Gold Silver Price: ଭୁବନେଶ୍ବରରେ ଖସିଲା ସୁନା-ରୁପା ଦାମ୍ , ଜାଣନ୍ତୁ ଭରି ପିଛା କେତେ ରହିଛି ଦର?
Advertisement
Article Detail0/zeeodisha/odisha2218675

Gold Silver Price: ଭୁବନେଶ୍ବରରେ ଖସିଲା ସୁନା-ରୁପା ଦାମ୍ , ଜାଣନ୍ତୁ ଭରି ପିଛା କେତେ ରହିଛି ଦର?

Gold Silver Price: ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା । ଗତ କିଛି ଦିନ ହେବ ସୁନା ଦର ବେଲଗାମ୍ ହୋଇଥିବାରୁ ଗ୍ରାହକଙ୍କ ଚିନ୍ତା ବଢିଯାଇଥିଲା। କେବଳ ସୁନା ନୁହେଁ ରୂପା ଦର ବି ଆକାଶ ଛୁଆଁ ରହିଥିଲା। କିନ୍ତୁ ଆଜି (ବୁଧବାର)  ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । 

Gold Silver Price: ଭୁବନେଶ୍ବରରେ ଖସିଲା ସୁନା-ରୁପା ଦାମ୍ , ଜାଣନ୍ତୁ ଭରି ପିଛା କେତେ ରହିଛି ଦର?

Gold Silver Price: ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା । ଗତ କିଛି ଦିନ ହେବ ସୁନା ଦର ବେଲଗାମ୍ ହୋଇଥିବାରୁ ଗ୍ରାହକଙ୍କ ଚିନ୍ତା ବଢିଯାଇଥିଲା। କେବଳ ସୁନା ନୁହେଁ ରୂପା ଦର ବି ଆକାଶ ଛୁଆଁ ରହିଥିଲା। କିନ୍ତୁ ଆଜି (ବୁଧବାର)  ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?

ALSO READ: Road Accident: ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ମୃତ,ଏକାଧିକ ଆହତ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୧୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୨୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୩୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। 

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୧୪୦ ଟଙ୍କା ରହିଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୧୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା କମିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଶସ୍ତା ହୋଇଛି। ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୯୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୦୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା କମିଛି ।

ସେହି କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ ,୧୫୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା ଦର ମଧ୍ୟ କେଜି ପିଛା ୧୦୦ ଟଙ୍କା ହ୍ରାସ ପାଇ ୮୬,୪୦୦ ଟଙ୍କାରେ ପହଞ୍ଚିଛି।