Jio Recharge Plan: ଜିଓର ଜବରଦସ୍ତ ରିଚାର୍ଜ ପ୍ଲାନ, ମାତ୍ର ୨୯ ଟଙ୍କାରେ ବଡ଼ ଲାଭ
Advertisement
Article Detail0/zeeodisha/odisha2236797

Jio Recharge Plan: ଜିଓର ଜବରଦସ୍ତ ରିଚାର୍ଜ ପ୍ଲାନ, ମାତ୍ର ୨୯ ଟଙ୍କାରେ ବଡ଼ ଲାଭ

Jio Recharge Plan: ଜିଓ ମାତ୍ର ୨୯ ଟଙ୍କା ବଜେଟରେ ଏକ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ସେ ପ୍ଲାନରେ କଣ ଲାଭ ମିଳୁଛି ଆସନ୍ତୁ ଜାଣିବା ।

Jio Recharge Plan: ଜିଓର ଜବରଦସ୍ତ ରିଚାର୍ଜ ପ୍ଲାନ, ମାତ୍ର ୨୯ ଟଙ୍କାରେ ବଡ଼ ଲାଭ

Jio Recharge Plan: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ଏହାର ଗ୍ରାହକଙ୍କୁ ସବୁଠୁ ଅଧିକ ସେବା ଯୋଗାଉଛି । ଗ୍ରାହକଙ୍କୁ ଉନ୍ନତ ଏବଂ ସୁଲଭ ପ୍ଲାନରେ ସେବା ଯୋଗାଇବା ଜିଓର ମୁଖ୍ୟ ଲକ୍ଷ । ରିଲାଏନ୍ସ ଜିଓର ୧୯ ଟଙ୍କା ଏବଂ ୨୯ ଟଙ୍କା ପ୍ଲାନ ଡାଟା ବୁଷ୍ଟର୍ ପ୍ଲାନ୍ ଭାବରେ ବେଶ୍ ଜଣାଶୁଣା । ଆପଣ ଏଥିରେ ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟ ପାଇପାରିବେ । ଆସନ୍ତୁ ଜାଣିବା ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନରେ କିପରି ଲାଭ ପାଇପାରିବେ ଆପଣ ।

ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ହୋଇଥିବା ୨୯ ଟଙ୍କାର ରିଚାର୍ଜ ପ୍ଲାନରେ ୨.୫ ଜିବି ଡାଟା ଦିଆଯାଉଛି । ଏହା ପୂର୍ବରୁ ଗ୍ରାହକମାନେ ବୁଷ୍ଟର ଡାଟା ପାଇଁ ୨୫ ଟଙ୍କା ଖର୍ଚ୍ଚ କରି ୨ଜିବି ପର୍ଯ୍ୟନ୍ତ ଡାଟା ପାଉଥିଲେ । କିନ୍ତୁ ବର୍ତ୍ତମାନ ଆପଣ ତାଠାରୁ ଅଧିକ ଡାଟାର ମଜା ପାଇପାରିବେ ଖୁବ କମ ମୂଲ୍ୟରେ ।

ଜିଓର ଏହି ରିଚାର୍ଜ ପ୍ଲାନ ବିଶେଷକରି ଗରିବ ତଥା ସାଧାରଣ ବର୍ଗର ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ଜିଓର ଆଉ ଏକ ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା । ଯେଉଁଠାରେ ଆପଣଙ୍କୁ ଏହି ଯୋଜନାରେ ଦିନକ ପାଇଁ ୧.୫ ଜିବି ଡାଟା ମିଳିବ । ଏହା ସହିତ ଏହି ପ୍ରିପେଡ୍ ପ୍ଲାନରେ ଆପଣ ନିଜ ମନ ମୁତାବକ ବ୍ରାଉଜିଂର ମଜା ନେଇପାରିବେ । ପୂର୍ବରୁ ୧୫ ଟଙ୍କାରେ ୧ଜିବି ଡାଟା ମିଳୁଥିବା ସମୟରେ ବର୍ତ୍ତମାନ ମୂଲ୍ୟ ଏବଂ ଡାଟାକୁ ବଢାଇ ଦିଆଯାଇଛି । ବର୍ତ୍ତମାନ ଗ୍ରାହକମାନେ ମାତ୍ର ୪ ଟଙ୍କା ଅଧିକ ଦେଇ ୫ଶହ ଏମବି ଡାଟା ଅଧିକ ପାଇପାରିବେ ।

ଯଦି ଆପଣ ଜିଓ ଗ୍ରାହକ ଏବଂ ନିଜ ପାଇଁ ସର୍ବୋତ୍ତମ ପ୍ରିପେଡ୍ ପ୍ଲାନ ଖୋଜୁଛନ୍ତି, ତେବେ ଜିଓ ପକ୍ଷରୁ ମିଳୁଥିବା ଏହି ପ୍ଲାନ ଗୁଡିକ ଆପଣଙ୍କ ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହେବ । ଯଦି ଆପଣଙ୍କ ଦୀର୍ଘ ସମୟର ରିଚାର୍ଜ ପ୍ଲାନରେ ଡାଟା ଅଭାବ ହୁଏ ତେବେ ଆପଣ ମାତ୍ର ୧୯ କିମ୍ୱା ୨୯ ଟଙ୍କା ଖର୍ଚ୍ଚ କରି ଅଧିକ ଡାଟାର ମଜା ନେଇପାରିବେ ।

Also Read- Surya Gochar 2024: ୯ ଦିନ ପରେ ଚମକିବ ୬ଟି ରାଶିର ଭାଗ୍ୟ, ମିଳିବ ଧନ ଓ ସମ୍ମାନ

Also Read- Mercury Transit Impact: ମେଷ ରାଶିରେ ବୁଧ ଚଳନ, ପକାଇବ କି ପ୍ରଭାବ ? ଜାଣନ୍ତୁ