Gold Silver Price: ମାସ ଆରମ୍ଭରୁ ଖସିଲା ସୁନା-ରୂପା ରେଟ୍, ଆଜି ହିଁ ଉଠାନ୍ତୁ ଫାଇଦା
Advertisement
Article Detail0/zeeodisha/odisha2229691

Gold Silver Price: ମାସ ଆରମ୍ଭରୁ ଖସିଲା ସୁନା-ରୂପା ରେଟ୍, ଆଜି ହିଁ ଉଠାନ୍ତୁ ଫାଇଦା

Gold Silver Price: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର।  ମାସ ଆରମ୍ଭରୁ ଖସିଲା ରେଟ୍।  ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

Gold Silver Price: ମାସ ଆରମ୍ଭରୁ ଖସିଲା ସୁନା-ରୂପା ରେଟ୍, ଆଜି ହିଁ ଉଠାନ୍ତୁ ଫାଇଦା

Gold Silver Price: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର।  ମାସ ଆରମ୍ଭରୁ ଖସିଲା ରେଟ୍।  ମାସ ଆରମ୍ଭରୁ ଦେଶରେ ତେଲ, ଗ୍ୟାସ୍ ଦର କମିଥିବା ବେଳେ ସୁନା ଦରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।  ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଥିଲା। କିନ୍ତୁ ଆଜି ସୁନା ରେଟରେ ବ୍ରେକ୍ ଲାଗିଛି । ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ALSO READ: LPG Price: ଏତିକି ଟଙ୍କା କମିଲା ଗ୍ୟାସ୍ ଦର, ଜାଣନ୍ତୁ ନୂଆ ରେଟ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୫୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୫୯୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୬୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୭୪୦ ଟଙ୍କା ରହିଛି। ୨୨ ଓ ୨୪  କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି।  ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୫୪୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୫୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ଖସିଛି। 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ରେଟ୍ ବୃଦ୍ଧି ପାଇଛି। ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୫୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩, ୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ବୃଦ୍ଧି ପାଇଛି। ସେହି-କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ ,୫୯୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨  ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି। ଏବଂ ରୂପା କେଜି ପିଛା ୧୦୦ ଟଙ୍କା ହ୍ରାସ ପାଇ ଦର ୮୬,୯୦୦ ଟଙ୍କାରେ ପହଞ୍ଚିଛି।