Odisha News Live Updates: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2237410

Odisha News Live Updates: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog
07 May 2024
22:58 PM

Lakshmi Narayan Yog: ୨ ଦିନ ପରେ ଦୁଇଟି ରାଶିର ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ, ହେବ ଧନ ବର୍ଷା

Budh Gochar In Mesh 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଇ ୧୦ ତାରିଖ ଦିନ ମେଷ ରାଶିରେ ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୨ଟି ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନେକ ଅଗ୍ରଗତି କରାଇବା ସହ ଆର୍ଥିକ ଲାବ ଦେବ । ଅଧିକ ପଢ଼ନ୍ତୁ

22:35 PM

Ayodhya: ରାମ ମନ୍ଦିର କମ୍ପ୍ଲେକ୍ସରେ ତିଆରି ହେବ ଅଡିଟୋରିୟମ

Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ମହଲାର ପ୍ରାୟ ୯୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ କେବଳ ଶେଷ କାର୍ଯ୍ୟ ବାକି ଅଛି । କ୍ୟାମ୍ପସରେ ଏକ ଅଡିଟୋରିୟମ୍ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଅଧିକ ପଢ଼ନ୍ତୁ

22:00 PM

TOP 10 News Today: ଦିନଯାକର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ପଢନ୍ତୁ ଏଠାରେ କ୍ଲିକ୍ କରି

21:30 PM

ଅଗଷ୍ଟରେ ଭାରତ ପ୍ରତିଟି କୋଣରେ 4G ସେବା ଆରମ୍ଭ କରିବ BSNL !

ନୂଆଦିଲ୍ଲୀ: ପଞ୍ଜାବରେ 4ଜି ସେବା ଆରମ୍ଭ କରିଛି ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ । ପ୍ରାୟ ୮ ଲକ୍ଷ ଗ୍ରାହକ ବିଏସଏନଏଲର ଏହି ୪ଜି ସେବା ପାଇବେ । ବିଏସଏନଏଲ ସର୍ବଭାରତୀୟ ସ୍ତରରେ "ଆତ୍ମନିର୍ଭରଶୀଳ" ନୀତି ଅନୁଯାୟୀ ଅଗଷ୍ଟ ମାସରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି 4G ସେବା ଆରମ୍ଭ କରିବାକୁ ଯୋଜନା କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଅଧିକ ପଢ଼ନ୍ତୁ

21:04 PM

Odisha Election 2024: ଉପକୂଳ ରାଜନୀତିରେ ଅନ୍ୟତମ ପେଣ୍ଠ ସାଜିଥିବା  ଯାଜପୁର ଜିଲ୍ଲାରେ ଭାରତୀୟ ଜନତା ପାର୍ଟି  ଦୁର୍ବଳ ହେଲାପରି ସ୍ପଷ୍ଟ ହେଉଛି।  ଦଳ ପାଖରେ ଭଲ ନେତା ଥାଇ ମଧ୍ୟ ଦଳ ଅମାନତ ହରାଇଥିବା ଦୁଇ ପ୍ରାର୍ଥୀଙ୍କୁ  ଅନ୍ୟଦଳର ଆମଦାନୀ କରି ପ୍ରାର୍ଥୀ କରିଛି। ଏହାଦ୍ୱାରା ଦୀର୍ଘ ଦିନ ହେଲା ଜିଲ୍ଲାରେ ସଂଗଠନକୁ ମଜଭୁତ କରିବାରେ ଲାଗିଥିବା ନେତା ନରାଶ ହୋଇଛନ୍ତି। ଏପରିକି ଦଳର ଏହି ନେତାମାନେ କିଛି ଅଦୃଶ୍ୟ ଶକ୍ତିର ଚାପରେ ଚାପା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମେ ଆରମ୍ଭ କରିବା ଧର୍ମଶାଳା ଓ ବରୀ ଆସନରୁ।  ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ଅମାନତ ହରାଇଥିବା ଧର୍ମଶାଳାର ସ୍ମୃତିରେଖା ପହି ଓ ବରୀର ଉମେଶ ଜେନା ଯଥାକ୍ରମେ ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ପଢ଼ନ୍ତୁ ପୁରା ଷ୍ଟୋରୀ...

