:40 PM

Accident News: କାର୍-ଡମ୍ଫର ଧକ୍କା, ଶ୍ୱଶୁର, ବୋହୂଙ୍କ ସହ ଡ୍ରାଇଭର ମୃତ, ବାପା ପୁଅ ଗୁରତର

Accident News: କାନପୁରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । କାରକୁ ଡମ୍ଫର ଧକ୍କା ଦେବା ଫଳରେ ୩ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

22:05 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର 
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର 
   

 

21:58 PM

Rahu Gochar 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବ, ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ

Rahu Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାହୁ ଖୁବ ଶୀଘ୍ର ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୬ ମଇ ୨୦୨୪ ରେ ରାହୁ ରେବତୀ ନକ୍ଷତ୍ରରେ ଚଳନ କରିବେ ।  ସୋମବାର ଦିନ ୦୬:୩୨ ରେ ରେବତୀ ନକ୍ଷତ୍ରରେ ରାହୁଙ୍କ ପ୍ରବେଶ ହେବ । ରାହୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଦାୟକ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ । ଅଧିକ ପଢ଼ନ୍ତୁ...

21:15 PM

Thunderstorm: କେନ୍ଦ୍ରାପଡାରେ ଭୟଙ୍କର ବଜ୍ରପାତ, ମାଆ ସହ ପୁଅର ମୃତ୍ୟୁ

Lightning At Kendrapada: ଡେରାବିଶ ବ୍ଲକ ଅନ୍ତର୍ଗତ ଜହ୍ନିମୂଳ ଗାଁରେ ବଜ୍ରପାତ କାରଣରୁ ଗଲା ମାଆ ପୁଅଙ୍କ ଜୀବନ । ଚାଷ ଜମିକୁ ମୁଗ ଅମଳ କରିବାକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ମାଆ ଶଶିରେଖା ବାରିକ ଏବଂ ପୁଅ ରବୀନ୍ଦ୍ର ବାରିକ । ଅଧିକ ପଢ଼ନ୍ତୁ...

21:04 PM

ଲଗାତାର ଦ୍ୱିତୀୟ ବିଜୟ ହାସଲ କଲା ଦିଲ୍ଲୀ; ପଏଣ୍ଟ ଟେବୁଲ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା ଦଳ
ଅପ୍ରେଲ ୨୭ ତାରିଖ ଶନିବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ଖେଳାଯାଇଥିବା ୪୩ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଧାର୍ଯ୍ୟ ୨୦ ଓଭର ରେ ୪ ୱିକେଟ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ୨୫୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୨୦ ଓଭର ରେ ୯ ୱିକେଟ ହରାଇ ୨୪୭ ରନ୍ ସଂଗ୍ରହ କରିଥିଲା। ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଦିଲ୍ଲୀ ଟିମ୍ ୧୦ ରନ୍ ବ୍ୟବଧାନରେ ମୁମ୍ବାଇ ଦଳକୁ ପରାସ୍ତ କରିଛି।
ପଢନ୍ତୁ ପୁରା ଖବର

20:40 PM

ଦକ୍ଷିଣ ଭାରତରେ ଗୁରୁତର ହେଉଛି ଜଳ ସଙ୍କଟ; ଚମକାଇ ଦେବ ସିଡବଲ୍ୟୁସି ରିପୋର୍ଟ
ଦେଶରେ ଆରମ୍ଭ ହୋଇସାରିଛି ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ଜଳ ସଙ୍କଟ ଘନେଇବାରେ ଲାଗିଛି। ଯାହାର ପ୍ରଭାବ ଏବେ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଏବେ ଜଳ ସଙ୍କଟର ସାମ୍ନା କରୁଛି। ଏଠାକାର ଜଳଭଣ୍ଡାରର ଜଳ ଧାରଣ କ୍ଷମତା ମାତ୍ର ୧୭ ପ୍ରତିଶତ ରହିଯାଇଛି। ଏହି ସୂଚନା କେନ୍ଦ୍ରୀୟ ଜଳ ଆୟୋଗ (ସିଡବଲ୍ୟୁସି) ପକ୍ଷରୁ ପ୍ରକାଶିତ ବୁଲେଟିନ୍ ପ୍ରଦାନ କରିଛି। ଦେଶର ଦକ୍ଷିଣ ଭାଗରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ଆଦି ରାଜ୍ୟ ଅବସ୍ଥିତ ରହିଛି। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

