EPF withdrawal: ନମିନି ବିଷୟରେ ଉଲ୍ଲେଖ ନାହିଁ ତଥାପି ଆପଣ ଉଠାଇ ପାରିବେ PF ଟଙ୍କା! ଏଠାରେ ଜାଣନ୍ତୁ ସହଜ ଉପାୟ
Advertisement
Article Detail0/zeeodisha/odisha1692526

EPF withdrawal: ନମିନି ବିଷୟରେ ଉଲ୍ଲେଖ ନାହିଁ ତଥାପି ଆପଣ ଉଠାଇ ପାରିବେ PF ଟଙ୍କା! ଏଠାରେ ଜାଣନ୍ତୁ ସହଜ ଉପାୟ

EPF withdrawal: କୌଣସି କର୍ମଚାରୀନଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ କ୍ଷେତ୍ରରେ ଜମା ହୋଇଥିବା ରାଶି ନମିନି ଦ୍ୱାରା ପ୍ରତ୍ୟାହାର କରାଯାଇପାରିବ ଓ ଯଦି କୌଣସି ନମିନିର କୌଣସି ଉଲ୍ଲେଖ ନଥାଏ, ତେବେ ତାଙ୍କ ପରିବାର ସଦସ୍ୟ କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର କରାଯାଇପାରିବ । ଏଠାରେ ଜାଣନ୍ତୁ ପ୍ରୋସେସ । 

ସାଙ୍କେତିକ ଫଟୋ

EPF withdrawal: ଏମ୍ପ୍ଲୋଇ ପ୍ରୋଭିଡେଣ୍ଟ୍ ଫଣ୍ଡ ଅର୍ଗାନାଇଜେସନ ବା EPFO ଏକ ଲୋକପ୍ରିୟ ସଞ୍ଚୟ ଯୋଜନା, ଯାହା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ । ଏହି ଯୋଜନା ଅଧୀନରେ, ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା କର୍ମଚାରୀଙ୍କ ମୂଳ ଦରମା ଏବଂ EPF କୁ ମହାଙ୍ଗା ଭତ୍ତାର ୧୨ ପ୍ରତିଶତ ଯୋଗଦାନ କରନ୍ତି । ଇପିଏଫ୍ ଜମା ଉପରେ ବର୍ତ୍ତମାନର ବାର୍ଷିକ ସୁଧ ହାର ୮.୧ ପ୍ରତିଶତ ରହିଛି ।

ଏହି ଯୋଜନା ଦୁର୍ଭାଗ୍ୟଜନକ ମୃତ୍ୟୁ କ୍ଷେତ୍ରରେ EPF ସଦସ୍ୟଙ୍କ ପରିବାରକୁ ମଧ୍ୟ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ ଜମା ହୋଇଥିବା ରାଶି ନମିନି ଦ୍ୱାରା ପ୍ରତ୍ୟାହାର କରାଯାଇପାରିବ ଓ ଯଦି କୌଣସି ନମିନି ନଥାଏ, ତେବେ ପରିବାର ସଦସ୍ୟ କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର କରାଯାଇପାରିବ । ନାବାଳିକାର ପରିବାର ସଦସ୍ୟଙ୍କ କ୍ଷେତ୍ରରେ ନାବାଳିକାର ଅଭିଭାବକ ଏହାକୁ କ୍ଲେମ୍ କରିପାରିବେ ।

ଇପିଏଫ୍ ସଦସ୍ୟଙ୍କ ମୃତ୍ୟୁ ପରେ କିପରି  ଉଠାଇ ପାରିବେ ଟଙ୍କା  
ସଦସ୍ୟ ଓ ଦାବିଦାରଙ୍କ ଆବଶ୍ୟକୀୟ ବିବରଣୀ ସହିତ EPF ଫର୍ମ-୨୦ ପୁରଣ କରନ୍ତୁ ।
ଫର୍ମ ଦାଖଲ ପରେ, ଦାବିଦାରମାନେ ସେମାନଙ୍କର ଦାବି ଫର୍ମଗୁଡିକର ଅନୁମୋଦନ ପାଇଁ ବିଭିନ୍ନ ପର୍ଯ୍ୟାୟରେ SMS ଆଲର୍ଟ ପାଇବେ । ସ୍ଥିତି ଯାଞ୍ଚ କରିବାକୁ ଦାବିଦାରମାନେ EPFO ​​ର ୱେବସାଇଟ୍ ମଧ୍ୟ ଭିଜିଟ୍ କରିପାରିବେ ।
ପ୍ରକ୍ରିୟା ସମାପ୍ତ ହେବା ପରେ ଦାବିଦାର ଟଙ୍କା ପାଇବେ । ଟଙ୍କା ସିଧାସଳଖ ଦାବିଦାରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯାଇଥାଏ ।

ଏହିଗୁଡିକ ଉପରେ ଧ୍ୟାନ ଦିଅନ୍ତୁ
ସେହି ନିଯୁକ୍ତିଦାତାଙ୍କ ମାଧ୍ୟମରେ ଆବେଦନପତ୍ର ଦାଖଲ କରାଯିବା ଉଚିତ, ଯାହାଙ୍କ ଅଧୀନରେ ସଦସ୍ୟ ଶେଷ ସମୟରେ ନିଯୁକ୍ତ ହୋଇଥିଲେ । ଯଦି EPFIndia ୱେବସାଇଟରୁ ଡାଉନଲୋଡ୍ ହୋଇଥିବା ଏକ ଫର୍ମ ମାଧ୍ୟମରେ ଦାବି କରାଯାଏ, ତେବେ ସମସ୍ତ ପୃଷ୍ଠାଗୁଡିକ ଦାବୀକାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ଦସ୍ତଖତ ହେବା ଆବଶ୍ୟକ ।

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"

ଏହା ବି ପଢନ୍ତୁ: The Kerala Story କୁ କାହିଁକି ଲଗାଇଲ ବ୍ୟାନ୍? ମମତା ସରକାରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ଏହା ବି ପଢନ୍ତୁ: India vs Pakistan: ଏସିଆ କପକୁ ନେଇ ପୁଣିଥରେ ଧମକ ଦେଲା ପାକିସ୍ତାନ, ଜାଣନ୍ତୁ ବର୍ତ୍ତମାନ କ’ଣ ରଖିଲା ଡିମାଣ୍ଡ