20:39 PM

ଦଳବିରୋଧୀ କାର୍ଯ୍ୟ କରିବାରୁ BJPରୁ ବିଦା ହେଲେ ୧୨ କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଜେପିରୁ ୧୨ ଜଣ କାର୍ଯ୍ୟକ୍ରତା ବିଦା ହୋଇଛନ୍ତି । ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଧନା ପାଣ୍ଡେ, ବିରମିତ୍ରପୁରର ପୂର୍ବତନ କାଉନସିଲର ମହାଗଡଦେବୀ କୋଇଲି ଭଗତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ବିରମହାରାଜପୁରର ଆଶ୍ରୟ ମହାନନ୍ଦ, ଫୁଲବାଣୀର ଟିକେଶ୍ୱର କହଁର, କଂଟାମାଳର ସୁଧାଂଶୁ ଡାଙ୍ଗ, ଦଶପଲ୍ଲାର ରବିନ୍ଦ୍ରନାଥ ସେଠୀ, ନୟାଗଡ ଜିଲ୍ଲା ଉପସଭାପତି ଇନ୍ଦୁମତି ନାୟକ, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଂକର ଦାଶ, ମନୋଜ ପଟ୍ଟନାୟକ, କୋରାପୁଟ ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥୀ ପାଟଣୀଆ ଏବଂ କୋ-ଅପରେଟିଭ ସେଲ ସଂଯୋଜକ କର୍ପୁର ହନ୍ତାଳଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

20:15 PM

Odisha Election 2024: ପ୍ରଣବ ପ୍ରକାଶ ଦାସ ଆର୍ଟସ ନା ସାଇନ୍ସ ଷ୍ଡୁଡେଣ୍ଟ, ପଚାରିଲା ବିଜେପି

Odisha Election 2024: ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ।ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କରିଛି ବିଜେପି। ଅଧିକ ପଢ଼ନ୍ତୁ

19:45 PM

Rashifal 8 May 2024: ବୁଧବାର ଦିନ କେମିତି କଟିବ ୧୨ଟି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ ।

Rashifal 8 May 2024: ୮ ମଇ ୨୦୨୪ କେମିତି କଟିବ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ । କାହା ପାଇଁ ଶୁଭଫଳ ମିଳିବ ଏବଂ କେଉଁ ରାଶିର ବ୍ୟକ୍ତି ସତର୍କ ହେବା ଆବଶ୍ୟକ । ଜାଣନ୍ତୁ କଣ କହିଛନ୍ତି ଜ୍ୟୋତିଷ । ଅଧିକ ପଢ଼ନ୍ତୁ

19:15 PM

Odisha News Live Updates: ଆସନ୍ତାକାଲି ତା ୮.୫.୨୦୨୪ ରିଖ ବୁଧବାର ବୈଶାଖ:କୃଷ୍ଣ ଅମାବାସ୍ୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥି ସହିତ ଅନବସର ପିଣ୍ଡିରେ ଅନବସର ନୀତି ସଂମ୍ପୃକ୍ତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

18:50 PM

Odisha Eelction 2024: ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଜାଗୃତି ପଣ୍ଡା

Odisha Eelction 2024: ରୋଚକ ହେଉଛି ପିପିଲି ରାଜନୀତି। ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବୋହୁ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା। ଚଳିତ ନିର୍ବାଚନରେ ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଯାଉଛନ୍ତି। ଅଧିକ ପଢ଼ନ୍ତୁ

18:15 PM

ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ 

Crime News: କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟର ଏକ ଶାଖା ଅହମ୍ମଦାବାଦର ଫାଟୱାଡିରୁ ଚାରିଜଣ ସାଇବର ଠକଙ୍କୁ ଗିରଫ କରିଛି । ଭୁବନେଶ୍ୱରର ଜଣେ ଅଭିଯୋଗକାରୀ ସାଇବର କ୍ରାଇମର ଶିକାର ହୋଇଥିଲେ । ତାଙ୍କୁ ଅନଲାଇନ୍ ଟ୍ରେଡିଂରେ ବିନିଯୋଗ କରିବାକୁ ପ୍ରଲୋଭିତ କରିବା ପରେ ପ୍ରାୟ ୨୦ ଦିନ ମଧ୍ୟରେ ୬୦ ଲକ୍ଷ ଟଙ୍କା ଠିକିନେଇଥିଲେ । ଅଧିକ ପଢ଼ନ୍ତୁ

