Gautam Adani: ବଡ଼ ଖୁଲାସା କଲେ ଗୌତମ ଆଦାନୀ, କହିଲେ- କିଏ ଅଟନ୍ତି ତାଙ୍କର ପ୍ରେରଣା ଓ ଆଦର୍ଶ?
Advertisement
Article Detail0/zeeodisha/odisha1519584

Gautam Adani: ବଡ଼ ଖୁଲାସା କଲେ ଗୌତମ ଆଦାନୀ, କହିଲେ- କିଏ ଅଟନ୍ତି ତାଙ୍କର ପ୍ରେରଣା ଓ ଆଦର୍ଶ?

Gautam Adani: ଭାରତ ସବୁଠୁ ବଡ଼ ଧନୀ ତଥା ବିଲିୟନେୟାର ଗୌତମ ଆଦାନୀ ଏକ ନ୍ୟୁଜ୍ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ ତାଙ୍କର ପ୍ରେରଣା ଓ ଆଦର୍ଶ ଥିବା ବ୍ୟକ୍ତି  ସମ୍ପର୍କରେ ଖୁଲାସା କରଛନ୍ତି ।

ସୌ: ସୋସିଆଲ ମିଡିଆ

Gautam Adani: ଦୁନିଆର ତୃତୀୟ ଧନୀ ବ୍ୟବସାୟୀ ଗୌତମ ଆଦାନୀ (Gautam Adani) ଏକ ବଡ ଖୁଲାସା କରିଛନ୍ତି । ସେ ଏହି ଖୁଲାସାରେ କହିଛନ୍ତି ଯେ ତାଙ୍କ ଜୀବନର ସବୁଠାରୁ ବଡ ଆଦର୍ଶ କିଏ ଓ ସେ କାହାଠାରୁ ପ୍ରେରଣା ପାଆନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ବରଂ ଦେଶର ଦ୍ୱିତୀୟ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ (Mukesh Ambani) ପିତା ଧୀରୁଭାଇ ଅମ୍ବାନୀ । ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କୁ (Dhirubhai Ambani) ନିଜର ଆଦର୍ଶ ବୋଲି କହିଛନ୍ତି । ମୁକେଶ ଅମ୍ବାନୀଙ୍କୁ ତାଙ୍କ ବନ୍ଧୁ ବୋଲି ମଧ୍ୟ କହିଛନ୍ତି । ଆସନ୍ତୁ ଜାଣିବା ସେ ଆମ୍ବାନୀ ପରିବାର ବିଷୟରେ ଆଉ ସବୁ କ’ଣ କହିଛନ୍ତି ।

ଏକ ନ୍ୟୁଜ୍ ଚ୍ୟାନେଲକୁ ଏକ ସାକ୍ଷାତକାରରେ ଦେଇ ବିଲିୟନେୟାର ଗୌତମ ଆଦାନୀ କହିଛନ୍ତି ଯେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କୁ ଏକ ଆଦର୍ଶ ଓ ତାଙ୍କ ପୁଅ ମୁକେଶ ଅମ୍ବାନୀଙ୍କୁ ଜଣେ ବନ୍ଧୁ ଭାବରେ ବିବେଚନା କରନ୍ତି । ସେ କହିଛନ୍ତି ଯେ ଧିରୁଭାଇ ଆମ ପାଇଁ ଏକ ଆଦର୍ଶ, ପ୍ରେରଣା । ସେ ଆହୁରି କହିଛନ୍ତି ଯେ ମୁକେଶ ଭାଇ ମୋର ବହୁତ ଭଲ ବନ୍ଧୁ । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ପେଟ୍ରୋକେମିକାଲ୍ସର ପାରମ୍ପାରିକ ବ୍ୟବସାୟ ବ୍ୟତୀତ ସେ ଟେଲିକମ୍ କମ୍ପାନୀ ଜିଓ, ​​ଟେକ୍ନୋଲୋଜି ଓ ରିଟେଲ ଇଣ୍ଡଷ୍ଟ୍ରି ସହିତ ରିଲାଏନ୍ସକୁ ଏକ ନୂତନ ନିର୍ଦ୍ଦେଶନା ଦେଇଥିଲେ । ଦେଶର ପ୍ରଗତିରେ ତାଙ୍କର ବହୁତ ଅବଦାନ ରହିଛି । ଗୌତମ ଆଦାନୀ ଗତ ବର୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଯାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେବା ଉତ୍ସବ ପାଳନ କରିଥିଲେ କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ମୁଁ ଏହି ସଂଖ୍ୟାଗୁଡ଼ିକର ଜାଲରେ ପଡ଼ି ନାହିଁ ।

ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀ ଦୁହେଁ ଗୁଜୁରାଟରୁ ଆସିଛନ୍ତି । ବର୍ତ୍ତମାନ ଅନେକ କ୍ଷେତ୍ର ମଧ୍ୟରେ ଉଭୟଙ୍କ  ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଯଦିଓ ଦୁଇ ଦଶନ୍ଧି ମଧ୍ୟରେ ଉଭୟଙ୍କ ବ୍ୟବସାୟ ବିସ୍ତାର ହୋଇଛି । କିନ୍ତୁ ବର୍ତ୍ତମାନ, କେତେକ କ୍ଷେତ୍ରରେ, ସେମାନେ ପରସ୍ପରକୁ କଡ୍ଡା ଟକ୍କର ଦେଉଥିବାର ମଧ୍ୟ ଦେଖାଯାଉଛି । ଯେଉଁଠାରେ ଆଦାନୀ କୋଇଲା ଓ ବନ୍ଦର ବ୍ୟବସାୟରୁ ଅଲଗା କରିବାକୁ ଚାହାଁନ୍ତି । ଅନ୍ୟପକ୍ଷରେ ରିଲାଏନ୍ସ୍ର ବସ୍ ଗ୍ରୀନ୍ ଏନର୍ଜି ବିସ୍ତାର କରୁଛି ।

ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ୧୧୭ ବିଲିୟନ ଡ଼ଲାର୍ । ସେ ଦୁନିଆର ତୃତୀୟ ବ୍ୟବସାୟୀ । ବର୍ତ୍ତମାନ ସେମାନଙ୍କ ଆଗରେ ଲୁଇ ଭ୍ୟୁଟନ୍ ର ବର୍ନାର୍ଡ ଆର୍ନାଲ୍ଟ ଓ ଟେସଲା ବସ୍ ଏଲୋନ୍ ମସ୍କ ଅଛନ୍ତି । ଏହା ସହିତ ସେ ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମଧ୍ୟ ଅଟନ୍ତି । ୨୦୨୨ ମସିହାରେ, ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନି ବ୍ୟବସାୟୀଙ୍କ ମଧ୍ୟରୁ କେବଳ ଗୌ ତମ ଆଦାନୀ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ: KP Sharma Oli On India: ଭାରତ ବିରୁଦ୍ଧରେ ପୁଣିଥରେ ବିଷ ଓଗାଳିଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କ’ଣ କହିଛନ୍ତି?