Delhi Weather: ଦିଲ୍ଲୀବାସୀଙ୍କ ଦେହରେ ପଡିଲା ୨୦୨୪ବର୍ଷର ପ୍ରଥମ ସୂର୍ଯ୍ୟ କିରଣ
Advertisement
Article Detail0/zeeodisha/odisha2048264

Delhi Weather: ଦିଲ୍ଲୀବାସୀଙ୍କ ଦେହରେ ପଡିଲା ୨୦୨୪ବର୍ଷର ପ୍ରଥମ ସୂର୍ଯ୍ୟ କିରଣ

Delhi Weather: ପ୍ରାୟ ଡିସେମ୍ବର ୩୦ରୁ ଦିଲ୍ଲୀ ଏନସିଆରରେ ପାଗ ଖରାପ ଦେଖିବାକୁ ମିଳିଥିଲା । ପ୍ରବଳ ଥଣ୍ଡା କୁହୁଡି ସାଙ୍ଗକୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଆକାଶରେ ସୂର୍ଯ୍ୟ ଦେଖାଯାଉ ନଥିଲା । ନୂଆ ବର୍ଷ ସପ୍ତାହେ ବିତିଯିବା ପରେ ଆଜି ରବିବାର ଦିଲ୍ଲୀବାସୀ ଆକାଶରେ ଦେଖିଛନ୍ତି ସୂର୍ଯ୍ୟ ।

Delhi Weather: ଦିଲ୍ଲୀବାସୀଙ୍କ ଦେହରେ ପଡିଲା ୨୦୨୪ବର୍ଷର ପ୍ରଥମ ସୂର୍ଯ୍ୟ କିରଣ

Delhi Weather: ପାଖାପାଖି ଏକ ସପ୍ତାହ ହେବ ଦିଲ୍ଲୀ ଏନସିଆରରେ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଛି । ନୂଆବର୍ଷ ପୂର୍ବରୁ ପାଗରେ ପରିବର୍ତ୍ତନ କାରଣରୁ ୨୦୨୩ ବର୍ଷର ଶେଷ ସୂର୍ଯ୍ୟାସ୍ତ ଏବଂ ୨୦୨୪ବର୍ଷ (New Year 2024)ର ପ୍ରଥମ ସୂର୍ଯ୍ୟଦୋୟ ଦେଖିପାରିନଥିଲେ ଦିଲ୍ଲୀବାସିନ୍ଦା । ତେବେ ୭ଦିନ ବିତିଯିବା ପରେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି । ୨୦୨୪ର ପ୍ରଥମ ସୂର୍ଯ୍ୟକିରଣ ଦିଲ୍ଲୀବାସିନ୍ଦାଙ୍କ ଦେହରେ ପଡିଛି ।

ଏକ ସପ୍ତାହ ଧରି ଥଣ୍ଡାରେ ଥରିବା ପରେ ଆଜି ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସପ୍ତାହେ ହେବ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନା ଏବଂ ବଜାର ସ୍ଥାନ ଗୁଡିକରେ ନିଆଁ ପୁଉଁଥିଲେ । ଭୀଷଣ ଶୀତ କାରଣରୁ ଅଧିକାଂଶ ଲୋକମାନେ ରୁମ୍ ହିଟର କିଣୁଥିବା ଦେଖିବାକୁ ମିଳିଥିଲା । ପାଣିପାଗ ବିଭାଗ ଅନୁଯାୟୀ ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରହିବ । କିନ୍ତୁ ସପ୍ତାହେ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ପାଖାପାଖି ଖସି ଆସିଥିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘନ କୁହୁଡ଼ି କାରଣରୁ ରାସ୍ତାରେ ଭିଜିବିଲିଟି ହ୍ରାସ ପାଇଥିଲା, ଯେଉଁ କାରଣରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଥିଲା । କୁହୁଡି କାରଣରୁ ଅନେକ ଟ୍ରେନ୍ ଏବଂ ବିମାନ ମଧ୍ୟ ନିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଥିଲେ । ଆଜି ଦିଲ୍ଲୀରେ ସୂର୍ଯ୍ୟକିରଣ ପଡିବା କାରଣରୁ କୁହୁଡ଼ି ମଧ୍ୟ ହ୍ରାସ ପାଇଛି । ଏତେ ଦିନ ପରେ ସୂର୍ଯ୍ୟକିରଣର ଆଗମନ ହେତୁ ଲୋକମାନେ ସୂର୍ଯ୍ୟକିରଣକୁ ଉପଭୋଗ କରିବାକୁ ନିଜ ଘରୁ ପଦାକୁ ବାହାରିଛନ୍ତି ।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନାନୁସାରେ, ଦିଲ୍ଲୀରେ ହାଲୁକା ବର୍ଷା ହୋଇପାରେ । ଜାନୁଆରୀ ୯ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୧ ଏବଂ ସର୍ବାଧିକ ତାପମାତ୍ରା ୧୪ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି । ଏଥିସହିତ ଝିପିଝିପି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଜାନୁଆରୀ ୧୦ ତାରିଖରେ କିଛି ସ୍ଥାନରେ ବଜ୍ରପାତ ସହିତ ବର୍ଷା ମଧ୍ୟ ହୋଇପାରେ । ଜାନୁଆରୀ ୧୦ ରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୧୫ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି ।

Also Read- Koraput: ଲମତାପୁଟରେ ଲାଗିଲା ୧୦ଅଟୋ, ଓହ୍ଲାଇଲେ ୨୦ ବିଦେଶୀ ପର୍ଯ୍ୟଟକ

Also Read- ପ୍ରଭୁ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଶ୍ରୀନିବାସ, ୬୪ ବର୍ଷ ବୟସରେ ୮ହଜାର କିମି ପଦଯାତ୍ରା