20:20 PM

Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ

Anant Radhika Pre Wedding: ଦେଶର ଅଗ୍ରଣୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । କାରଣ ଅନନ୍ତଙ୍କର ଦ୍ୱିତୀୟ ପ୍ରି-ୱିଡିଂ ଉତ୍ସବ ୨୮ ରୁ ୩୦ ମଇ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ସମୁଦ୍ରରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜରେ ଅନନ୍ତ ଅମ୍ବାନୀଙ୍କର ଦ୍ୱିତୀୟ ପ୍ରି ୱିଡିଂ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ଅନନ୍ତ ଏବଂ ରାଧିକା ଜୁଲାଇ ୧୨ ତାରିଖ ଦିନ ବିବାହ ବନ୍ଧନରେ ଆବଦ୍ଧ ହେବେ । ଅଧିକ ପଢ଼ନ୍ତୁ

19:15 PM

Rashifal 28 April 2024: ରବିବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ

Rashifal 28 April 2024: ୨୮ ଏପ୍ରିଲ ରବିବାର ଦିନ କେମିତି କଟିବ ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦିନ ? କେଉଁ ପ୍ରତିକାର କଲେ ହେବ ଅତ୍ୟନ୍ତ ଶୁଭ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

18:34 PM

୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଶନିବାର (ଅପ୍ରେଲ ୨୭) ରାଜ୍ୟର ୩ ଆସନ ଲାଗି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ବିଜେଡ଼ି ଭୋଗରାଇ ଆସନରୁ ଗୌତମବୁଦ୍ଧ ଦାସ, ବେଗୁନିଆ ଆସନରୁ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧ ଆସନରୁ ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

18:03 PM

କିଏ ଏହି ଉଜ୍ୱଳ ନିକମ; ଯାହାଙ୍କୁ ଟିକେଟ ଦେଲା ବିଜେପି
୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର (ଅପ୍ରେଲ ୨୭) ବିଜେପି ଆଉ ଏକ ପ୍ରାର୍ଥୀ ତାଲିକା ଜାରିକରିଛି। ଯେଉଁଥିରେ ଦଳ ଉଜ୍ୱଳ ନିକମଙ୍କୁ ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଉଜ୍ୱଳ ନିକମ ହେଉଛନ୍ତି ପେସାରେ ଜଣେ ଓକିଲ। ଯିଏ ମାୟାନଗରୀ ମୁମ୍ବାଇ ଠାରେ ହୋଇଥିବା ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ବିରୋଧରେ ମୋକଦ୍ଦମା ଲଢିଥିଲେ।
ପଢନ୍ତୁ ସମ୍ପୂର୍ଣ୍ଣ ଖବର

17:32 PM

ଲାଞ୍ଚ ନେଇ ଫସିଗଲେ ପୂର୍ବତନ ସରପଞ୍ଚ
ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କୋର୍ଟ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ମାମଲାରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଆରଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଫୁଲମତି ମାଝୀ। ତାଙ୍କୁ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭବାନୀପାଟଣା ଭିଜିଲାନ୍ସ କୋର୍ଟ। ଫୁଲମତି ମାଝୀ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଆରଡି ପଞ୍ଚାୟତର ସରପଞ୍ଚ ରହି ସାରିଛନ୍ତି। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

17:30 PM

Election 2024: ସାଲେପୁରରୁ ଲଢିବେ ଅରିନ୍ଦମ, ୮ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା କଲା BJP

BJP Candidate List: ବିଜେପି ପକ୍ଷରୁ ଆଜି ୮ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତେଲକୋଇରୁ ଡ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରୟ, କେନ୍ଦ୍ରାପଡାରୁ ଗୀତାଞ୍ଜଳୀ ସେଠୀ, ଖୋର୍ଦ୍ଧାରୁ ପ୍ରଶାନ୍ତ କୁମାର ଜଗଦେବଙ୍କପ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

