India: UPI ବ୍ୟବହାରୀଙ୍କ ପାଇଁ ଆସିଲା ଖୁସି ଖବର, ପଢନ୍ତୁ ପୁରା ରିପୋର୍ଟ
Advertisement
Article Detail0/zeeodisha/odisha1631520

India: UPI ବ୍ୟବହାରୀଙ୍କ ପାଇଁ ଆସିଲା ଖୁସି ଖବର, ପଢନ୍ତୁ ପୁରା ରିପୋର୍ଟ

UPI Payment:  ସଦ୍ୟ ୟୁପିଆଇ ମାଧ୍ୟମରେ ହେଉଥିବା କାରବାରକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ୨ ହଜାରରୁ ଅଧିକ ଟଙ୍କା ଦେୟ ଉପରେ ୧.୧ ପ୍ରତିଶତ ସର ଚାର୍ଜ ଆଦାୟ କରାଯିବ। ଏହି ରିପୋର୍ଟ ଉପରେ ସ୍ପଷ୍ଟୀକରଣ ରଖି ଏନପିସିଆଇ ପକ୍ଷରୁ କୁହାଯାଇଛି ଯେ ୟୁପିଆଇ  ମାଧ୍ୟମରେ ହେଉଥିବା କାରବାର ଉପରେ କୌଣସି ପ୍ରକାର ଦେୟ ନିଆଯିବ ନାହିଁ।

India: UPI ବ୍ୟବହାରୀଙ୍କ ପାଇଁ ଆସିଲା ଖୁସି ଖବର, ପଢନ୍ତୁ ପୁରା ରିପୋର୍ଟ

UPI Payment News: ୟୁପିଆଇ ବ୍ୟବହାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ମାଧ୍ୟମରେ ହେଉଥିବା କାରବାର ଉପରେ ଏକ ବଡ଼ ବୟାନ ଦେଇଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ। ଏନେଇ ଏନପିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ୟୁପିଆଇ ପେମେଣ୍ଟ ଉପରେ ଗ୍ରାହକଙ୍କ ଠାରୁ କୌଣସି ଦେୟ ନିଆଯିବ ନାହିଁ। ଏନେଇ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ୟୁପିଆଇ ବ୍ୟବହାର କରିବା ସମ୍ପୂର୍ଣ୍ଣ ମାଗଣା, ଦ୍ରୁତ ଏବଂ ନିରାପଦ। ୟୁପିଆଇ ମାଧ୍ୟମରେ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପକ୍ଷରୁ ପ୍ରତି ମାସରେ ୮ ବିଲିୟନରୁ ଅଧିକ ମୂଲ୍ୟର କାରବାର କରାଯାଇଥାଏ।

ସଦ୍ୟ ୟୁପିଆଇ ମାଧ୍ୟମରେ ହେଉଥିବା କାରବାରକୁ ( UPI Transaction) ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ୨ ହଜାରରୁ ଅଧିକ ଟଙ୍କା ଦେୟ ଉପରେ ୧.୧ ପ୍ରତିଶତ ସର ଚାର୍ଜ (UPI Surcharge) ଆଦାୟ କରାଯିବ ବୋଲି କୁହାଯାଇଥିଲା। ଏହି ରିପୋର୍ଟ ଉପରେ ସ୍ପଷ୍ଟୀକରଣ ରଖି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (National Payments Corporation of India) ଏନପିସିଆଇ (NPCI) ପକ୍ଷରୁ କୁହାଯାଇଛି ଯେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (Unified Payments Interface) ୟୁପିଆଇ (UPI) ମାଧ୍ୟମରେ ହେଉଥିବା କାରବାର ଉପରେ କୌଣସି ପ୍ରକାର ଦେୟ ନିଆଯିବ ନାହିଁ।

Also Read: Shocking News: ଭାରତୀୟ ଟେକ୍ନୋଲୋଜି ଆଗରେ ଫେଲ ଆମେରିକା-ଚୀନ୍, ନେବାକୁ ଅନେଇ ବସିଛି ପାକିସ୍ତାନ

ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ୟୁପିଆଇ ମାଧ୍ୟମରେ ହେଉଥିବା କାରବାରରେ ପୂର୍ବ ଭଳି ଜାରି ରହିବ। ପୁରୁଣା କାରବାର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ କୌଣସି ଦେୟ ଆଦାୟ କରାଯିବ ନାହିଁ। ବ୍ୟାଙ୍କ ଖାତାରୁ ଅନ୍ୟ କୌଣସି ବ୍ୟାଙ୍କ ଖାତାକୁ ହେଉଥିବା ନେଣ ଦେଣ ଉପରେ କୌଣସି ପ୍ରକାର ଦେୟ ଆଦାୟ କରାଯିବ ନାହିଁ। ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବ୍ୟବସାୟୀଙ୍କୁ ପ୍ରିପେଡ୍ ୱାଲେଟ୍ (Prepaid Wallet) ମାଧ୍ୟମରେ ଦିଆଯାଇଥିବା ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ (UPI Payment Charge) ଦେବାକୁ ପଡିବ। ଏହା କୌଣସି ପ୍ରକାରେ ଗ୍ରାହକଙ୍କୁ ପ୍ରଭାବିତ କରିବ ନାହିଁ। କାରଣ ଏହା କାରବାରର ୧ ପ୍ରତିଶତରୁ ମଧ୍ୟ କମ୍।

Also Read: India: ବିଶ୍ୱ ଗୁରୁ ପଥରେ ଭାରତ, ୧୦ ଦେଶକୁ ଦେବ ନିଜର ଏହି ବହୁଚର୍ଚ୍ଚିତ ସେବା

ବୁଧବାର ସକାଳେ ଅନେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଯେ ଗୁଗୁଲ୍ ପେ (Google Pay), ପେଟିଏମ୍ (Paytm) କିମ୍ବା ଫୋନ୍ ପେ (Phone Pay) ମାଧ୍ୟମରେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ସର ଚାର୍ଜ ଆଦାୟ କରାଯିବ। ଏହି ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ଅପ୍ରେଲ ପହିଲାରୁ ଏଭଳି କାରବାର ଉପରେ ୧.୧ ପ୍ରତିଶତ ଚାର୍ଜ ବ୍ୟବସାୟୀଙ୍କ ଠାରୁ ଆଦାୟ କରାଯିବ। ଆସନ୍ତା ୩୦ ସେପ୍ଟେମ୍ବର ପୂର୍ବରୁ ଏହାର ସମୀକ୍ଷା କରାଯିବ ବୋଲି ମଧ୍ୟ ଦାବି କରାଯାଇଥିଲା। ଏକ ରିପୋର୍ଟ ଅନୁସାରେ ୟୁପିଆଇ କାରବାରର ୭୦ ପ୍ରତିଶତରୁ ଅଧିକ ନେଣ ଦେଶ ୨ ହଜାର ଟଙ୍କାରୁ ଅଧିକ।