Gold Price Today: ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର?
Advertisement
Article Detail0/zeeodisha/odisha2162223

Gold Price Today: ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର?

Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

Gold Price Today: ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର?

Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍। ଦେଶରେ ଏବେ ଚାଲିଛି ବିବାହ ସିଜିନ୍। ଆଉ ଏହି ବିବାହ ସିଜିନରେ ସୁନା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ଆଜି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ବର୍ତ୍ତମାନ, ଦେଶରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୦ ହଜାର ପାର୍ କରି ସାରିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ALSO READ: Petrol-Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର

ALSO READ: Today Horoscope: ଆଜି ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୫୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୫,୮୭୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୨୧୦ ଟଙ୍କା ଓ ୨୪ କ୍ୟାରେଟରେ ୨୩୦ ଟଙ୍କା ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ସେହିପରି, ରୂପା କେଜି ପିଛା ୩୦୦ ଟଙ୍କା ହ୍ରାସ ହୋଇ ଦର ୭୭,୦୦୦ ଟଙ୍କାରେ ପହଞ୍ଚିଛି। 

ALSO READ: Lucky Zodiac: ୧୮ ବର୍ଷ ପରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ!

ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୫୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୦୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ  ୨୧୦ ଓ ୨୩୦ ଟଙ୍କା ହ୍ରାସ ହୋଇଛି।  ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୩୮୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୬୫,୮୭୦ ଟଙ୍କା ରହିଛି ।  ୨୨ କ୍ୟାରେଟରେ ୨୧୦ ଟଙ୍କା  ଓ ୨୪ କ୍ୟାରେଟରେ  ୨୩୦ ଟଙ୍କା ଦର ଖସିଛି। 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୬୬,୪୪୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୨୫୦ ଟଙ୍କା ଖସିଥିବା ବେଳେ ୨୪ କ୍ୟାରେଟରେ ୨୭୦ ଟଙ୍କା ହ୍ରାସ ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୩୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୬୫,୮୭୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟରେ ୨୧୦ ଟଙ୍କା ଖସିଥିବା ବେଳେ ୨୪ କ୍ୟାରେଟରେ ୨୩୦ ଟଙ୍କା ଦର ହ୍ରାସ ପାଇଛି। ଏବଂ ରୂପା କେଜି ପିଛା ୩୦୦ ଟଙ୍କା ହ୍ରାସ ପାଇ ଦର ୮୦,୦୦୦ ଟଙ୍କାରେ ପହଞ୍ଚିଛି।