17:20 PM

May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ

May Planet Transit 2024: ଏପ୍ରିଲ ଶେଷ ସପ୍ତାହ ଚାଲିଥିବା ସମୟରେ ଖୁବ ଶୀଘ୍ର ମଇ ମାସ ଆରମ୍ଭ ହେବାକୁ ଯାଉଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଦୃଷ୍ଟିରୁ ମେ ମାସ ଅତ୍ୟନ୍ତ ଶୁଭ ହେବ । ଏହି ମାସରେ ବୃହସ୍ପତିଙ୍କ ସମେତ ଅନ୍ୟ ଗ୍ରହମାନଙ୍କର ପ୍ରଭାବ ଦେଖିବାକୁ ମିଳିବ । ପ୍ରାୟ ୧୩ ମାସ ପରେ ମଇ ୧ ତାରିଖ ଦିନ ବୃହସ୍ପତି ରାଶି ପରିବର୍ତ୍ତନ କରିବେ । ତା’ପରେ ମେ ୧୦ ତାରିଖ ଦିନ ବୁଧ ମେଷ ରାଶିରେ ଚଳନ କରିବେ । ଏହା ପରେ ମଇ ୧୪ ତାରିଖଦିନ ସୂର୍ଯ୍ୟ ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ । ଏହା ପରେ ସୁଖ ଦାତା ଶୁକ୍ର ମଇ ୧୯ ରେ ତୁଳା ରାଶିରେ ଚଳନ କରିବେ । ଗ୍ରହମାନଙ୍କ ସଂଯୋଗରୁ ମାଳବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ମଇ ମାସରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିର ଲୋକଙ୍କୁ ବେଶ୍ ପ୍ରଭାବିତ କରିବ । ବିଶେଷ କରି ୩ଟି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭଫଳ ପାଇବେ । ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ଫିଟିବାକୁ ଯାଉଛି । ଅଧିକ ପଢ଼ନ୍ତୁ

17:06 PM

କିଏ ଏହି ଶମୀମ; ଯାହା ପଛରେ ପଡ଼ିଯାଇଛି ଉତ୍ତର ପ୍ରଦେଶ ପୋଲିସ
ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଶମୀମ ଓରଫ୍ ବବଲୁ ନାମକ ଜଣେ ଯୁବକଙ୍କ ବିରୋଧରେ ମାମଲା ଦାଏର କରିଛି। ଶମୀମ ବିରୋଧରେ ଏକ ଗୁରୁତର ଅଭିଯୋଗ ଆସିଛି। ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେଇଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଦ୍ୱାରା ଭାଇରାଲ ପରେ ରାଜ୍ୟର ପ୍ରୟାଗରାଜ ଜିଲ୍ଲା ପୋଲିସ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ମାମଲା ରୁଜୁ ହୋଇସାରିବା ପରେ ଏବେ ଶମୀମ ପଛରେ ପୋଲିସ ପଡ଼ିଯାଇଛି। ସାମାଜିକ କାର୍ଯ୍ୟକର୍ତ୍ତା ସର୍ବଶ କୁମାର ଗଙ୍ଗାନଗର ଜୋନ ଅଧିନସ୍ଥ ନବାବଗଞ୍ଜ ଥାନାରେ ଶମୀମ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।
ପଢନ୍ତୁ ସମ୍ପୂର୍ଣ୍ଣ ଖବର

16:30 PM

ଲୁଣା ନଦୀରେ ଅଘଟଣ, ଭାସିଗଲେ ୨ ଛାତ୍ରୀ

କେନ୍ଦ୍ରାପଡା: ମହାକାଳପଡାର ଲୁଣା ନଦୀରେ ଦୁଇଜଣ ଛାତ୍ରୀ ଭାସିଯାଇଥିବା ସମୟରେ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟଜଣଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ନିଖୋଜ ଛାତ୍ରୀଙ୍କ ନାମ ଅଭିଲିପ୍ସା ବେହେରା ବୋଲି ଜଣାପଡିଛି । ଉଭୟେ ସ୍ଥାନୀୟ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ଅଧିକ ପଢ଼ନ୍ତୁ...

