Gold Price Today: ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ୫୦ ହଜାର ତଳକୁ ଖସିଲା ସୁନା ରେଟ୍
Advertisement
Article Detail0/zeeodisha/odisha2128612

Gold Price Today: ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ୫୦ ହଜାର ତଳକୁ ଖସିଲା ସୁନା ରେଟ୍

Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଶସ୍ତା ହେଲା ସୁନା। ବିବାହ ସିଜିନରେ ଖସିଲା ସୁନା ଦର। ସୁନା ଦରରେ ହ୍ରାସ ଘଟିବା , ଯାହା ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି । ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା-ରୂପା 

Gold Price Today: ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ୫୦ ହଜାର ତଳକୁ ଖସିଲା ସୁନା ରେଟ୍

Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଶସ୍ତା ହେଲା ସୁନା। ବିବାହ ସିଜିନରେ ଖସିଲା ସୁନା ଦର। ସୁନା ଦରରେ ହ୍ରାସ ଘଟିବା , ଯାହା ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି ।  ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି  ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍। 

ALSO READ: Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?

କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍? 

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୬୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨,୯୪୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ଘଟିଛି । ସେହିପରି, ରୂପା ରେଟ୍  କେଜି ପିଛା ୧୦୦ ଟଙ୍କା ଖସି (୧ କେଜି) ର ଦାମ୍ ୭୪,୮୦୦ ରହିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୦୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ହୋଇଛି। 

ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୬୯୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୪୦ ଟଙ୍କା ରହିଛି। ଏବଂ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ, ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୧୯୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୪୮୦ ରହିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ସୁନା ଦର ହ୍ରାସ ଘଟିଛି।  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୯୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୪୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୪୭,୨୦୦ ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨,୨୪ ଓ ୧୮ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। ଏବଂ ରୂପା ଦର କେଜି ପିଛା ୧୦୦ ଟଙ୍କା ଖସି କେଜି ୭୬,୩୦୦ ଟଙ୍କାରେ ପହଞ୍ଚିଛି।