Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ
Advertisement
Article Detail0/zeeodisha/odisha2223325

Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ

Chardham Yatra 2024: ୪ ଧାମ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କ ମନରେ ଆଗ୍ରହ ବଢିବାରେ ଲାଗିଛି । ଗତ ୧୧ ଦିନ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭକ୍ତ ଯାତ୍ରା ପାଇଁ ପଞ୍ଜୀକୃତ ହୋଇଛନ୍ତି।

Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ

Chardham Yatra 2024: ଉତ୍ତରପ୍ରଦେଶରେ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇସାରିଛି । ଏଥର ମଧ୍ୟ ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ଧାମ ଯାତ୍ରା ପାଇଁ ପଞ୍ଜୀକୃତ ଲୋକଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ସୂଚନା ମିଳୁଛି । ପ୍ରତି ଘଣ୍ଟାରେ ପଞ୍ଜୀକୃତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି ।

ମିଳିଥିବା ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଚାରଧାମ ଯାତ୍ରାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି । ଗତ ୧୧ ଦିନ ମଧ୍ୟରେ ୧୫ ଲକ୍ଷ ୧୨ ହଜାର ୯୯୩ ଭକ୍ତ ପଞ୍ଜୀକରଣ କରିସାରିଥିବା ଖବର ମିଳିଛି । ସେଥିମଧ୍ୟରୁ ୨୭୭୯୦୧ ଭକ୍ତ ଗଙ୍ଗୋତ୍ରୀ ଧାମ ଯାତ୍ରା କରିବା ପାଇଁ ପଞ୍ଜୀକରଣ କରିଥିବା ସମୟରେ ଯମୁନେତ୍ରୀ ଧାମ ପାଇଁ ୨୫୩୮୮୩, ବଦ୍ରିନାଥ ଦର୍ଶନ ପାଇଁ ୪୩୬୬୮୮ ଏବଂ କେଦାରନାଥ ଧାମ ପାଇଁ ସର୍ବାଧିକ ୫୨୧୦୫୨ଜଣ ଭକ୍ତ ପଞ୍ଜୀକରଣ କରିସାରିଛନ୍ତି । ଏଥିସହ ୨୩୪୬୯- ଜଣ ତୀର୍ଥଯାତ୍ରୀ ହେମକୁଣ୍ଡ ସାହିବ ପାଇଁ ପଞ୍ଜୀକରଣ କରିସାରିଛନ୍ତି । ଏତେ କମ ସମୟ ମଧ୍ୟରେ ୧୫ ଲକ୍ଷ ତୀର୍ଥଯାତ୍ରୀ ପଞ୍ଜୀକରଣ କରିଥିବା କାରଣରୁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

ଗତ ବର୍ଷ ମୋଟ ୫୪.୮୨ ଲକ୍ଷ ଭକ୍ତ ଚାରିଧାମ ଯାତ୍ରା କରିଥିଲେ । ତେବେ ଏଥରର ରେକର୍ଜ ଦେଖିଲା ଏହା ଲାଗୁଛି ଯେ, ପୂର୍ବ ରେକର୍ଡ ଭାଙ୍ଗିପାରେ । କେବଳ ୧୧ ଦିନ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭକ୍ତ ପଞ୍ଜୀକରଣ କରିସାରିଛନ୍ତି । ପର୍ଯ୍ୟଟନ ବିଭାଗ ମଧ୍ୟ କ୍ରମାଗତ ଭାବରେ ଏହି ସବୁ ଉପରେ ନଜର ରଖିଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏ ସମ୍ପର୍କରେ ସଚିବାଳୟରେ ବିଭିନ୍ନ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି। ଚାରି ଧାମକୁ ଆସୁଥିବା ତୀର୍ଥଯାତ୍ରୀମାନେ କିପରି ଉପଯୁକ୍ତ ସୁବିଧା ପାଇବେ ସେନେଇ ରାଜ୍ୟ ସରକାର ବହୁତ ଚିନ୍ତିତ । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ କିପରି ରହିବା ସହ ଖାଦ୍ୟ ପେୟ ସୁବିଧା ପାଇପାରିବେ ସେନେଇ ପୁଷ୍କର ସିଂ ଧାମି ନଜର ରଖିଛନ୍ତି ବୋଲି ସୂଚନା ମିଳିଛି ।

ଏଥର ଉତ୍ତରପ୍ରଦେଶକୁ ଆସୁଥିବା ଯାତ୍ରୀଙ୍କ ଯାତ୍ରା ପାଇଁ ଏକ SOP ପ୍ରସ୍ତୁତ କରାଯାଇଛି । ଯାତ୍ରୀମାନେ ଏହି ଏସଓପି ମାଧ୍ୟମରେ ସହଜରେ ସମସ୍ତ ସବୁକିଛି ବୁଝିପାରିବେ ।

Also Read- ୨୮ରେ ଓଡ଼ିଶା ଆସିବେ ନଡ୍ଡା, ନିଶ୍ଚିନ୍ତକୋଇଲିରେ ରାହୁଲ

Also Read- Shukra Gochar 2024: ମାଳବ୍ୟ ରାଜଯୋଗ ଫିଟାଇବ ୫ ରାଶିର ଭାଗ୍ୟ, ହେବ ଧନର ବର୍ଷା !