16:08 PM

କଂଗ୍ରେସ ମୁସଲମାନ ଭୋଟ ଚାହୁଁଛି ହେଲେ ନିର୍ବାଚନରେ...
୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଲାଗିଛି ଏକ ବଡ଼ ଝଟକା। ଦଳର ଜଣେ ବରିଷ୍ଠ ମୁସଲମାନ ନେତା ତଥା ତାରକା ପ୍ରଚାରକ ଶୁକ୍ରବାର (ଅପ୍ରେଲ ୨୬) ଦଳୀୟ ପ୍ରଚାର ଅଭିଯାନରୁ ବାହାରି ଯାଇଛନ୍ତି। ଏପରିକି କଂଗ୍ରେସ ନେତା ଜଣଙ୍କ ଦଳର ନିର୍ବାଚନ ପ୍ରଚାର ସମିତିରୁ ବାହାରି ଯାଇଛନ୍ତି। ନିର୍ବାଚନ ବେଳେ ଦଳୀୟ ପ୍ରଚାରରୁ ବାହାରି ଯାଇଥିବା ନେତା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସୀମ ଖାନ। ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କ ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି କଂଗ୍ରେସ, ଏନସିପି (ପାୱାର ଗୋଷ୍ଠୀ), ଶିବସେନା (ଠାକରେ ଗୋଷ୍ଠୀ) ଆଦି ଦଳକୁ ନେଇ ଗଠିତ ମହାବିକାଶ ଅଘାଡ଼ି ମେଣ୍ଟ କୌଣସି  ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପଢନ୍ତୁ ସମ୍ପୂର୍ଣ୍ଣ ଖବର

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:50 PM

Odisha Latest News Today: ଆମେରିକାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୩ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ମୃତ ତିନିଜଣ ମହିଳା ଏବଂ ସେମାନଙ୍କର ଘର ଗୁଜରାଟର ଆନନ୍ଦ ଜିଲ୍ଲାରେ ବୋଲି ଜଣାପଡିଛି । ୪ ମହିଳା ଏକ କାରରେ ଦୃତ୍ତଗତିରେ ଯଆଉଥିବା ସମୟରେ ଭାରସାମ୍ୟ ହରାଇଥିଲା । ଫଳରେ ରାସ୍ତାକଡର ଏକ ଗଛରେ ଧକ୍କା ହୋଇ ୨୦ ଫୁଟ୍ ଉଚ୍ଚକୁ ଉଠିଯାଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ଖୁବ୍ ଭୟଭୀତ ହୋଇଥିଲେ । ଜଣେ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

15:32 PM

Odisha Latest News Today: ପୁରୀ ବାଲି ସାହି, ରେଡକ୍ରସ୍ ରୋଡ୍ ସମେତ ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ଅଭିଯୋଗ ଆସିଛି । ପ୍ରାୟ ୩୦ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସମୟରେ ୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ଅନେକ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଫାଟିବା କାରଣରୁ ପାଣି ଟ୍ୟାପ୍‌ରେ ମିଶୁଛି ତେଣୁ ଏପରି ସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ତୁରନ୍ତ ଏଥିନେଇ ପ୍ରଶାସନ ପକ୍ଷରୁ ପଦକ୍ଷପ ନିଆଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

15:20 PM

Odisha Latest News Today: ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏହା ପଛକୁ ଝାରସୁଗୁଡା: ୪୩.୬°C, ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C, ସମ୍ବଲପୁର: ୪୨.୧°C, ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C, କେନ୍ଦୁଝର: ୪୧.୫°C, ଗୋପାଳପୁର: ୩୫.୪°C, ପୁରୀ: ୩୪.୭°C,ପାରାଦୀପ: ୩୩.୬°C ରେକର୍ଡ କରାଯାଇଛି ।

15:00 PM

BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି

BSNL Recharge Plan: ଯଦି ଆପଣ ଶସ୍ତାରେ ଦୀର୍ଘ ବୈଧତା ଏବଂ ଇଣ୍ଟରନେଟ୍ ଚଳାଇବାକୁ ଏକ ପ୍ଲାନ୍ ଖୋଜୁଛନ୍ତି, ତେବେ ସରକାରୀ ଟେଲିକମ୍ କମ୍ପାନୀ BSNL ଆପଣଙ୍କ ପାଇଁ ସ୍ପେଶାଲ୍ ପ୍ଲାନ୍ ଆଣିଛି । ଏହି ପ୍ଲାନର ବୈଧତା ୧ ବର୍ଷରୁ ଅଧିକ ରହିଛି । ଅଧିକ ପଢ଼ନ୍ତୁ...