17:52 PM

Odisha News Live Updates: ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟ ମିଶ୍ରଙ୍କ ଏକ ଆନ୍ତର୍ଜାତୀୟ ସଫଳତା। ଚିନ୍ମୟଙ୍କ ଗବେଷଣା ଓ ଅନୁସନ୍ଧାନ ପାଇଁ ସେ ୟୁରୋପୀୟ ଏବଂ ପାଶ୍ଚାତ୍ୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି। LLMs (like ChatGPT) ବ୍ୟବହାର କରି ରୋବୋଟରେ ଆବେଗ(emotion) କୁ ସ୍ୱୟଂଚାଳିତ କରିବା ଆଜି ବିଶ୍ୱର ଅଗ୍ରଣୀ ଅନୁସନ୍ଧାନ ଭାବରେ ପରିଗଣିତ ହୋଇଛି, ଯାହା ମାନବ-ରୋବଟ୍ ମଧ୍ୟରେ ଯୋଗାଯୋଗ ଓ ଭାବ ଆଦାନ ପ୍ରଦାନ(communication) କାର୍ଯ୍ୟକୁ ଅନେକ ସହଜ କରିବ । ଏଥିରେ ଚିନ୍ମୟଙ୍କ ଗବେଷଣା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅବଦାନ। ଅଧିକ ପଢ଼ନ୍ତୁ

 

17:30 PM

Surya Rashi Parivatan: ୧୪ ମଇରୁ ବଦଳିଯିବ ୩ରାଶିର ଭାଗ୍ୟ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ

Surya Gochar 2024: ଗ୍ରହଚଳନ ଏବଂ ରାଶି ପରିବର୍ତ୍ତନ ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ । ଗ୍ରହମାନଙ୍କ ମଧ୍ୟରେ ରାଜା ବୋଲି ବିବେଚନା କରାଯାଉଥିବା ଗ୍ରହ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଅନେକ ପ୍ରଭାବ ପକାଇଥାଏ । ୨୦୨୪ ମସିହା ୧୪ ମଇ ଦିନ ତୁଳା ରାଶିରେ ଚଳନ କରିବେ ସୂର୍ଯ୍ୟ । ଏହି ଚଳନ ପ୍ରଭାବରୁ ୩ ରାଶିର ବ୍ୟକ୍ତି ଶୁଭଫଳ ପାଇବେ । ଅଧିକ ପଢ଼ନ୍ତୁ

16:53 PM

Odisha News Live Updates: ଦେଶର ସପ୍ତମ ପର୍ଯ୍ୟାୟ  ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆଧାରରେ ସବୁଦାୟ ୬୭ ଲୋକସଭା ଆସନ ଲାଗି ଜୁନ୍‍ ୧ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ବିହାର ଏବଂ ଉତ୍ତର ପ୍ରଦେଶର ୧୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉପ ନିର୍ବାଚନ ହେବ। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାଜ୍ୟର ୬ ଲୋକସଭା ଆସନ ଏବଂ ତତ୍‍ ସଂଲଗ୍ନ ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ସାଧାରଣତଃ ଭୋଟ ଗ୍ରହଣର ସମୟ ସକାଳ ୭ଟା ରହିବ ବୋଲି । ସମ୍ବେଦନଶୀଳ ବୁଥଗୁଡ଼ିକରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ରହିଛି।

16:35 PM

Odisha News Live Updates: ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର  ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’ କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ ନିର୍ବାଚନ ସଭାକୁ ସମ୍ବୋଧନ କରିବା ସହ ବିଗତ ବର୍ଷଗୁଡ଼ିକରେ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟରେ ପରିଣତ ହୋଇଛି ତାହାର ହିସାବ ରଖିଥିଲେ। ଏହାପରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସେ ପ୍ରଚାର ସଭାରେ ଯୋଗ ଦେଇ ବିଜେପିର ଡବଲଇଞ୍ଜିନ ସ୍ଲୋଗାନ ଏବଂ ପ୍ରତିଶୃତିକୁ ସମାଲୋଚନା କରିଥିଲେ। 

16:18 PM

ମୟୂରଭଞ୍ଜ କୁଳିଅଣାରେ ଅଗ୍ନିକାଣ୍ଡ, ୬୦ ବଖରା ଘର ପାଉଁଶ

ମୟୁରଭଞ୍ଜ: ବଡ଼ସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡିହା ଗ୍ରାମ ପଞ୍ଚାୟତର କୁଳିଅଣା ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ବିନ୍ଧାଣୀସାହିରେ ୨୦ଟି ପରିବାରର ପ୍ରାୟ ୬୦ ବଖରା ଘର ନିଆଁରେ ଜଳି ପାଉଁଶ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

