Taiwan vs China: ହତିଆର ପରେ ଟିକଟକ ମାମଲାରେ ଚୀନ୍କୁ ପଲଟା ଜବାବ ଦେଲା ତାଇୱାନ
Advertisement
Article Detail0/zeeodisha/odisha2175415

Taiwan vs China: ହତିଆର ପରେ ଟିକଟକ ମାମଲାରେ ଚୀନ୍କୁ ପଲଟା ଜବାବ ଦେଲା ତାଇୱାନ

Taiwan Govt on Chinese App: ତାଇୱାନ ଟିକଟକ୍ ଆପ୍ କୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କହିଛି। ଏନେଇ ତାଇୱାନ ପକ୍ଷରୁ କୁହାଯାଇଛି ଯେ ଚୀନୀ ସର୍ଟ ଭିଡିଓ ଆପ୍ ହେଉଛି ବିପଜ୍ଜନକ। ଏହି ଆପ୍ ଦେଶର ଜାତୀୟ ସୂଚନା ଏବଂ ଯୋଗାଯୋଗ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି।

 

Taiwan vs China: ହତିଆର ପରେ ଟିକଟକ ମାମଲାରେ ଚୀନ୍କୁ ପଲଟା ଜବାବ ଦେଲା ତାଇୱାନ

Taiwan Govt on TikTok: ହତିଆର ପରେ ଏବେ ଟିକଟକ ମାମଲାରେ ଚୀନ୍କୁ ପଲଟା ଜବାବ ଦେଇଛି ପ୍ରତିଦ୍ୱନ୍ଦ୍ୱୀ ତାଇୱାନ। ଚୀନୀ ସର୍ଟ ଭିଡିଓ ଆପ୍ ଟିକଟକ ସମ୍ପର୍କରେ ଚାଲିଥିବା ବିବାଦ ଶେଷ ହେବାର ଧରୁନାହିଁ। ଭାରତ-ଆମେରିକା ଭଳି ଦେଶ ଟିକଟକ୍ ଉପରେ ନିଷେଧାଦେଶ ଜାରି କରି ସାରିଛନ୍ତି। ଏବେ ତାଇୱାନ ଟିକଟକ୍ କୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କହିଛି। ଏନେଇ ତାଇୱାନ ପକ୍ଷରୁ କୁହାଯାଇଛି ଯେ ଚୀନ ଦ୍ୱାରା ବିକଶିତ ସର୍ଟ ଭିଡିଓ ଆପ୍ ବେଶ ବିପଜ୍ଜନକ ଅଟେ। ଏହି ଆପ୍ ଦେଶର ଜାତୀୟ ସୂଚନା ଏବଂ ଯୋଗାଯୋଗ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି ବୋଲି ତାଇୱାନ କହିଛି।

ତାଇୱାନ ସରକାରଙ୍କ ଡିଜିଟାଲ ବ୍ୟାପାର ମନ୍ତ୍ରୀ ଅଡ୍ରେ ଟେଙ୍ଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ଦେଶ ପାଇଁ ଏକ ବଡ଼ ବିପଦ ବୋଲି ଘୋଷଣା କରିଛନ୍ତି। ମନ୍ତ୍ରୀ ଟେଙ୍ଗ କହିଛନ୍ତି ଯେ ଟିକଟକ ଏକ ଚୀନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ଯାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ବଡ଼ ବିପଦ।

ଟିକଟିକ ଉପରେ ପୂର୍ବରୁ ଜାରି ହୋଇଛି ନିଷେଧାଦେଶ
ନିକଟରେ ହୋଇଥିବା ଏକ ଆଇନଗତ ଶୁଣାଣି ସମୟରେ ତାଇୱାନ ମନ୍ତ୍ରୀ ଅଡ୍ରେ ଟେଙ୍ଗ କହିଛନ୍ତି ଯେ, ଆମେ ଟିକଟକ ଭଳି ଆପ୍ କୁ ଏକ ବିପଜ୍ଜନକ ଉତ୍ପାଦ ତାଲିକାରେ ସ୍ଥାନିତ କରିଛନ୍ତି। ଯାହା ଦେଶର ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଛି। ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ଟିକଟକ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକା ପ୍ରତିନିଧି ସଭା ନିକଟରେ ଟିକଟକ ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ବିରୋଧରେ ଏକ ବିଲ୍ ପାରିତ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ତାଇୱାନ ସରକାରୀ ଏଜେନ୍ସି ମଧ୍ୟରେ ଟିକଟକ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇସାରିଛି।

ପୂର୍ବରୁ ୫୯ ଚୀନ ଆପ୍ ଉପରେ ନିଷେଧାଦେଶ ଜାରି କରିସାରିଛି ଭାରତ 
ଆପଣଙ୍କୁ କହିରଖୁଛୁ ଯେ ଆମେରିକାରେ ଟିକଟକ ଉପରେ ନିଷେଧାଦେଶ ଜାରି କରିବା ପାଇଁ ଦେଶର ପ୍ରତିନିଧିନ ସଭାରେ ଏକ ବିଲ୍ ପାରିତ ହୋଇଛି। ଏନେଇ କୁହାଯାଉଛି ଯେ ଏହା ଦେଶର ଲୋକଙ୍କ ପାଇଁ ସମସ୍ୟା ବଢାଇ ଦେଇଛି। ଆମେରିକାରେ ପ୍ରାୟ ୧୭ କୋଟି ଲୋକ ଟିକଟକ୍ ବ୍ୟବହାର କରିଥାନ୍ତି। ଅନେକ ଏହାକୁ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହୁଛନ୍ତି। ଆମେରିକୀୟ ସାଂସଦ ଗ୍ରେଗ ମର୍ଫିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଗତ ୨୦୨୦ ବର୍ଷରେ ଭାରତ ଜାତୀୟ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଯାଇ ଟିକଟକ ସମେତ ୫୯ ଚୀନୀ ଆପ୍ ଉପରେ ନିଷେଧାଦେଶ ଜାରି କରିଥିଲେ ଭାରତ ସରକାର।