14:39 PM

Mamata Banerjee injured: ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାନ୍ୟ ଆହତ ହୋଇଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ସିଏମ୍ ଦୁର୍ଗାପୁରରେ ଥିଲେ। ସେଠାରୁ ଦ୍ୱିତୀୟ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପାଇଁ ମମତା ବାନାର୍ଜୀ ହେଲିକପ୍ଟରରେ ଚଢ଼ିବା ମାତ୍ରେ ତାଙ୍କ ପାଦ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି।

14:00 PM

Sri Lanka Airport Control to India: ଶ୍ରୀଲଙ୍କାର ହମ୍ବନନ୍ତୋଟାସ୍ଥିତ ମଟାଲା ରାଜପାକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ବର୍ତ୍ତମାନ ଏକ ଭାରତୀୟ ଓ ଋଷ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଶ୍ରୀଲଙ୍କା କ୍ୟାବିନେଟ ଶୁକ୍ରବାର ଦିନ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଏହି ନିଷ୍ପତ୍ତି ଚୀନ୍ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କହିରଖୁଛୁ ଯେ ଏହି ବିମାନବନ୍ଦର ନିର୍ମାଣ ପାଇଁ ଚୀନ୍ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଦେଇଥିଲା। ତେବେ ଏହା ଡ୍ରାଗନର ଏକ ପ୍ରମୁଖ ଷଡଯନ୍ତ୍ର ବୋଲି ଜଣାପଡିଛି। ଚାଇନାର ଏକ୍ସମ ବ୍ୟାଙ୍କ ପ୍ରାୟ ୧୯୦ ନିୟୁତ ଡଲାର ଦେଇଥିଲା। ଅନେକ ବିଶେଷଜ୍ଞ ଚୀନ୍‌କୁ ଅଭିଯୋଗ କରିଛନ୍ତି ଯେ ଏହି ପ୍ରକଳ୍ପ ମାଧ୍ୟମରେ ଏହା ଶ୍ରୀଲଙ୍କାକୁ ଅନ୍ୟ ଏକ ବଡ଼ ଋଣ ଜାଲରେ ପକାଇ ଦେଇଛି।

12:21 PM

Odisha Weather Forecast: ପ୍ରବଳ ଗରମରୁ ଓଡି଼ଶାର ଲୋକମାନେ କୌଣସି ଆରଣ ପାଇବା ପରି ମନେ ହେଉନାହିଁ। ଆସନ୍ତା ଚାରି ଦିନ ପାଇଁ ଓଡିଶାରେ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

12:18 PM

Ranchi School Bus Accident: ଶନିବାର ଦିନ ସକାଳେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପିଲାମାନଙ୍କ ସହିତ ଫୁଲ୍ ଥିବା ଏକ ସ୍କୁଲ ବସ୍ ଏଠାରେ ଓଲଟି ପଡିଛି। ଦୁର୍ଘଟଣା ସମୟରେ ବସ୍‌ରେ ୩୦ ଜଣ ପିଲା ଥିବା ପୋଲିସ କହିଛି। ମନ୍ଦାରର ସେଣ୍ଟ ମାରିଆ ସ୍କୁଲଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ବସ୍ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୧୫ ଜଣ ପିଲା ଆହତ ହୋଇଛନ୍ତି।

12:09 PM

Odisha Election 2024: ସମୀର ଦାଶ ନିମାପଡ଼ାରେ ବିଜେପିର ଗଡ଼ ଭାଙ୍ଗି ଲଗାତାର ତିନିଥର ୨୦୦୯, ୨୦୧୪ ଏବଂ ୨୦୧୯ରେ ସେ ନିମାପଡ଼ାକୁ ବିଜେଡି ପକେଟକୁ ଆଣିଥିଲେ। ୨୦୨୪ ମସିହାରେ କିନ୍ତୁ ଦଳ ତାଙ୍କ ଉପରେ ଆଉ ଆସ୍ଥା କରିପାରି ନାହିଁ। ତାଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ପଢ଼ନ୍ତୁ ପୂରା ଖବର...

 

11:27 AM

Lok Sabha Elections 2024: ଆମ୍ ଆଦମୀ ପାର୍ଟିର ପୂର୍ବ ଦିଲ୍ଲୀ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସମର୍ଥନରେ ସୁନୀତା କେଜ୍ରିୱାଲ ଆଜି ଏକ ମେଗା ରୋଡ୍ ଶୋ' କରିବେ।

10:48 AM

Indian airports bomb threat: ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି ଭିନ୍ନ ଭିନ୍ନ ବିମାନବନ୍ଦରରେ ବୋମା ଲଗାଯାଇଛି। ଏହି ଖବର ପାଇବା ମାତ୍ରେ ପ୍ରଶାସନ ଭିତରେ ଆତଙ୍କ ଖେଳିଯାଇଥିଲା। ସିଏସ୍ଏଫ୍ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୂଚନା ପାଇବା ମାତ୍ରେ ବିମାନବନ୍ଦରରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ଓ ପରେ ଏହି ଧମକ ଏକ ଗୁଜବ ଥିବା ଜଣା ପଡିଥିଲା।