16:00 PM

Top 10 News: ଅପରାହ୍ମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

15:22 PM

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି ।  ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତକାଲିଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆଜି ଆତଙ୍କବାଦୀ ଠାବ ହୋଇଥିଲେ । ପ୍ରଥମେ ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଅଧିକ ପଢ଼ନ୍ତୁ

14:55 PM

ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡ୍ରୋନ ମନା 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବା ତାଙ୍କର କାର୍ଯ୍ୟକ୍ରମ ସ୍ଥଳରେ କୌଣସି ମିଡିଆ ବା ଇଭେଣ୍ଟ କମ୍ପାନୀ ଡ୍ରୋନ୍‍ ଉଡ଼ାଇପାରିବେ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ। ଏହାସହ ଏକ ବାର୍ତ୍ତା ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏନେଇ ସମସ୍ତ ଗଣମାଧ୍ୟମକୁ ଜଣାଇ ଦେବାକୁ ଉଲ୍ଳେଖ କରାଯାଇଛି। ଏସ୍‍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି। ଅଧିକ ପଢ଼ନ୍ତୁ

14:10 PM

Odisha News Live Updates: ଦେଶରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଦିନ ୧ଟା ସୁଦ୍ଧା ପଡ଼ିଲା ୩୯.୯୨ ପ୍ରତିଶତ ଭୋଟ । 
ଆସାମ ୪୫.୮୮ ପ୍ରତିଶତ , ବିହାର ୩୬.୬୯ ପ୍ରତିଶତ,ଛତିଶଗଡ଼ ୪୬.୧୪ ପ୍ରତିଶତ, ଦାଦରା ନଗର ହାବେଳି ଓ ଡାମନଡିୟୁ ରେ ୩୯.୯୪ ପ୍ରତିଶତ ,ଗୋଆ ୪୯.୦୪ ପ୍ରତିଶତ,ଗୁଜରାଟ ୩୭.୮୩ ପ୍ରତିଶତ,କର୍ଣ୍ଣାଟକ ୪୧.୫୯ ପ୍ରତିଶତ,ମଧ୍ୟ ପ୍ରଦେଶ ୪୪.୬୭ ପ୍ରତିଶତ, ମହାରାଷ୍ଟ୍ର ୩୧.୫୫ ପ୍ରତିଶତ ,ଉତ୍ତର ପ୍ରଦେଶ ୩୮.୧୨ ପ୍ରତିଶତ ଓ ପଶ୍ଚିମବଙ୍ଗ ୪୯.୨୭ ପ୍ରତିଶତ ଭୋଟ୍ ହୋଇଛି।

 

14:03 PM

Odisha News Live Updates: ଷଷ୍ଠ ପର୍ଯ୍ଯାୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ ପ୍ରକ୍ରିୟା। ପ୍ରାର୍ଥୀ ପରିବର୍ତ୍ତନ ଯୋଗୁଁ ଅନ୍ତିମ ସମୟରେ ନାମାଙ୍କନ ଭରିଲେ କଂଗ୍ରେସର ସାଂସଦ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ଓ ପୁରୀ ବିଧାନସଭା ପ୍ରାର୍ଥି ଉମାବଲ୍ଲଭ ରଥ। ଉମାବଲ୍ଲଭ ରଥ ବଳଦଗାଡି ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ। ତାଙ୍କ ସହିତ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଭାବେ ସୁଜିତ ମହାପାତ୍ର ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ତେବେ ସୁଜିତ ଗତ ୪ତାରିଖରେ କଂଗ୍ରେସ ଟିକେଟରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର କଂଗ୍ରେସ ତାଙ୍କର ଟିକେଟ କାଟି ଉମାବଲ୍ଲଭ ରଥଙ୍କୁ ଟିକେଟ ଦେଇଥିଲେ। ଯାହାକୁ ନେଇ ପୁରୀ କଂଗ୍ରେସରେ ବିଦ୍ରୋହ ଦେଖାଦେବା ସହ କଂଗ୍ରେସ ଭବନରେ ଭଙ୍ଗାରୁଜା ଓ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତେବେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ତାଙ୍କର ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ ଦେଖାଇଥିଲେ। ସେପଟେ କଂଗ୍ରେସ କେବଳ ବିଧାୟକ ନୁହେଁ ପବ୍ଲିକରେ ନିଜର ସ୍କାନ କୋଡ ସେୟାର କରି ଫଣ୍ଡସ ମାଗିବା ଓ ଟିକେଟ ଫେରସ୍ତ ନେବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିବା ଯୋଗୁଁ ସୂଚରିତା ମହାନ୍ତିଙ୍କ ଠାରୁ ଟିକେଟ ପ୍ରତ୍ଯାହାର କରିଥିଲା ଦଳ। ତାଙ୍କ ପରିବର୍ତ୍ତେ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା କଂଗ୍ରେସ।

13:47 PM

Odisha News Live Updates: ଚଳିତ ମାସ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି। ଏ-ନେଇ ଭୋଟ୍ ପୂର୍ବରୁ ଭୋଟରଙ୍କ ମନ କିଣିବାକୁ ରାଜ୍ୟକୁ କେନ୍ଦ୍ରୀୟ ନେତାମାନେ ଓ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି। ଏହି କ୍ରମରେ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବେ ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ । ଏନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରି ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି। ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ।

13:29 PM

Odisha News Live Updates: ସାଂସଦ ତଥା ମଥୁରାରୁ ବିଜେପି ହୋଇଥିବା ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀ ଓଡ଼ିଶା ଆସିବେ। ଳରାଜ୍ୟର ବିଭିନ୍ନ ବିଜେପି ପ୍ରାର୍ଥୀଙ୍କ ଲାଗି ସେ ପ୍ରଚାର କରିବେ। ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଯେଉଁ ୪୦ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଏ ସେଥିରେ ବିଜେପି ହେମାମାଳିନୀଙ୍କ ନାମକୁ ସାମିଲ୍‍ କରିଛି। ହେମାମାଳିନୀ ଲଢ଼ୁଥିବା ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ଶେଷ ହୋଇଛି।

 

13:11 PM

Odisha Election 2024: ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁରେ ମାଆ ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ଧରି ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକ ର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଦ୍ରି ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।

13:05 PM

Odisha News Live Updates: ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ୨ ବରିଷ୍ଠ ନେତା। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆସିବେ। ପୁରୀ ଓ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ ଗଡ଼କରୀ। ସେହିପରି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସିବେ। ୩ଟି ଜାଗାରେ ସଭା କରିବେ। ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ବିଶ୍ବଶର୍ମା ବୋଲି ସୂଚନା ମିଳିଛି।

 

12:43 PM

Odisha News Live Updates: ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଏଥର ଫାସିକାଠର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ବାସୀନ୍ଦା। ମହାପ୍ରଭୁଙ୍କ ରଥପାଇଁ ୨ଶହରୁ ୩ଶହ ଗଛ ରହିଛି। ଆସ୍କା ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଚାରୋଟି ଫାସିଗଛ କାଟି ୧୪ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଆହୁରି ଆଠଗାଡି କାଠ ମହଜୁଦ ରହିଛି। ତାହା ଆସିବ। ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗୁଥିବା ଫାସିକାଠର ଅଭାବ ହେବ ନାହିଁ ବୋଲି ଆସ୍କାରୁ କାଠ ନେଇ ଆସିଥିବା ଭକ୍ତ କହିଛନ୍ତି। ତେବେ ଏହି ଫାସିକାଠରେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ ତୁମ୍ଭ,ଗୟଳ ଓ ୧୬୮ ଟି ପହି ନିର୍ମାଣ ହୋଇଥାଏ। ସେପଟେ ଚନ୍ଦନଚାପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଡଙ୍ଗା ମରାମତି ସମ୍ପୂର୍ଣ୍ଣ ହୋଇଛି। ମୁଣ୍ଡଳି, ହଂସ ଆଦିକୁ ବାହାର କରାଯାଇ କାମ ଆରମ୍ଭ କରାଯିବ। ଦଶମହାରଣା ଆଜିଠାରୁ କାର୍ଯ୍ଯର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର ରବିଭୋଇ।

 

12:29 PM

Odisha News Live Updates: ପୁଣି ଜମ୍ମୁ-କାଶ୍ମୀରରେ ଆତଙ୍କୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । କୁଲଗାମ ଜିଲ୍ଲା ରେଡଓ୍ୱାନି ପାୟିନ ଅଞ୍ଚଳରେ ଆତଙ୍କୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ସୋମବାର ବିଳମ୍ବିତ ରାତିରେ କୁଲଗାମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ଖବର ମିଳିଥିଲା । ଏହାପରେ ଉଭୟ ସେନା ଓ ସ୍ଥାନୀୟ ପୋଲିସଙ୍କ ଦ୍ୱାରା ଘଟଣାସ୍ଥଳରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଥିଲା । ଏବେସୁଦ୍ଧା ଆତଙ୍କବାଦୀ- ସୁରକ୍ଷାକର୍ମୀଙ୍କ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ସୂଚନା ମିଳିଛି ।

 

12:11 PM

Odisha News Live Updates: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି। ଦିନ ୧୧ ଟା ସୁଦ୍ଧା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବାନିମ୍ନ ପ୍ରତିଶତ ମତଦାନ ହୋଇଛି। ଆସାମରେ ୨୭.୩୪ ପ୍ରତିଶତ, ବିହାରରେ ୨୪.୪୧ପ୍ରତିଶତ , ଛତିଶଗଡରେ ୨୯.୯୦ ପ୍ରତିଶତ, ଦାଦ୍ରା ନଗରହାବେଳି-ଡାମନ ଡିଉରେ ୨୪.୬୯ ପ୍ରତିଶତ, ଗୋଆରେ ୩୦.୪୪ ପ୍ରତିଶତ ,ଗୁଜୁରାଟରେ ୨୪.୩୫ ପ୍ରତିଶତ, କର୍ଣ୍ଣାଟକରେ ୨୪.୪୮, ମଧ୍ୟପ୍ରଦେଶରେ ୩୦.୨୧, ମହାରାଷ୍ଟ୍ରରେ ୧୮.୧୮, ଉତ୍ତର ପ୍ରଦେଶରେ ୨୬.୧୨ ଓ ପଶ୍ଚିମବଙ୍ଗରେ ୩୨.୮୨ ପ୍ରତିଶତ ମତଦାନ ହୋଇଛି।

11:41 AM

Odisha News Live Updates: ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁରେ ମାଆ ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ଧରି ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। 

 

11:31 AM

Odisha News Live Updates: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ରୋଡ଼ ଶୋ ଅନୁଷ୍ଠିତ ହୋଇଯାଇଛି ।ବାଲିକୁଦା ବ୍ଲକ ଆମ୍ବଶାଳ ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ତହସିଲ ଛକ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ପରେ ବିଜେପି କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ବାଲିକୁଦା-ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁବୋଧ ବାରିକ, ରାଜ୍ୟ ଯୁବ ମୋର୍ଚା ପ୍ରଭାରୀ ସୁକାନ୍ତ ବିଶ୍ଵାଳଙ୍କ ସମେତ ହଜାର ହଜାର କର୍ମୀ ମାନେ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ବୁଥ ସ୍ତରରେ କିପରି ଭୋଟର ମାନଙ୍କୁ ସଚେତନ କରାଯିବ , ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା । ଏହି ନିର୍ବାଚନରେ ବିଜେପିକୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ସମୃଦ୍ଧ କରିବା ସହିତ ଏଥର ନିର୍ବାଚନ ମଣ୍ଡଳୀରେ କିଭଳି ପଦ୍ମ ଫୁଟିବା ସେ ବାବଦରେ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି।

11:25 AM

 Odisha News Live Updates: ତାତିରୁ ମିଳିଛି ଆଶ୍ୱସ୍ତି।  ଭୁବନେଶ୍ୱରରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ କଟକରେ ଦେଖିବାକୁ ମିଳିଛି ମେଘାଛନ୍ନ ଆକାଶ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଘଡ଼ଘଡ଼ି ସହ ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା । ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ବଲାଙ୍ଗିର ଓ କୋରାପୁଟ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି। 

11:17 AM

Odisha News Live Updates: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ । ଆଜି ସକାଳେ କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରେ ମହାରାଷ୍ଟ୍ର ନାଶିକ ଠାରୁ ପିଆଜ ନେଇ ଟାଟା ଯାଉଥିବା ଏକ ଟ୍ରକ ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । ଟ୍ରକଟି ଓଲଟି ପଡିବା ସମୟରେ ଜାତୀୟ ରାଜପଥର ଅପରପାର୍ଶ୍ଵରେ ଯାଉଥିବା ଆଉ ଏକ ଟ୍ରକ ସାମନାରେ ପିଆଜ ବସ୍ତା ସବୁ ଗଡି ପଡିଥିଲା। ଫଳରେ ଟ୍ରକଟି ଆଗକୁ ଯାଇ ନ ପାରି ସେଠାରେ ଅଟକି ରହିଥିବା ଜଣାପଡିଛି । ଟ୍ରକରେ ଥିବା ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

11:13 AM

Odisha News Live Updates: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ ।  ୭୦ ହଜାର ପାର୍ କରି ସାରିଛି ଖାଣ୍ଟି ସୁନା (୨୪ କ୍ୟାରେଟ୍ )। ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।  ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ: Gold Price Today: ରେକର୍ଡ ଭାଙ୍ଗିଲା ସୁନା ଦର, ଆଜି ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ରେଟ୍ ଅଛି ଏତେ ହଜାର

 

10:37 AM

Odisha News Live Updates:ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର  ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ଗଞ୍ଜାମର ଶେରଗଡ଼ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାରଦିନ ସେ ଗୋପାଳପୁରଠାରେ ନିର୍ବାଚନ ରୋଡ ଶୋ’କରିଥିଲେ। ଆଜି ଶେରଗଡ଼ର ଗୋଠ ଗାଁରେ ନିର୍ବାଚନ ସଭାକୁ ସମ୍ବୋଧନ କରିବା ସହ ବିଗତ ବର୍ଷଗୁଡ଼ିକରେ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟରେ ପରିଣତ ହୋଇଛି ତାହାର ହିସାବ ରଖିଥିଲେ।  ଶ୍ରୀ ପାଣ୍ଡିଆନ୍‍ ଏବେ ମାରାଥନ ପ୍ରଚାରରେ ରହିଛନ୍ତି। ବ୍ରହ୍ମପୁର ଲୋକସଭା ମଣ୍ଡଳୀ ସହ ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ଲୋକସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବାରୁ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାଣ୍ଡିଆନ୍‍ ପ୍ରଚାର ଆରମ୍ଭ କରିଛନ୍ତି।  ଅପରପକ୍ଷେ ବିଜୁ ଜନତା ଦଳର ସଭାପତି ତଥା ଷ୍ଟାର ଆଇକନ୍‍ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ପ୍ରଚାର ସଭାରେ ଯୋଗ ଦେଇ  ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି।

 

10:25 AM

Odisha News Live Updates:ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ଆଉ ନାହାଁନ୍ତି ମାଲୟାଲମ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କନକଲତା। ୬୩ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି। ସୋମବାର ଦିନ ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  କନକଲତା ନିଜ କ୍ୟାରିୟର ଭିତରେ ଫିଲ୍ମ ବ୍ୟତିତ ଅନେକ ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ବିୟୋଗରେ ମାଲୟାଲମ୍ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 

 

09:48 AM

CUET 2024: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର।  ଚଳିତ ମାସ ୧୫ ତାରିଖରେ ଆରମ୍ଭ ହେବ ଏକକ ବିଶ୍ବ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (CUET-UG)। ଏହି ପରୀକ୍ଷା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ୬୩ଟି ପେପର ପାଇଁ ପରୀକ୍ଷା ହେବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ସୂଚନା ପ୍ରକାଶ ପାଇଛି। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :CUET UG Exam 2024 : ଏହି ଦିନ ହେବ ସିୟୁଇଟି ୟୁଜି ପରୀକ୍ଷା

09:23 AM

Odisha News Live Updates: ଦେଶର ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆଧାରରେ ସବୁଦାୟ ୬୭ ଲୋକସଭା ଆସନ ଲାଗି ଜୁନ୍‍ ୧ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ବିହାର ଏବଂ ଉତ୍ତର ପ୍ରଦେଶର ୧୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଉପ ନିର୍ବାଚନ ହେବ। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠି ହେଉଥିବାରୁ ରାଜ୍ୟର ୬ ଲୋକସଭା ଆସନ ଏବଂ ତତ୍‍ ସଂଲଗ୍ନ ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ସାଧାରଣତଃ ଭୋଟ ଗ୍ରହଣର ସମୟ ସକାଳ ୭ଟା ରହିବ ବୋଲି । ସମ୍ବାଦନଶୀଳ ବୁଥଗୁଡ଼ିକରେ ସମୟ ନିର୍ଘଣ୍ଟରେ ପରିପର୍ତ୍ତନ ରହିଛି। 

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : Odisha Election 2024: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍‍; ଆଜିଠୁ ପ୍ରାର୍ଥୀପତ୍ର ଦାଖଲ, ଜୁନ୍‍୧ ରେ ଭୋଟ୍‍

09:01 AM

Odisha News Live Updates: ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିବା  ବିଜେଡିର ୨୮ ବିଧାନସଭା ପ୍ରାର୍ଥୀଙ୍କ ଭିତରୁ ୨୫ଜଣ ହେଉଛନ୍ତି କୋଟିପତି। ବିଜେପିଓ କଂଗ୍ରେସର ୧୪ ଜଣ ଲେଖାଏଁ ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ଆପର ୧୧ ପ୍ରାର୍ଥୀଙ୍କ ଭିତରୁ ୨ ଜଣ କୋଟିପତି ପ୍ରାର୍ଥୀ ଥିବା ଜଣାପଡ଼ିଛି। ଆସୋସିଏସନ ଫର ଡେମାକ୍ରାଟିକ୍‍ ରତିଫର୍ମ ଏଡିଆର ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ତଥ୍ୟ ପଦାକୁ ଆସିଛି। ସମୁଦାୟ ୨୪୩ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ଲାଗି ପ୍ରତିଦ୍ୱନ୍ଦ୍ୱିତର କରୁଛନ୍ତି ସେଥିଣୁ ୬୫ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା କୁହାଯାଇଛି। ଦିଗପହଣ୍ଡି ପ୍ରାର୍ଥୀ ବିପ୍ଲବ ପାତ୍ର ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ୨ଜଣଙ୍କ କୌଣସି ସମ୍ପତ୍ତି ନଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

 

08:46 AM

Odisha News Live Updates: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ମୋଦି । ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହା ସହ ସମସ୍ତ ମତଦାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମତଦାନ ପରେ ପ୍ରଧାନମନ୍ତ୍ରୀ ବାହାର ଥିବା କିଛି ସାଧାରଣ ଲୋକଙ୍କୁ ନିଜର ଅଟୋଗ୍ରାଫ ଦେଇଥିବା ଦେଖିବାକୁ ମିଳିଥିଲା।  

08:20 AM

Odisha News Live Updates: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।   ଏନେଇ ଅହମ୍ମଦାବାଦରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଗାନ୍ଧୀନଗର ପହଞ୍ଚିଥିଲେ।  ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ଭୋଟିଂ। ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁ୍ଥରେ ଚାଲିଛି ଭୋଟିଂ । 

 

08:02 AM

Odisha News Live Updates: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।  ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ, ଏହା ପୂର୍ବରୁ ମକ୍ ପୋଲିଂ ହୋଇଥିଲା । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଆଜି ଭୋଟ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ୨୫ ଆସନ,ମହାରାଷ୍ଟ୍ର ୧୧,ଉତ୍ତରପ୍ରଦେଶର ୧୦,କର୍ଣ୍ଣାଟକର ୧୪ଆସନରେ ଭୋଟ୍ ଗ୍ରହଣ ହେଉଛି।  ଏହା ବ୍ୟତିତ ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ୍ , ବିହାର, ଦାଦ୍ରା ଏବଂ ନଗରହାଭେଳି, ଡାମନ୍ ଏବଂ ଡିୟୁରେ ଭୋଟିଂ ହେଉଛି। 

 

07:54 AM

Odisha News Live Updates: ଆସନ୍ତା ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଚଳଚଞ୍ଚଳ ହେବ ରଥଖଳା । ଚଳିତ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ। ଏହିଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିସହ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

07:32 AM

Odisha News Live Updates: ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖି।  ସୋମବାର ଅପରାହ୍ନରେ ଭୁବନେଶ୍ବର, କଟକ ସମେତ ନୟାଗଡ଼, ଗଂଜାମ, ଗଜପତିର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ହୋଇଛି। ଯାହାକି ତାତିରୁ ଲୋକଙ୍କୁ ମୁକ୍ତି ଦେଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆଜିଠାରୁ ଗ୍ରୀଷ୍ମ ପ୍ରବାହରୁ ବିରତି ମିଳିବ।  ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ତାତି ରାଜ୍ୟରେ କମ୍ ରହିବ। ଆଜିଠାରୁ ରାଜ୍ୟରେ କାଳବୈଶାଖି ବର୍ଷା ବଢିବ। 

ଲିଙ୍କ୍ ରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Weather Update: ଆଜି କାଳବୈଶାଖି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି!

07:08 AM

Odisha News Live Updates: ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ ଦେଶର ୧୧ଟି ରାଜ୍ୟ ଏବଂ ୯୪ ଟି ଆସନରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି।  ଏହି ପର୍ଯ୍ୟାୟରେ  ମୋଟ୍ ୧୧ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।  ୧୨୦ ମହିଳାଙ୍କ ସମେତ ୧୩୦୦ରୁ ଅଧିକ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଅଛନ୍ତି।

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Election 2024: ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ , ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

06:53 AM

Odisha News Live Updates: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୭ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ: Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର ,ଜାଣନ୍ତୁ ଆଜିର ରାଶିଫଳ