Google Pay: ଗୁଗୁଲ୍ ପେରେ ମିଳିବ ଲୋନ୍, ଆକାଉଣ୍ଟରେ ବାଲାନ୍ସ ନଥିଲେ ବି କରିପାରିବେ ପେମେଣ୍ଟ
Advertisement
Article Detail0/zeeodisha/odisha1924974

Google Pay: ଗୁଗୁଲ୍ ପେରେ ମିଳିବ ଲୋନ୍, ଆକାଉଣ୍ଟରେ ବାଲାନ୍ସ ନଥିଲେ ବି କରିପାରିବେ ପେମେଣ୍ଟ

Google Pay: ଛୋଟ ଲୋନ୍ ପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାର ଆବଶ୍ୟକତା ନାହିଁ । ଗୁଗୁଲ୍ ପେ ଜରିଆରେ ଆପଣ ଆପଣ ଛୋଟ ଲୋନ୍ କରି ନିଜର ଆବଶ୍ୟକତାକୁ ପୂରଣ କରିପାରିବେ ।

Google Pay: ଗୁଗୁଲ୍ ପେରେ ମିଳିବ ଲୋନ୍, ଆକାଉଣ୍ଟରେ ବାଲାନ୍ସ ନଥିଲେ ବି କରିପାରିବେ ପେମେଣ୍ଟ

Google Pay: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନକାରୀ ଗୁଗୁଲ୍ ପେ ଆପ୍ ଗ୍ରାହକଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି । ନିକଟରେ ଗୁଗୁଲ୍ ପେ, ଭାରତରେ ଅନେକ ବଡ ଘୋଷଣା କରିଛି ଯାହା ଉପଭୋକ୍ତାମାନଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଏହି ସେବାଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଗୁଗୁଲ୍ ପେ ମାଧ୍ୟମରେ ଋଣ ଯୋଗାଇବା । ଏହି ସେବାଟିକୁ ଆରମ୍ଭ କରିବା ପାଇଁ ଗୁଗୁଲ୍ ପେ କମ୍ପାନୀ ବ୍ୟାଙ୍କ ଗୁଡିକ ସହିତ ଆଲୋଚନା କରି ସାହାଯ୍ୟ ମାଗିଛି ଯୋଡିଛି ଯାହା ଦ୍ୱାରା ଗ୍ରାହକଙ୍କୁ ଋଣ ପ୍ରଦାନ କରିବାରେ କୌଣସି ସମସ୍ୟା ହେବନାହିଁ । ଋଣ ସେବା ଉପଲବ୍ଧ ହେଲେ ବ୍ୟବସାୟୀମାନଙ୍କୁ ଆଉ ଛୋଟ ଛୋଟ ଲୋନ୍ ପାଇଁ ବ୍ୟାଙ୍କକୁ ଯିବାକୁ ପଡିବନାହିଁ । ଆମେ ଆପଣଙ୍କୁ କହି ରଖୁଛୁ ଯେ, କମ୍ପାନୀ ସାକେଟ ଋଣ (sachet loan) ମଧ୍ୟ ଆଣିଛି ଯାହା କେବଳ EMI ମାଧ୍ୟମରେ ୧୧୧ ଟଙ୍କା ଦିଆଯିବ ।

ଏହି ସୁବିଧା ଉପଲବ୍ଧ

ଖୁଚୁରା ବ୍ୟବସାୟୀଙ୍କର ଆବଶ୍ୟକତା ହେଉଥିବା ଛୋଟ ପରିମାଣର ଋଣ ତଥା ତତକ୍ଷଣାତ ଟଙ୍କାର ଆବଶ୍ୟକତା ପୂରଣ କରିବା ପାଇଁ ଗୁଗୁଲ୍ ପେ ପକ୍ଷରୁ ଏହି ସୁବିଧା ଦିଆଯାଇଛି । କମ୍ପାନୀ କହିଛି ଯେ, ଏହି ଋଣ ଗୁଡିକ ସରଳ ପରିଶୋଧ ପରିମାଣରେ ୧୧୧ ଟଙ୍କା ମଧ୍ୟ ଫେରସ୍ତ କରାଯାଇପାରିବ । ଗୁଗୁଲ୍ ପେ ଆପକୁ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀମାନଙ୍କ ପାଇଁ କ୍ରେଡିଟ୍ ଲାଇନ୍ ସକ୍ଷମ କରିବାକୁ ଗୁଗୁଲ ଭାରତର ଅନ୍ୟ ବ୍ୟାଙ୍କ ଏବଂ ଋଣଦାତାମାନଙ୍କ ସହ ସହଭାଗୀ ହୋଇଛି ।

କମ୍ପାନୀ ଆକ୍ସିସ୍ ବ୍ୟାଙ୍କ (axis bank) ସହିତ ଆଲୋଚନା କରିବା ପରେ ଆକ୍ସିସ୍ ବ୍ୟାଙ୍କ ସହଭାଗୀ ହୋଇଛି । ଯାହାଦ୍ୱାରା ଗୁଗୁଲ୍ ପେରେ ବ୍ୟକ୍ତିବିଶେଷଙ୍କୁ ବ୍ୟକ୍ତିଗତ ଋଣ ପ୍ରଦାନ କରିପାରିବ। ଏଥିସହ, କମ୍ପାନୀ ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ସହିତ ମଧ୍ୟ ସହଭାଗୀ ହୋଇଛି ଯାହାଦ୍ୱାରା ବ୍ୟବସାୟୀମାନେ UPI ରେ ବ୍ୟାଙ୍କରୁ କ୍ରେଡିଟ୍ ଲାଇନ୍ ପାଇପାରିବେ । ଗୁଗୁଲ୍ ପେ ମାଧ୍ୟମରେ ଋଣ କରି ସହଜରେ ପେମେଣ୍ଟ୍ କରିପାରିବେ । ସେହିଭଳି, ବ୍ୟବସାୟୀମାନଙ୍କ ପାଇଁ କ୍ରେଡିଟ୍ ଲାଇନ୍ ସକ୍ଷମ କରିବାକୁ ଗୁଗୁଲ୍ ପେ ePayLater ସହିତ ସହଭାଗୀ ହୋଇଛି ।

Also Read- Expensive Alcohol: ୧୧ କୋଟି ଟଙ୍କାରେ ଗୋଟିଏ ବୋତଲ ମଦ, ଆସନ୍ତା ମାସରେ ନିଲାମ

Also Read- Vastu Tips: ଏହି ସବୁ ଭୁଲ ଯଦି କରୁଛନ୍ତି ତେବେ କରଜରେ ବୁଡ଼ିବେ, ତୁରନ୍ତୁ ନିଜକୁ ସୁଧାରନ୍ତୁ