10:13 AM

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୬,୮୫୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୨୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୨,୯୩୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୬,୮୫୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୨,୯୩୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୪,୬୯୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୬,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୭୨,୯୩୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୪,୬୯୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

09:53 AM

ମମତା ବାନାର୍ଜୀଙ୍କୁ ଗିରଫ କରାଯିବା ଉଚିତ- ସୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, "ସନ୍ଦେଶଖାଲିରେ ମିଳୁଥିବା ସମସ୍ତ ଅସ୍ତ୍ର ବିଦେଶୀ ଅଟେ। ଆରଡିଏକ୍ସ ଭଳି ବିସ୍ଫୋରକ ସାମଗ୍ରୀ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହୃତ ହେଉଛି। ଏହି ସମସ୍ତ ଅସ୍ତ୍ର ଆନ୍ତର୍ଜାତୀୟ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ହୋଇଛି। ମୁଁ ଟିଏମସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ଓ ମମତା ବାନାର୍ଜୀଙ୍କୁ ଗିରଫ କରିବାକୁ ଦାବି କରୁଛି।"

 

08:39 AM

Manipur: ମଣିପୁରରୁ ପୁଣି ହିଂସା ଖବର ପ୍ରକାଶ ପାଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ନେଇ ୨:୧୫ ପର୍ଯ୍ୟନ୍ତ କୁକି ଉଗ୍ରବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ଆକ୍ରମଣ କରି ନାରନସେନା ଅଞ୍ଚଳରେ କ୍ରମାଗତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ସୈନିକ ପ୍ରାଣ ହରାଇଛନ୍ତି। ମଣିପୁର ପୋଲିସ କହିଛି ଯେ ଏହି ସୈନିକମାନେ ରାଜ୍ୟ ବିଷ୍ଣୁପୁର ଜିଲ୍ଲାର ନାରମସେନା ଅଞ୍ଚଳରେ ନିୟୋଜିତ CRPF ର ୧୨୮ ତମ ବାଟାଲିୟନର ଅଟନ୍ତି।

 

07:52 AM

Odisha News: ଏପ୍ରିଲ୍ ୨୫ ତାରିଖରୁ ଓଡିଶା ସରକାର ସ୍କୁଲ ବନ୍ଦ ଘୋଷଣା କରିବା ସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଗ୍ରୀଷ୍ମ ଛୁଟି ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛୁଟିଦିନର ହୋମୱାର୍କ, ଅନଲାଇନ୍ ଏକାଡେମିକ୍ ସହାୟତା ଏବଂ ପ୍ରଶାସନିକ କାର୍ଯ୍ୟକଳାପ ସମ୍ବନ୍ଧରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ସରକାରୀ, ନବୀକରଣ, ଧନ୍ଦାମୂଳକ ଏବଂ ସହାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ସମସ୍ତ ପ୍ରଧାନଶିକ୍ଷକଙ୍କୁ DHSE ଏକ ଚିଠିରେ ଦର୍ଶାଇଛି ଯେ ଛୁଟିଦିନରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ଉପରେ ଆଧାର କରି ହୋମୱାର୍କ ଦିଆଯିବ। ଯେକୌଣସି ଏକାଡେମିକ୍ ସହାୟତା ପାଇଁ ଛାତ୍ରଛାତ୍ରୀମାନେ ସେମାନଙ୍କ ସନ୍ଦେହ ସ୍ପଷ୍ଟ କରିବାକୁ ସମ୍ପୃକ୍ତ ବିଷୟର ଶିକ୍ଷକଙ୍କ ସହିତ ଯୋଗାଯୋଗ କରିପାରିବେ।

07:38 AM

World Veterinary Day 2024: ପ୍ରତିବର୍ଷ ଏପ୍ରିଲ ୨୭ରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଏ। ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ଚିକିତ୍ସା ବୃତ୍ତିର ଅବଦାନକୁ ସମ୍ମାନ ଦେବା ଏବଂ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଗୁରୁତ୍ୱ ବିଷୟରେ ସଚେତନତା ପାଇଁ ଏହି ଦିନ ଉତ୍ସର୍ଗୀକୃତ। ୧୮୬୩ ମସିହାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଆରମ୍ଭ ହୋଇଥିଲା। ସେହି ସମୟରେ, ଏଡିନବର୍ଗର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଜନ୍ ଗେମଜି 'ଆନ୍ତର୍ଜାତୀୟ ପ୍ରାଣୀ ଚିକିତ୍ସା କଂଗ୍ରେସ' ନାମକ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ସେ ୟୁରୋପର ପ୍ରାଣୀ ଚିକିତ୍ସକମାନଙ୍କୁ ନିମନ୍ତ୍ରଣ କରିଥିଲେ। ୧୯୫୯ ସୁଦ୍ଧା, ପଶୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ବିଶ୍ୱ ପ୍ରାଣୀ ଚିକିତ୍ସା ସଂଗଠନ (WVA) ଗଠନ କରାଯାଇଥିଲା। ୨୦୦୦ ମସିହାରେ ବିଶ୍ୱ ପ୍ରାଣୀ ଚିକିତ୍ସା ସଂଘ ଦ୍ୱାରା ପ୍ରଥମ ଥର ପାଇଁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ମାସର ଶେଷ ଶନିବାର ଦିନ ଏହି ଦିବସ ପାଳନ କରାଯାଇଆସୁଛି।

07:13 AM

Weather Report: ମେ ମାସ ନ ହେଉଣୁ ତାତି ପ୍ରକୋପର ରାଜ୍ୟବାସୀଙ୍କୁ କଲବଲ କରୁଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଉତ୍ତାପ ଭୟାନକ ହେବା ନେଇ ଅନୁମାନ କରି ହେଉଛି। ଆହୁରି କଲବଲ କରିବା ତାତି। ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବା ସୂଚନା ଦେଇଛି ପାମଇପାଗ ବିଭା୍ଗ। ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି।

06:42 AM

Uttarakhand Forest Fire: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ରାଜ୍ୟର ସମସ୍ତ ପାହାଡି ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଛି। ନୈନିତାଲର ଭବାଲି ରୋଡରେ ଥିବା ପାଇନ୍ସ ନିକଟରେ ରାସ୍ତା କଡ଼ରେ ଲାଗିଥିବା ବିରାଟ ନିଆଁ ଲିଭାଇବା ପାଇଁ ସେନା ଦାୟିତ୍ୱ ଗ୍ରହଣ କରିଛି।

06:33 AM

IPL 2024 Points Table Orange Cap Purple Cap: ଆଇପିଏଲ୍ ୨୦୨୪ ର ୪୨ ତମ ମ୍ୟାଚ୍ ରେ ପଞ୍ଜାବ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ସେ ଏକ ଐତିହାସିକ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ଦେଇଛି। ଏଠାରେ ଜାଣନ୍ତୁ ଆଇପିଏଲ୍ ୨୦୨୪ ପଏଣ୍ଟ ଟେବୁଲରେ ସବୁ ଦଳ କ'ଣ ରହିଛି ମାନଙ୍କର ସ୍ଥିତି। ପଢ଼ନ୍ତୁ ପୂରା ଖବର...

06:01 AM

Rashifal 27 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଗଣନା କରାଯାଏ। ତେବେ ଜାଣନ୍ତୁ କେଉଁ ରାଶି ୨୭ ଏପ୍ରିଲ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ। ପଢ଼ନ୍ତୁ ପୂରା ଖବର...

05:57 AM

Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଶୁକ୍ରବାର ଦିନ (୨୬ ଏପ୍ରିଲ) ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ଶେଷ ହୋଇଥିଲା। ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦେଶର ୧୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୮୦ ଟି ଆସନରେ ପ୍ରାୟ ୬୦.୯୬ ପ୍ରତିଶତ ଭୋଟ୍ ପଡିଥିବା ରେକର୍ଡ କରାଯାଇଛି। ପ୍ରଚଣ୍ଡ ଉତ୍ତାପ ସତ୍ତ୍ୱେ ଲୋକମାନେ ଘରୁ ବାହାରି ଉତ୍ସାହର ସହ ଭୋଟ୍ ଦେବା ପାଇଁ ମତଦାନ ବୁଥରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ, ନବ ବିବାହିତ ଦମ୍ପତିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ଆଦିବାସୀ, ଆଇଟି ପ୍ରଫେସନାଲ, ଭିନ୍ନକ୍ଷମ, ମହିଳା ଓ ଯୁବକମାନେ ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା।